ETV Bharat / international

ଅଣାୟତ୍ତ ହେଉଛି ଅଷ୍ଟ୍ରେଲିଆ ବନାଗ୍ନି, 48 କୋଟି ପଶୁପକ୍ଷୀ ଜୀବନ୍ତ ଦଗ୍ଧ

ଅଷ୍ଟ୍ରେଲିଆ ଜଙ୍ଗଲରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ବ୍ୟାପିଥିବା ନିଆଁ ଏବେ ଉଗ୍ର ରୂପ ଧାରଣ କରିଛି । ଏହି ନିଆଁରେ ଜଳି ଏବେ ସୁଦ୍ଧା ପ୍ରାୟ 48 କୋଟି ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିବା ୟୁନିଭର୍ସିଟି ଅଫ ସିଡନୀର ଇକୋଲୋଜିଷ୍ଟ ଅନୁମାନ କରିଛନ୍ତି ।

author img

By

Published : Jan 5, 2020, 10:45 AM IST

australia-bushfires
ଫାଇଲ ଫଟୋ

କାନବେରା: ଅଷ୍ଟ୍ରେଲିଆ ଜଙ୍ଗଲରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ବ୍ୟାପିଥିବା ନିଆଁ ଏବେ ଉଗ୍ର ରୂପ ଧାରଣ କରିଛି। ଏହାକୁ ଏବେସୁଦ୍ଧାର ସର୍ବବୃହତ୍ତ ଅଗ୍ନିକାଣ୍ଡ ବୋଲି କୁହାଯାଉଛି । ଏହି ଅଗ୍ନିକାଣ୍ଡକୁ 4 ମାସ ବିତିଯାଇଥିଲେ ମଧ୍ୟ ଏହି ନିଆଁ ଆୟତ୍ତ ହେବାର ନାଁ ନେଉନାହିଁ । ତେବେ ଏହି ନିଆଁରେ ଜଳି ଏବେ ସୁଦ୍ଧା ପ୍ରାୟ 48 କୋଟି ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିବା ୟୁନିଭର୍ସିଟି ଅଫ ସିଡନୀର ଇକୋଲୋଜିଷ୍ଟ ଅନୁମାନ କରିଛନ୍ତି ।

ନ୍ୟୁ ସାଉଥ ୱେଲ୍ସର ମଧ୍ୟ-ଉତ୍ତର ଅଞ୍ଚଳରେ ସର୍ବାଧିକ କଙ୍ଗାରୁ ବାସ କରନ୍ତି । କିନ୍ତୁ ଜଙ୍ଗଲର ନିଆଁ ଯୋଗୁଁ କଙ୍ଗାରୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ସେପଟେ ଏହି ନିଆଁ ଯୋଗୁଁ ସାଧାରଣ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଚଳିତ ସପ୍ତାହରେ ତଟବର୍ତ୍ତୀ ଅଞ୍ଚଳ ଆଡକୁ ମୁହାଁଉଥିବା ଏହି ନିଆଁ ଯୋଗୁଁ 200ରୁ ଊର୍ଦ୍ଧ୍ବ ଘର ପୋଡି ପାଉଁଶ ହୋଇଯାଇଛି । ସେହିପରି ଏହି ନିଆଁ ଯୋଗୁଁ ପ୍ରଭାବିତ ହୋଇ ଚଳିତ ସପ୍ତାହରେ 18 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଭିକ୍ଟୋରିଆର ପୂର୍ବ ଜିପ୍ସଲ୍ୟାଣ୍ଡରେ 43 ଘର ଧ୍ବଂସ ହୋଇଥିବାବେଳେ ନ୍ୟୁ ସାଉଥ ୱେଲ୍ସରେ 176 ଘର ନଷ୍ଟ ହୋଇଯାଇଛି । ତେବେ ଏହାର ପ୍ରଭାବରେ ସେହି ଅଞ୍ଚଳରେ ପାଣିପାଗ ପ୍ରଭାବିତ ହୋଇଛି । ପବନ ବହିବା ସହ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କାନବେରାରେ ୮୦ ବର୍ଷ ମଧ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଁ ୪୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ସିଡନୀ ତଳି ଅଞ୍ଚଳରେ ତାପମାତ୍ରା ୪୮.୯ ଡିଗ୍ରୀ ସେଲସିୟସ ଛୁଇଁଛି ।

ସେପଟେ ଏହି ବନାଗ୍ନି ଅଣାୟତ୍ତ ହେବା ଯୋଗୁଁ ନିଜର ଭାରତ ଗସ୍ତ ବାତିଲ କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣକ୍ରମେ ଚଳିତ ମାସ 13ରୁ 16 ପର୍ଯ୍ୟନ୍ତ ତାଙ୍କର ଭାରତ ଗସ୍ତର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏଭଳି ପରିସ୍ଥିତିରେ ଦେଶ ବାହାରକୁ ଯିବା ଭଲ ହେବନାହିଁ ବୋଲି ସେ କହିଛନ୍ତି ।

Intro:Body:

Blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.