ETV Bharat / international

ପ୍ରାର୍ଥନା ପାଇଁ ଖୋଲିଲା ଇସ୍ତାନବୁଲର ହାଜିଆ ସୋଫିଆ - ହାଜିଆ ସୋଫିଆରେ ଶୁକ୍ରବାର ପ୍ରାର୍ଥନା

ପର୍ଯ୍ୟଟନସ୍ଥଳୀରୁ ମସଜିଦରେ ପରିଣତ ହେବା ପରେ ଶୁକ୍ରବାର ପ୍ରଥମ ଥର ପାଇଁ ମୁସଲିମ ଶ୍ରଦ୍ଧାଳୁଙ୍କ ପାଇଁ ଏହାର ଦ୍ବାର ଖୋଲାଯାଇଥିବା ଜଣାଯାଇଛି । ଦୀର୍ଘ ଦିନର ସଂଘର୍ଷ ପରେ ହାଜିଆ ସୋଫିଆ ମସଜିଦରେ ପରିଣତ ହେବା ପରେ ଏଠାରେ ଶୁକ୍ରବାର ପ୍ରାର୍ଥନା ଆରମ୍ଭ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା ।

hagia sophia, istanbul's hagia sophia, friday prayer in hagia sophia, hagia sophia latest news, ହାଜିଆ ସୋଫିଆ, ଇସ୍ତାନବୁଲର ହାଜିଆ ସୋଫିଆ, ହାଜିଆ ସୋଫିଆରେ ଶୁକ୍ରବାର ପ୍ରାର୍ଥନା, ହାଜିଆ ସୋଫିଆ ଲାଟେଷ୍ଟ ନ୍ୟୁଜ୍‌
ଶୁକ୍ରବାର ପ୍ରାର୍ଥନା ପାଇଁ ଖୋଲିଲା ଇସ୍ତାନବୁଲର ହାଜିଆ ସୋଫିଆ
author img

By

Published : Jul 25, 2020, 7:50 AM IST

ଇସ୍ତାନବୁଲ: 1500 ବର୍ଷ ପୁରୁଣା ୟୁନେସ୍କୋ ଦ୍ବାରା ହେରିଟେଜର ମାନ୍ୟତା ପ୍ରାପ୍ତ ହାଜିଆ ସୋଫିଆରେ ଆରମ୍ଭ ହୋଇଛି ଶୁକ୍ରବାର ପ୍ରାର୍ଥନା । ପର୍ଯ୍ୟଟନସ୍ଥଳୀରୁ ମସଜିଦରେ ପରିଣତ ହେବା ପରେ ଶୁକ୍ରବାର ପ୍ରଥମ ଥର ମୁସଲିମ ଶ୍ରଦ୍ଧାଳୁଙ୍କ ପାଇଁ ଏହାର ଦ୍ବାର ଖୋଲାଯାଇଥିବା ଜଣାଯାଇଛି । ଦୀର୍ଘ ଦିନର ସଂଘର୍ଷ ପରେ ହାଜିଆ ସୋଫିଆ ମସଜିଦରେ ପରିଣତ ହେବା ପରେ ଏଠାରେ ଶୁକ୍ରବାର ପ୍ରାର୍ଥନା ଆରମ୍ଭ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା ।

ଏନେଇ ଇସ୍ତାନବୁଲ ରାଜ୍ୟପାଳ ଅଲି ୟେରଲିକାୟାଙ୍କ ସୂଚନା ମୁତାବକ ଶୁକ୍ରବାରର ପ୍ରାର୍ଥନା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଇଚ୍ଛା ପ୍ରକାଶ କରିଥିବା ଦେଖାଯାଇଥିଲା । ହେଲେ କୋରୋନା ମହାମାରୀ ପାଇଁ ଏକସଙ୍ଗେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ପ୍ରାର୍ଥନା ପାଇଁ ଅନୁମତି ନଦେଇ ପର୍ଯ୍ୟାୟକ୍ରମେ ସେମାନଙ୍କୁ ପ୍ରାର୍ଥନା କରିବା ପାଇଁ ସୁଯୋଗ ଦିଆଯାଇଥିଲା । ଏଥିରେ ସହଯୋଗ କରିବା ସହ ମାସ୍କ ଓ ନିଜ ମଶିଣାର ବ୍ୟବହାର କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ଢେର ପୂର୍ବରୁ ସୂଚାଇ ଦିଆଯାଇଥିଲା ।

ତେବେ ସୁରକ୍ଷା ଦୃଷ୍ଟିରୁ ଅନେକ ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଘଟଣାସ୍ଥଳରେ ମହଜୁଦ ରଖାଯାଇଥିଲା । ସେପଟେ ଏହି ଶୁକ୍ରବାର ପ୍ରାର୍ଥନାରେ ରାଷ୍ଟ୍ରପତି ରେସେପ ତାୟିପ ମଧ୍ୟ ଯୋଗ ଦେଇଥିଲେ । ଏଥିସହ ଶୁକ୍ରବାରର ପ୍ରାର୍ଥନା ଅତି ଶାନ୍ତି ଶୃଙ୍ଖଳା ଓ ସୁରକ୍ଷିତ ପଦକ୍ଷେପ ସହ ସମ୍ପୂର୍ଣ୍ଣ ହୋଇଥିବା ନେଇ ସୂଚନା ଦିଆଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.