ETV Bharat / international

ସାଉଦି ଆରବ ଏୟାରପୋର୍ଟରେ ଡ୍ରୋନ ଆଟାକ୍, ୪ ଆହତ

author img

By

Published : Oct 7, 2021, 12:26 PM IST

ସାଉଦି ଆରବର ବିମାନ ବନ୍ଦରରେ ଡ୍ରୋନ ଆଟାକ୍ । ଆକ୍ରମଣରେ ଚାରି ଜଣ ଏୟାରପୋର୍ଟ କର୍ମଚାରୀ ଆହାତ । ଅଧିକ ପଢନ୍ତୁ...

ସାଉଦି ଆରବ ଏୟାରପୋର୍ଟରେ ଡ୍ରୋନ ଆଟାକ୍
ସାଉଦି ଆରବ ଏୟାରପୋର୍ଟରେ ଡ୍ରୋନ ଆଟାକ୍

ରିୟାଦ: ସାଉଦି ଆରବ ବିମାନ ବନ୍ଦରରେ ଡ୍ରୋନ ଆଟାକ୍ । ସାଉଦିର ଦକ୍ଷିଣ-ପଶ୍ଚିମ ସହର ଆଭାର ଏୟାରପୋର୍ଟରେ ବିସ୍ଫୋରକ ବୋଝେଇ ଡ୍ରୋନ ଆକ୍ରମଣ ହୋଇଛି । ଏଥିରେ ଏୟାରପୋର୍ଟର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଏହି ଆକ୍ରମଣ ପଛରେ ୟେମେନି ଶିଆ ହୋଉତି ରିବେଲ (Yemeni Shia Houthi rebel)ର ହାତ ଥିବା ଏକ ମିଡିଆ ରିପୋର୍ଟରେ କୁହାଯାଇଛି ।

ଡ୍ରୋନଟିକୁ ସାଉଦି ଫୋର୍ସ ତଳକୁ ଖସାଇଥିଲେ । ମାତ୍ର ନଷ୍ଟ ଡ୍ରୋନ ସଂସ୍ପର୍ଶରେ ଆସିବା ଯୋଗୁଁ ୪ ଆହତ ହୋଇଛନ୍ତି । ବହୁ ବର୍ଷ ଧରି ରାଷ୍ଟ୍ରପତି ଅବଦ୍ରାବବୁହ ମନସୁର ହାଦି ନେତୃତ୍ବାଧୀନ ସରକାରୀ ବାହିନୀ ଏବଂ ହୋଉତି ରିବେଲଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଯେଉଁ କାରଣରୁ ଏହି ଆକ୍ରମଣ ଘଟିଛି ।

ମାର୍ଚ୍ଚ ୨୦୧୫ ପରଠାରୁ ସାଉଦି ନେତୃତ୍ବାଧୀନ ଆରବ ଆଲିଆନ୍ସ ଏବଂ ହାଦି ବାହିନୀର ମିଳିତ ସହଯୋଗରେ ରିବେଲଙ୍କ ବିରୁଦ୍ଧରେ ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ଅପରେସନ ଜାରି ରହିଛି, ଯେଉଁମାନେ କି ସନାର ରାଜଧାନୀ ଏବଂ ଉତ୍ତର-ପଶ୍ଚିମ ୟେମେନର ବୃହତ୍ ଅଞ୍ଚଳ ନିୟନ୍ତ୍ରଣ କରୁଛନ୍ତି । ସାଉଦି ସୀମାବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ପାଇଁ ହୋଉତି ଅଧିକାଂଶ ସମୟରେ ଏପରି ବିସ୍ଫୋଟକ ବୋଝେଇ ଡ୍ରୋନ ବ୍ୟବହାର କରିଥାନ୍ତି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.