ETV Bharat / international

ଇସ୍ରାଏଲରେ ପୁଣିଥରେ ଲାଗୁ ହେଲା ଜାତୀୟ ଲକଡାଉନ - national lockdown has been re-enforced in Israel

ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ଇସ୍ରାଏଲ ପିଏମ ଦେଶରେ ପୁଣିଥରେ ଲକଡାଉନ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ଇସ୍ରାଏଲରେ ପୁଣିଥରେ ଲାଗୁ ହେଲା ଜାତୀୟ ଲକଡାଉନ

author img

By

Published : Sep 14, 2020, 4:58 PM IST

ଜେରୁସେଲମ: ଦୁନିଆରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅନେକ ଦିନ ଧରି କିଛି ଦେଶରେ କିଛି ଦିନ ପାଇଁ କୋରୋନା ମାମଲା ହ୍ରାସ ପାଇଥିବାବେଳେ କିନ୍ତୁ ପୁନର୍ବାର ଏହି ମାମଲା ବୃଦ୍ଧି ପାଉଛି । ଏହି କାରଣରୁ ବିଶ୍ୱରେ ଆଉ ଏକ ରାଉଣ୍ଡ ଲକଡାଉନ ଆରମ୍ଭ ହେବାର ବିପଦ ଦେଖାଦେଇଛି । ଇସ୍ରାଏଲ ବିଶ୍ୱର ପ୍ରଥମ ଦେଶ ଭାବେ ପୁଣିଥରେ ଲକଡାଉନ କରିବାରେ ସାମ୍ନାକୁ ଆସିଛି । ଲୋକଙ୍କୁ ନିଜ ଘରଠାରୁ 500 ମିଟର ଦୂରରେ ଆଗକୁ ଯିବାକୁ ଅନୁମତି ଦିଆଯାଉ ନାହିଁ ।

3 ସପ୍ତାହ ପାଇଁ ଇସ୍ରାଏଲ ପୁଣିଥରେ ଦେଶରେ ନ୍ୟାସନାଲ ଲକଡାଉନ ଜାରି କରିଛି । ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ଘୋଷଣା କରିଛନ୍ତି। ଏହି ଲକଡାଉନ ଶୁକ୍ରବାର ଅପରାହ୍ନ 2ଟାରୁ ଲାଗୁ ହେବ ଏବଂ ତିନି ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ବେଞ୍ଜାମିନ କହିଛନ୍ତି।

ନେତାନ୍ୟାହୁ କହିଛନ୍ତି- 'ମୁଁ ଜାଣେ ଏହି ନିଷ୍ପତ୍ତିକୁ ଭାରି ମୂଲ୍ୟ ଦେବାକୁ ପଡ଼ିବ'। ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆମେ ନିୟମ ପାଳନ କରିବା, ତେବେ ଆମେ କୋରୋନାକୁ ପରାସ୍ତ କରିପାରିବା'। ସେ ଆହୁରି କହିଛନ୍ତି ଟିକା ମଧ୍ୟ ଖୁବ ଶୀଘ୍ର ଆସିବ ।

ସରକାରଙ୍କ କହିବାନୁସାରେ, ଜାତୀୟ ଲକଡାଉନରେ ସମସ୍ତ ପବ, ରେସ୍ତୋରାଁ, ଦୋକାନ ଏବଂ ମନୋରଞ୍ଜନ ସୁବିଧା ବନ୍ଦ ରହିବ। ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିବ ଏବଂ ଲୋକଙ୍କୁ ନିଜ ଘରଠାରୁ 500 ମିଟର ଦୂରରେ ଯିବାକୁ ଦିଆଯିବ ନାହିଁ ।

ଇସ୍ରାଏଲର ଜନସଂଖ୍ୟା ପ୍ରାୟ 88 ନିୟୁତ, କିନ୍ତୁ ଏଠାରେ 37,400 ରୁ ଅଧିକ ସକ୍ରିୟ ମାମଲା ଅଛି । ରବିବାର 3100 ରୁ ଅଧିକ ଲୋକ ସକାରାତ୍ମକ ବୋଲି ଜଣାପଡିଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ 156,596 ଏବଂ କୋରୋନାରେ ଅତି କମରେ 1119 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.