ETV Bharat / international

ଗାଜା ଉପରେ ବଡ ଧରଣର ଆକ୍ରମଣ କରିବ ଇସ୍ରାଏଲ !

author img

By

Published : Nov 16, 2020, 10:22 AM IST

ଗାଜାକୁ ଇସ୍ରାଇଲର କଡା ଚେତାବନୀ । ରକେଟ୍‌ ମାଡ ବନ୍ଦ ନକଲେ ବଡ ଧରଣର ଆକ୍ରମଣ କରିବ ଇସ୍ରାଏଲ । ଅଧିକ ପଢନ୍ତୁ...

ଗାଜା ଉପରେ ବଡ ଧରଣର ଆକ୍ରମଣ କରିବ ଇସ୍ରାଇଲ !
ଗାଜା ଉପରେ ବଡ ଧରଣର ଆକ୍ରମଣ କରିବ ଇସ୍ରାଇଲ !

ଜେରୁଜେଲମ୍‌: ଗାଜାକୁ ଚେତାବନୀ ଦେଲା ଇସ୍ରାଏଲ । ଗାଜା ଷ୍ଟ୍ରିପ୍‌ ଯଦି ରକେଟ୍‌ ମାଡ ବନ୍ଦ ନକରେ ତେବେ ଗାଜା ଉପରେ ଭୟଙ୍କର ଭାବେ ଆକ୍ରମଣ ହେବ ବୋଲି ଇସ୍ରାଇଲ କହିଛି ।

ସାପ୍ତାହିକ କ୍ୟାବିନେଟ ବୈଠକରେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏନେଇ ଗାଜାକୁ ତାଗିଦ କରିଛନ୍ତି । ସେ କହିଛନ୍ତି,‘ଆମେ କୌଣସି ଆକ୍ରମଣକୁ ସହ୍ୟ କରିପାରିବୁ ନାହିଁ ।’ଗାଜା ଶନିବାର ରାତିରେ ଦୁଇଟି ରକେଟ୍‌ ଇସ୍ରାଏଲ ଆଡକୁ ଛାଡିଥିବା ସ୍ଥାନୀୟ ଗଣମାଧ୍ୟରେ ପ୍ରକାଶ ପାଇଥିବାରୁ ଏପରି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।

ତେବେ ବର୍ତ୍ତମାନ ସୁଦ୍ଧା ରକେଟ୍‌ ଆକ୍ରମଣ ନେଇ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି । ସେପଟେ ରକେଟ୍‌ ଆକ୍ରମଣ ନେଇ ଇସ୍ରାଇଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ୍‌ ଗାଜାକୁ ଦାୟୀ କରିଛନ୍ତି । ଗାଜାରେ ଚାଲୁଥିବା ପାଲେଷ୍ଟାଇନ ଆନ୍ଦୋଳନରେ ସମ୍ପୃକ୍ତ ଥିବା ଲୋକ(ହମାସ) ହିଁ ଏପରି କରିଥିବା ସେ କହିଛନ୍ତି ।

ଏହାସହ ଏହି ଅଞ୍ଚଳକୁ ଘେରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଥିବା ସେ କହିଛନ୍ତି । ଇସ୍ରାଏଲ ରକେଟ ଆକ୍ରମଣର ପ୍ରତିଆକ୍ରମଣ କରିଥିବା ସେ କହିଛନ୍ତି । ତେବେ ରକେଟ ମାଡରେ ଉଭୟ ପକ୍ଷରୁ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.