ETV Bharat / international

ଋଷରୁ ସାନ ଫ୍ରାନ୍ସିକୋ ଅଭିମୁଖେ ଉଡାଣ ଭରିଲା ଏୟାର ଇଣ୍ଡିଆ

author img

By

Published : Jun 8, 2023, 11:10 AM IST

ଋଷର ମାଗାଦନ ବିମାନ ବନ୍ଦରରୁ 216 ଯାତ୍ରୀଙ୍କୁ ନେଇ ସାନ ଫ୍ରାନ୍ସିକୋ ଅଭିମୁଖେ ଉଡାଣ ଆରମ୍ଭ କଲା ଏୟାର ଇଣ୍ଡିଆ ବିମାନ । ଅଧିକ ପଢନ୍ତୁ

air india flight divert
air india flight divert

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିକୋକୁ ଉଡାଣ କରିଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ମଝି ଆକାଶରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାରୁ ମଙ୍ଗଳବାର ଋଷକୁ ଡାଇଭର୍ଟ ହୋଇଥିଲା ବିମାନ । ଆଜି (ଗୁରୁବାର) ଆଉ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ନେଇ ସାନ ଫ୍ରାନ୍ସିକୋକୁ ଉଡାଣ ଭରିଛି ଏୟାର ଇଣ୍ଡିଆ ବିମାନ । ଏନେଇ ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଏୟାର ଇଣ୍ଡିଆ ବିମାନ-AI173 216 ଯାତ୍ରୀ ଓ 16 କ୍ର୍ୟୁ ସଦସ୍ୟଙ୍କୁ ନେଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆମେରିକାର ସାନ ଫ୍ରାନ୍ସିକୋ ଅଭିମୁଖେ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ଏହାର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏ ସମ୍ପର୍କରେ ପାଇଲଟ ଦିଲ୍ଲୀ ବିମାନ ବନ୍ଦର ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରିବା ସହ ସୂଚନା ଦେଇଥିଲେ । ପରେ ବିମାନକୁ ସାନ ଫ୍ରାନ୍ସିକୋ ପରିବର୍ତ୍ତେ ଋଷର ମାଗାଦନ ବିମାନ ବନ୍ଦରକୁ ଡାଇଭର୍ଟ କରିବା ପାଇଁ ନିର୍ଦ୍ଦେଶ ମିଳିଥିଲା । ଏହାପରେ ସୁରକ୍ଷିତ ଭାବେ ମାଗାଦନ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅବତରଣ କରିଥିଲା ।

ତେବେ ଆଜି ଏୟାର ଇଣ୍ଡିଆର ଆଉ ଏକ ବିମାନରେ ସମସ୍ତ 216 ଯାତ୍ରୀ ସାନ ଫ୍ରାନ୍ସିକୋ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ସକାଳ ସମୟରେ ବିମାନଟି ଉଡାଣ କରିଥିବା ବେଳେ ଅପରାହ୍ନରେ ସାନ ଫ୍ରାନ୍ସିକୋରେ ପହଞ୍ଚିବ । ତେବେ ଋଷର ମାଗାଦନରେ ଅବତରଣ କରିଥିଲା ବିମାନର ଯାନ୍ତ୍ରିକ ତ୍ରୁଟି ଓ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Engine Glitch: ଋଷକୁ ଡାଇଭର୍ଟ ହେଲା ଦିଲ୍ଲୀ-ସାନ ଫ୍ରାନ୍ସିକୋ ଏୟାର ଇଣ୍ଡିଆ ବିମାନ

ମାଗାଦନ ବିମାନ ବନ୍ଦରରେ ଅବତରଣ କରିବାର ଗୋଟିଏ ଦିନ ପରେ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ ଅଭିମୁଖେ ନେଇ ଉଡାଣ ଆରମ୍ଭ କରିଛି ଏୟାର ଇଣ୍ଡିଆ ବିମାନ । କିନ୍ତୁ ଉଡାଣରେ ଗୋଟିଏ ଦିନ ବିଳମ୍ବ ହୋଇଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବା ଗତକାଲି ଯାତ୍ରୀ ମାନେ ଅଭିଯୋଗ କରିଥିଲେ । ଅବ୍ୟବସ୍ଥାରେ ବିମାନ ବନ୍ଦରରେ ରାତି କାଟିଥିଲେ ଯାତ୍ରୀ । କିଛି ଯାତ୍ରୀ ଏକ କଠୋରୀରେ ଚଟାଣରେ କମ୍ବଳ ଘୋଡାଇ ଅବ୍ୟବସ୍ଥା ମଧ୍ୟରେ ଶୋଇଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ଆକାଶରେ ବିମାନ ଉଡାଣ କରୁଥିବା ବେଳେ ଯଦି ପକ୍ଷୀ ମାଡ ହୁଏ ବା ଖରାପ ପାଗ ଓ ଯାନ୍ତ୍ରିକ ତ୍ରୁଟି ଦେଖା ଦିଏ ତେବେ ଏହା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଜରୁରୀକାଳୀନ ଅବତରଣ କରେ । କୌଣସି ଅଘଟଣ ଘଟିବା ପୂର୍ବରୁ ବିମାନକୁ ଅନ୍ୟ ଏକ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.