ETV Bharat / international

ଭାରତ-ଚୀନ ସୀମାରେ ଉତ୍ତେଜନାରେ ସଂଯମତା ରଖିବାକୁ କହିଲା ଜାତିସଂଘ - India-China border clashes

ଭାରତ-ଚୀନ ସୀମା ଉତ୍ତେଜନା ଉପରେ ଚିନ୍ତା ପ୍ରକଟ କଲା ଜାତିସଂଘ ।

ଭାରତ-ଚୀନ ସୀମାରେ ଉତ୍ତେଜନାରେ ସଂଯମତା ରଖିବାକୁ କହିଲା ଜାତିସଂଘ

author img

By

Published : Jun 17, 2020, 7:16 AM IST

Updated : Jun 17, 2020, 7:50 AM IST

ଜେନିଭା: ଭାରତ-ଚୀନର ପ୍ରକୃତ ନିୟନ୍ତ୍ରଣ ରେଖାରେ ସୃଷ୍ଟି ହୋଇଥିବା ହିଂସାତ୍ମକ ପରିସ୍ଥିତି ଉପରେ ଜାତିସଂଘ ମହାସଚିବ ଆଣ୍ଟୋନି ଗୁଟ୍ରେସ ଚିନ୍ତା ପ୍ରକଟ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଉପରେ ଅଧିକ ସଂଯମତା ରଖିବାକୁ ପରାମର୍ଶ ଦେଇଛନ୍ତି ।

ମଙ୍ଗଳବାର ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିଥିଲେ । ଯେଉଁଥିରେ ଭାରତୀୟ 20 ଯବାନ ଶହୀଦ ହୋଇଛନ୍ତି । ଭାରତୀୟ ସେନା ମଧ୍ୟ ଏହାର ପାଲଟା ଜବାବ ଦେଇଛନ୍ତି । ଏଥିରେ ଚୀନ ସେନାର 43 ସୈନ୍ୟ ମୃତାହତ ନେଇ ପ୍ରକାଶ ପାଇଛି । ଏହା ପରେ ଉଭୟ ଦେଶର ସ୍ଥିତି ଗମ୍ଭୀର ହୋଇପଡିଛି ।

ଜାତିସଂଘର ସାଧାରଣ ସମ୍ପାଦକ ଆରି କାନେକୋ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ଏବଂ ଚୀନର ପ୍ରକୃତ ନିୟନ୍ତ୍ରଣ ରେଖାର (LAC) ରେ ହିଂସା ଏବଂ ମୃତ୍ୟୁ ଖବର ଉପରେ ଉଦବେଗ ପ୍ରକାଶ କରିଛନ୍ତି । ଉଭୟ ପକ୍ଷରୁ ସର୍ବାଧିକ ସଂଯମତା ରକ୍ଷା କରିବାକୁ ଅନୁରୋଧ କରିଥିଲେ। ଲଦାଖର ଗାଲଭାନ୍ ଉପତ୍ୟକାରେ ହୋଇଥିବା ହିଂସାକାଣ୍ଡରେ ଭାରତୀୟ ସେନା ଶହୀଦ ହେବା ପ୍ରଶ୍ନର ଉତ୍ତରରେ କାନେକୋ ଏପରି ଉତ୍ତର ଦେଇଥିଲେ ।

ଦୀର୍ଘ 1 ମାସ ଧରି ଭାରତ-ଚୀନ ସୀମା ବିବାଦ ଉଗ୍ର ରୂପ ନେଇଛି । ଉତ୍ତେଜନା ହ୍ରାସ ନେଇ ଦୁଇ ଦେଇ ମଧ୍ୟରୁ ଉଦ୍ୟମ ଆରମ୍ଭ ହୋଇଥିଲା ମଧ୍ୟ ପରିସ୍ଥିତି ଶାନ୍ତ ପଡିନାହିଁ । ସୀମାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇ ରହିଛନ୍ତି । ଗତ 45 ବର୍ଷ ମଧ୍ୟରେ ଭାରତ-ଚୀନ ମଧ୍ୟରେ ଏପରି ସ୍ଥିତି ଦେଖିବାକୁ ମିଳିନଥିଲା ।

ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଗଲୱାନ ଘାଟୀରେ ଭାରତ ଓ ଚୀନ ସେନା ସୋମବାର ରାତିରେ ପଛକୁ ହଟିବା ପ୍ରକ୍ରିୟା ତ୍ବରାନ୍ବିତ କରିଥିଲେ । କିନ୍ତୁ ଅଚାନକ ଚୀନ ସେନାମାନେ ଆକ୍ରମଣାତ୍ମକ ହୋଇଉଠିଥିଲେ । ସେମାନେ ପ୍ରଥମେ ଲୁହା ଛଡ ଓ ପଥର ଦ୍ବାରା ଭାରତୀୟ ସେନାଙ୍କୁ ଆକ୍ରମଣ କରିଥିଲେ । ଭାରତୀୟ ସେନା ବିନା ଅସ୍ତ୍ର ସୈନିକଙ୍କ ସହ ଲଢେଇ କରିଥିଲେ । ଏହା ପରେ ଦୁଇ ସେନା ମଧ୍ୟରେ ସଂର୍ଘଷ ସୃଷ୍ଟି ହୋଇଥିଲା ।

ଗଲୱାନ ଉପତ୍ୟାକାରେ ପାଟ୍ରୋଲ ପଏଣ୍ଟ 14ରେ ଉତ୍ତଜେନା ହ୍ରାସ ପାଇଁ ବୈଠକ ଜାରି ରହିଛି । ପ୍ରତିରକ୍ଷାମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ସଂର୍ଘଷ ଓ ସୀମା ସ୍ଥିତି ଉପରେ ଅବଗତ କରାଇଥିଲେ । ଗତ 6 ସପ୍ତାହ ଧରି ନିୟନ୍ତ୍ରଣ ରେଖାରେ ଅଶାନ୍ତି ଲାଗି ରହିଛି । 1962ରେ ଏହି ଘାଟୀକୁ ନେଇ ଯୁଦ୍ଧ ହୋଇଥିଲା ।

Last Updated : Jun 17, 2020, 7:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.