ETV Bharat / international

ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ - ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ

ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ । ସିଲହଟରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଦ୍ବାରା ଆୟୋଜିତ ଇଫତାର ପାର୍ଟିରେ ହିନ୍ଦୁଙ୍କୁ ଗୋମାଂସ ଦେବା ଘଟଣା ଚର୍ଚ୍ଚା ପାଲଟିଛି। ଅଧିକ ପଢ଼ନ୍ତୁ

beef served to hindu at iftar party in bangladesh
ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ
author img

By

Published : May 1, 2022, 11:52 AM IST

ଢାକା: ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ । ସିଲହଟରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଦ୍ବାରା ଆୟୋଜିତ ଇଫତାର ପାର୍ଟିରେ ହିନ୍ଦୁଙ୍କୁ ଗୋମାଂସ ଦେବା ଘଟଣା ଚର୍ଚ୍ଚା ପାଲଟିଛି । ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳି ଛି। ତେବେ ପାର୍ଟି ମେନ୍ୟୁରେ ଗୋମାଂସ ବିକଳ୍ପରେ ଅନ୍ୟ କୌଣସି ଖାଦ୍ୟ ନଥିବା କୁହାଯାଇଛି ।

ବାଂଲାଦେଶର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଗୁରୁବାର ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଦ୍ବାରା ଆୟୋଜିତ ଇଫତାର ପାର୍ଟିରେ ଅତି କମରେ 20 ଦଳର ନେତା ଏବଂ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ । ସାଧାରଣତଃ ମୁସଲିମ ସମ୍ପ୍ରଦାୟ ଓ ଅନ୍ୟ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ । ମାତ୍ର ଇଫତାର ପାଇଁ ପରସା ଯାଇଥିବା ଥାଳିରେ ଅନ୍ୟ ଖାଦ୍ୟ ସହିତ ଗୋମାଂସ ଦିଆଯାଇଥିଲା। । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଏପରିକି ହିନ୍ଦୁ ସମ୍ପ୍ରଦାୟର ସାମ୍ବାଦିକଙ୍କୁ ଗୋଂମାସ ଦିଆଯାଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ଲୋକେ ଫେସବୁକରେ ନିନ୍ଦା କରିଛନ୍ତି । ବିଏନପି ସ୍ଥାନୀୟ ସଦସ୍ୟ ମଣ୍ଟୁ ନାଥ କହିଛନ୍ତି, "ଗୋମାଂସ ବଦଳରେ ବିକଳ୍ପ ଖାଦ୍ୟ ନଥିବାରୁ ମୋ ସମେତ 20 ଜଣ ହିନ୍ଦୁ ସହକର୍ମୀଙ୍କୁ ଉପାସ ରହିବାକୁ ପଡ଼ିଲା"। ସେହିପରି ବିଏନପିର ଛାତ୍ର ସଂଗଠନର ସ୍ଥାନୀୟ ନେତା କନକ କାନ୍ତୀ ଏଭଳି କାର୍ଯ୍ୟକ୍ରମକୁ ଉପହାସ କରି କହିଛନ୍ତି " ତୁମେ ତୁମର ଇଫତାରକୁ ଉପଭୋଗ କରିଛ, ଆମେ ତମକୁ ଦେଖୁଥିଲୁ"। ବିବାଦ ପରେ ଆୟୋଜକମାନେ କ୍ଷମା ମାଗିନଥିଲେ । ଫଳରେ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା ।

For All Latest Updates

TAGGED:

iftar party
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.