ବାଗଦାଦ : ଇରାକ ସେନାକୁ ବଡ ସଫଳତା । ଇରାକ ସେନାର(ସିଟିଏସ) କାର୍ଯ୍ୟାନୁଷ୍ଠାନରେ 42 ଆଇଏସ ଆତଙ୍କବାଦୀ ନିହତ ନେଇ ସୂଚନା ମିଳିଛି । ନାଇନଭେରେ ଚାଲିଥିବା ଆତଙ୍କବାଦୀ ଅପରେସନରେ ସେନାକୁ ସଫଳତା ମିଳିଛି ।
ଗୁପ୍ତଚର ରିପୋର୍ଟକୁ ଆଧାର କରି କରି ଇରାକ ଓ ଆନ୍ତର୍ଜାତୀୟ ମିଳିତ ବିମାନ ସମର୍ଥିତ ସିଟିଏସ୍ ବାହିନୀ ଆଇଏସର ପୂର୍ବ ଗଡ଼ ମୁସୁଲର ଦକ୍ଷିଣରେ ଥିବା ଆଇନ ଅଲ ଜାହଶ ଅଞ୍ଚଳରେ ଆକ୍ରମଣ କରିଥିଲେ। ଇରାକ ସେନାଧ୍ୟକ୍ଷଙ୍କ ମୁଖପାତ୍ର ୟାହିୟା ରସୁଲ କହିଛନ୍ତି ଯେ,କ୍ରମାଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ଆଇଏସ୍ ଆତଙ୍କବାଦୀଙ୍କ ସହ ସିଟିଏସ ବାହିନୀର ଅପରେସନ ଚାଲିଥିଲା ।
ତେବେ ଅପରେସନକୁ ଜୋରଦାର କରାଯାଇଥିବାରୁ ଆଇଏସ ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେବା ସହ ଆଉ କିଛି ଗୁମ୍ଫାରେ ଲୁଚି ରହିବାକୁ ବାଧ୍ୟ ହୋଇଥିଲେ । ଆଇଏସ ଆତଙ୍କବାଦୀଙ୍କ ଆକ୍ରମଣରେ ଇରାକ ସେନାର କିଛି ସୁରକ୍ଷା ବାହିନୀ ଶହୀଦ ହୋଇଥିବାବେଳେ କିଛି ସାଧାରଣ ନାଗରିକ ପାଖାପାଖି 12 ଜଣ ପ୍ରାଣ ହରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ