ETV Bharat / international

ସାଉଦିଆରବ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ, ବିସ୍ଫୋରଣରେ ବିମାନ ଧ୍ବଂସ - ସାଉଦିଆରବ ବିମାନବନ୍ଦର

ସାଉଦିଆରବର ଏକ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ ଯୋଗୁଁ ବିସ୍ଫୋରଣ । ୮ ଜଣ ଗୁରୁତର । ବିମାନ ଧ୍ବଂସ । ଅଧିକ ପଢନ୍ତୁ...

ସାଉଦିଆରବ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ, ବିସ୍ଫୋରଣରେ ବିମାନ ଧ୍ବଂସ

author img

By

Published : Aug 31, 2021, 10:22 PM IST

ରିୟାଦ: ସାଉଦିଆରବର ଏକ ବିମାନବନ୍ଦରରେ ବିସ୍ଫୋରଣ । ବିମାନବନ୍ଦରରେ ହୋଇଛି ଡ୍ରୋନ ଆକ୍ରମଣ । ଏହି ଆକ୍ରମଣରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ଯାତ୍ରୀ ବିମାନ । ୟମନରେ ତୁହୀ ବିଦ୍ରୋହୀଙ୍କ ବିରୋଧରେ ଜାରି ଯୁଦ୍ଧ ଯୋଗୁଁ ଏବେ ଟାର୍ଗେଟରେ ରହିଛି ସାଉଦିଆରବ ବିମାନବନ୍ଦର ।

ସମ୍ବାଦ ସରବରାହ ସଂସ୍ଥାର ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କୀ ସଂଗଠନ ଏହି ଆକ୍ରମଣ ନେଇ ନିଜକୁ ଦାୟୀ କରିନାହାଁନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଏହା ବିମାନବନ୍ଦର ଉପରେ ଦ୍ବିତୀୟ ଆକ୍ରମଣ । ଡ୍ରୋନ ଆକ୍ରମଣରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ବିମାନ ମଧ୍ୟ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି ।

ୟମନରେ ଇରାନ ସମର୍ଥିତ ଶିୟା ବିଦ୍ରୋହୀଙ୍କ ସହ ଯୁଦ୍ଧ ଲଢୁଥିବା ସାଉଦି ନେତୃତ୍ବାଧିନ ସୈନ୍ୟ ସଂଗଠନ ଆକ୍ରମଣ ନେଇ କୌଣସି ସୂଚନା ଦେଇନାହିଁ । ସୁରକ୍ଷାବଳ ବିସ୍ଫୋଟକ ଡ୍ରୋନକୁ ମାରି ଖସାଇଦେଇଥିବା କହିଛି ସାଉଦି ନେତୃତ୍ବାଧିନ ସୈନ୍ୟ ସଂଗଠନ ।

ବର୍ତ୍ତମାନ ଗୃହଯୁଦ୍ଧର ସାମ୍ନା କରୁଛି ୟମନ । ହୁତୀ ବିଦ୍ରୋହୀମାନେ ୟମନର ରାଜଧାନୀ ସନା ଉପରେ କରିଥିଲେ କବଜା । ପରେ ଦେଶର ଅଧିକାଂଶ ରାଜ୍ୟ ଏମାନଙ୍କ ଦଖଲକୁ ଆସିସାରିଛି । ଘନଘନ ଆକ୍ରମଣ କାରଣରୁ ୟମନର ତତ୍କାଳୀନ ରାଷ୍ଟ୍ରପତି ଆବେଦ୍ରାବୁ ମନସରଙ୍କୁ ଦେଶଛାଡି ପଳାୟନ କରିବାକୁ ପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.