ETV Bharat / international

କୋରୋନା ପ୍ରଭାବିତ ରାଜ୍ୟରେ 1000 ଟ୍ରୁପ ନିୟୋଜିତ କରିବ ଅଷ୍ଟ୍ରେଲିଆ

author img

By

Published : Jun 26, 2020, 6:54 AM IST

ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରରେ କୋରୋନା ବିତ୍ପାତ ବଢି ଚାଲିଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେଠାରେ 1000ରୁ ଉର୍ଦ୍ଧ୍ବ ଟ୍ରୁପଙ୍କୁ ନିୟୋଜିତ କରିବାକୁ ଯାଉଛନ୍ତି ସରକାର । ଭିକ୍ଟୋରିଆ ଦେଶରେ ଦ୍ବିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ହୋଇଥିବା ବେଳେ ଏଠାରେ କୋରୋନାର ନିୟନ୍ତ୍ରଣ ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ।

corona in australia, corona update in australia, troops deplyment for corona management in australia, corona situatrion in australia, ଅଷ୍ଟ୍ରେଲିଆରେ କୋରୋନା, ଅଷ୍ଟ୍ରେଲିଆରେ କୋରୋନା ଅପଡେଟ, ଅଷ୍ଟ୍ରେଲିଆରେ କୋରୋନା ନିୟନ୍ତ୍ରଣରେ ଟ୍ରୁପ ନିୟୋଜନ, ଅଷ୍ଟ୍ରେଲିଆରେ କୋରୋନା ସ୍ଥିତି
କୋରୋନା ପ୍ରଭାବିତ ରାଜ୍ୟରେ 1000 ଟ୍ରୁପ ନିୟୋଜିତ କରିବ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରରେ କୋରୋନା ବିତ୍ପାତ ବଢି ଚାଲିଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେଠାରେ 1000ରୁ ଉର୍ଦ୍ଧ୍ବ ଟ୍ରୁପଙ୍କୁ ସରକାର ନିୟୋଜିତ କରିବାକୁ ଯାଉଛନ୍ତି ସରକାର । ଭିକ୍ଟୋରିଆ ଦେଶରେ ଦ୍ବିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ହୋଇଥିବା ବେଳେ ଏଠାରେ କୋରୋନାର ନିୟନ୍ତ୍ରଣ ଅତି ଗୁରୁତ୍ବପୂର୍ଣ୍ଣ ବିଷୟ । ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୋଲ୍ଡସ ।

ବୁଧବାର ଭିକ୍ଟୋରିଆ ସରକାର କେନ୍ଦ୍ର ସରକାରଙ୍କୁ ସାମରିକ ସହାୟତା ପାଇଁ ଅନୁରୋଧ କରିଥିଲେ । ଗତ ସପ୍ତାହେ ମଧ୍ୟରେ ଦୈନିକ ଏଠାରେ 13ରୁ 25 ନୂଆ ମାମଲା ଚିହ୍ନଟ ହେବା ପରେ ସରକାର ଏପରି ନିଷ୍ପତ୍ତି ନେଇଥିଲେ । ସେପଟେ ଏପରି ସ୍ଥିତିରେ ଦୀର୍ଘ ମାସେ ପରେ ଦେଶରେ ପ୍ରଥମ କୋରୋନା ମୃତ୍ୟୁ ହୋଇଥିବା ଜଣା ପଡିଛି । ଏହି ସ୍ଥାନରେ ବର୍ତ୍ତମାନ କମ୍ୟୁନିଟି ଟ୍ରାନ୍ସମିଶନ ଆରମ୍ଭ ହୋଇଥିବା ଦେଖାଯାଇଛି ।

ସୂଚନା ମୁତାବକ ଭିକ୍ଟୋରିଆରେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରାୟ 850 ଅଷ୍ଟ୍ରେଲିଆନ ପ୍ରତିରକ୍ଷା ଫୋର୍ସ (ଏଡିଏଫ୍‌) ମନିଟରିଂ ସହାୟତା ଯୋଗାଇ ଲୋକଙ୍କୁ ହୋଟେଲରେ କ୍ବାରେଣ୍ଟାଇନ କରାଇବେ । ଏହି ହୋଟେଲମାନଙ୍କରେ ବାହାରୁ ଆସି ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଯାତ୍ରୀଙ୍କୁ 14 ଦିନ କ୍ବାରେଣ୍ଟାଇନରେ ରଖାଯିବାର ବ୍ୟବସ୍ଥା କରାଯିବ । ସେପଟେ ଅନ୍ୟ 200 ଟ୍ରୁପ୍‌ ଭିକ୍ଟୋରିଆରେ ମେଡିକାଲ ସହାୟତା ଯୋଗାଇବାକୁ ଯାଇ ଟେଷ୍ଟିଂର ମାତ୍ରା ବଢାଇବାରେ ସାହାଯ୍ୟ କରିବେ । ଶୁକ୍ରବାରଠାରୁ ଏମାନଙ୍କୁ ମୁତୟନ କାର୍ଯ୍ୟ ଆରମ୍ଭ ହେବା ନେଇ ରେନୋଲ୍ଡସ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭିକ୍ଟୋରିଆରେ 6ଟି ହଟସ୍ପଟ ଚିହ୍ନଟ ହୋଇଛି । ଏହି ସ୍ଥାନମାନଙ୍କରେ ସାମ୍ପ୍ରଦାୟିକ ସଂକ୍ରମଣ ଆରମ୍ଭ ହୋଇଥିବା ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ବ ଦେବା ପାଇଁ ଭିକ୍ଟୋରିଆ ସରକାର ସ୍ଥିର କରିଥିବା ଜଣାପଡିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଗ୍ରେଗ ହଣ୍ଟ ହୋଟେଲମାନଙ୍କରେ କ୍ବାରେଣ୍ଟାଇନ ବ୍ୟବସ୍ଥାରେ ଉନ୍ନତି କରାଯାଇପାରିବା ନେଇ ସବୁଜ ସଙ୍କେତ ଦେଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା 7500 ଲୋକେ ସଂକ୍ରମିତ ହୋଇଥିବା ବେଳେ 103 ଜଣଙ୍କ ମୃତ୍ୟୁ ହୋଇସାରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.