ETV Bharat / international

ମାତ୍ର 20 ମିନିଟରେ ରକ୍ତ ନମୂନା ପରୀକ୍ଷା ଦର୍ଶାଇବ କୋରୋନା ରେଜଲ୍ଟ - ରକ୍ତ ନମୂନା ଟେଷ୍ଟିଂ

ସାଧାରଣ ଅଗ୍ଲୁଟିନିସନ ଆସେକୁ ବିକଶିତ କରିଛନ୍ତି ଗବେଷକ ଦଳ । ଏଥିରେ ରକ୍ତ କଣିକାରେ ଭୂତାଣୁର ଅବସ୍ଥିତି ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିବ । ଏଥିସହ SARS-CoV-2 ଭୂତାଣୁ ସହ ଲଢେଇ ପାଇଁ ରକ୍ତ କଣିକାରେ ଆଣ୍ଟିବଡିର ସ୍ଥିତି ମଧ୍ୟ ଜଣା ଯାଇପାରିବ ।

coronavirus news, corona testing, blodd sample testing, pcr testing, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଟେଷ୍ଟିଂ, ରକ୍ତ ନମୂନା ଟେଷ୍ଟିଂ, ପିସିଆର ଟେଷ୍ଟିଂ
ମାତ୍ର 20 ମିନିଟରେ ରକ୍ତ ନମୂନା ପରୀକ୍ଷା ଦର୍ଶାଇବ କୋରୋନା ରେଜଲ୍ଟ
author img

By

Published : Jul 19, 2020, 12:51 AM IST

ସିଡନୀ: ସାରା ବିଶ୍ବକୁ ଆତଙ୍କିତ କରିଥିବା କୋରୋନା ମହାମାରୀର ପ୍ରତିଷେଧକ ଓ ଚିକିତ୍ସା ପାଇଁ ବିଶ୍ବର କୋଣ ଅନୁକୋଣରେ ଜାରି ରହିଛି ପରୀକ୍ଷା ନିରୀକ୍ଷା । ଏମିତିରେ ଏହି ସଂକ୍ରମଣ ଚିହ୍ନଟ କରିବା ପାଇଁ ଟେଷ୍ଟିଂର ମାତ୍ରା ବଢାଇବା ପାଇଁ ପ୍ରୟାସ ଜାରି ରହିଛି । ଏଥିରେ ଅଷ୍ଟ୍ରେଲିଆନ ଗବେଷକମାନଙ୍କୁ ମିଳିଛି ଏକ ବିଶେଷ ସଫଳତା । ଏମାନଙ୍କ ଦାବି ହେଉଛି କି ସାଧାରଣ ରକ୍ତ ନମୂନା ପରୀକ୍ଷା କରାଯାଇ ମାତ୍ର 20 ମିନିଟରେ କୋଭିଡ-19 ପଜିଟିଭ ଅଛନ୍ତି କି ନାହିଁ ତାହା ଜଣା ପଡିବ ।

ଏଥିପାଇଁ ଏକ ସାଧାରଣ ଅଗ୍ଲୁଟିନିସନ ଆସେକୁ ବିକଶିତ କରିଛନ୍ତି ଗବେଷକ ଦଳ । ଏଥିରେ ରକ୍ତ କଣିକାରେ ଭୂତାଣୁର ଅବସ୍ଥିତି ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିବ । ଏଥିସହ SARS-CoV-2 ଭୂତାଣୁ ସହ ଲଢେଇ ପାଇଁ ରକ୍ତ କଣିକାରେ ଆଣ୍ଟିବଡିର ସ୍ଥିତି ମଧ୍ୟ ଜଣା ଯାଇପାରିବ । ଏନେଇ ଅଷ୍ଟ୍ରେଲିଆର ମୋନାସ ୟୁନିଭର୍ସିଟିର ଗବେଷକମାନେ 25 ମାଇକ୍ରୋଲିଟର ପ୍ଲାଜମାର ସାମ୍ପଲ ନେଇ ଅଧ୍ୟୟନ କରିଥିଲେ । ଯାହାର ରିପୋର୍ଟ ଏସିଏସ ସେନ୍ସର ପତ୍ରିକାରେ ପ୍ରକାଶିତ ହୋଇଥିଲା ।

ଏହା ପଛରେ ଲକ୍ଷ୍ୟ ହେଉଛି ବିଶ୍ବର କୋଣ ଅନୁକୋଣରେ ଏହି ଜ୍ଞାନ କୌଶଳ ପହଞ୍ଚାଇ ଲୋକଙ୍କ ଦେହରେ କୋରୋନ ଭୂତାଣୁର ସ୍ଥିତି କମ ସମୟ ମଧ୍ୟରେ ପରୀକ୍ଷା କରିବା । ଏହାଦ୍ବାରା ସଂକ୍ରମିତମାନେ ଯଥାଶୀଘ୍ର ଚିହ୍ନଟ ହେବା ସହ ସେମାନଙ୍କ ଚିକିତ୍ସା ମଧ୍ୟ ତ୍ବରାନ୍ବିତ ହୋଇପାରିବ । ସାଧାରଣତଃ ଏହି ପ୍ରକ୍ରିୟା ବିଶ୍ବର ସମସ୍ତ ଡାକ୍ତରଖାନାରେ ପରିଚାଳିତ ହୋଇଥାଏ । ଯାହାକୁ ପିସିଆର ଟେଷ୍ଟ ବୋଲି ମଧ୍ୟ କୁହାଯାଇଥାଏ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.