ETV Bharat / international

ତୁର୍କୀରେ ବାଣ ଫ୍ୟାକ୍ଟ୍ରିରେ ନିଆଁ, 50 ଆହତ - ତୁର୍କୀରେ ରସାୟନିକ ବିସ୍ଫୋରଣ

ଉତ୍ତର-ପଶ୍ଚିମ ତୁର୍କୀର ସକାର୍ୟା ପ୍ରାନ୍ତରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ହୋଇଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ଅନ୍ୟୁନ 50 ଜଣ ଆହତ ହୋଇଥିବା ଜଣା ପଡିଛି ।

blast in firecracker factory in turkey, industrial accident in turkey, turkey latest news, chemical blast in turkey, blast in firecracker factory, ତୁର୍କୀରେ ବାଣ କାରଖାନାରେ ବିସ୍ଫୋରଣ, ତୁର୍କୀରେ ଉଦ୍ୟୋଗିକ ଦୁର୍ଘଟଣା, ତୁର୍କୀ ଲାଟେଷ୍ଟ ନ୍ୟୁଜ୍‌, ତୁର୍କୀରେ ରସାୟନିକ ବିସ୍ଫୋରଣ, ବାଣ କାରଖାନାରେ ବିସ୍ଫୋରଣ
ତୁର୍କୀରେ ବାଣ ଫ୍ୟାକ୍ଟ୍ରିରେ ନିଆଁ, 50 ଆହତ
author img

By

Published : Jul 4, 2020, 1:30 AM IST

ଅଙ୍କାରା: ଉତ୍ତର-ପଶ୍ଚିମ ତୁର୍କୀର ସକାର୍ୟା ପ୍ରାନ୍ତରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ହୋଇଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ଅନ୍ୟୁନ 50 ଜଣ ଆହତ ହୋଇଥିବା ଜଣା ପଡିଛି । ଏନେଇ ସକାର୍ୟା ରାଜ୍ୟପାଳ ସେଟିନ ଓକଟେଙ୍କ ସୂଚନା ଦେଇ କହିଛନ୍ତି କି ଘଟଣାରେ ଆହତ 50 ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ଚିକିତ୍ସା ଜାରି ରହିଛି ।

ସେପଟେ ସ୍ଥାନୀୟ ସୂଚନା ମୁତାବକ ବିସ୍ଫୋରଣ ସମୟରେ କାରଖାନାରେ 172 ଜଣ ଲୋକେ ରହିଥିଲେ । ଏଥିସହ ଭିତରେ 110 ଟନ୍‌ ବିସ୍ଫୋରକ ରହିଥିଲା । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ପାଇଁ 60ରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ ଓ 2ଟି ହେଲିକପ୍ଟର ପହଞ୍ଚିଥିଲା । ସେପଟେ ଏନେଇ ତୁର୍କୀଶ ରେଡ କ୍ରେସେଣ୍ଟ ରାଷ୍ଟ୍ରପତି କେରେମ କିନିକଙ୍କ ସୂଚନା ମୁତାବକ ସ୍ଥାନୀୟ ଲୋକଙ୍କ ଏହାର ପ୍ରକୋପରୁ ବଞ୍ଚାଇବା ପାଇଁ ଘରରୁ ଦ୍ବାର ଓ ଝରକା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାରଖାନାରେ ହୋଇଥିବା ବିସ୍ଫୋରଣରେ ରସାୟନିକ ପଦାର୍ଥ ନିର୍ଗତ ହୋଇଥିବାରୁ ଏହାର ସ୍ବାସ୍ଥ୍ୟଗତ ପ୍ରଭାବ ଅତି ଭୟଙ୍କର ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଦେଶର ବିପର୍ଯ୍ୟୟ ଓ ଆପାତକାଳୀନ ସେବା ପରିଚାଳନା ବିଭାଗ ଏହି ଘଟଣାକୁ ଏକ ଉଦ୍ୟୋଗିତ ଦୁର୍ଘଟଣା ଭାବେ ଘୋଷଣା କରିବା ପାଇଁ କହିଛି । ଏଥିସହ ଘଟଣାରେ ବର୍ତ୍ତମାନ ସୁଦ୍ଧା ରେଡିଏସନର କୌଣସି ସୂଚନା ରହିନଥିବା ସହ 3ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.