ETV Bharat / international

ଜୁନ 15ରୁ ୟୁକେରେ ଖୋଲିବ ସମସ୍ତ ସାଧାରଣ ଦୋକାନ - ୟୁକେରେ କୋରୋନା ପ୍ରଭାବ

ଦେଶରେ କୋରୋନା ବିପତ୍ତି ସତ୍ତ୍ବେ ଲକଡାଉନ ନିୟମ କୋହଳ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନସନ । ଏନେଇ ମଙ୍ଗଳବାର ସେ ଘୋଷଣା କରିଛନ୍ତି କି ଆସନ୍ତା ଜୁନ 15ରୁ ଦେଶରେ ଥିବା ସମସ୍ତ ସାଧାରଣ ଦୋକାନ ଖୋଲାଯିବ । ଅଧିକ ପଢ଼ନ୍ତୁ...

uk non-essential shops to reopen from june 15, lockdown in uk, corona imapct on uk, coronavirus news, ଜୁନ 15ରୁ ୟୁକେରେ ଖୋଲିବ ସାଧାରଣ ଦୋକାନ, ୟୁକେ ଲକଡାଉନ, ୟୁକେରେ କୋରୋନା ପ୍ରଭାବ, କୋରୋନା ଭାଇରସ ନ୍ୟୁଜ୍‌
ଜୁନ 15ରୁ ୟୁକେରେ ଖୋଲିବ ସମସ୍ତ ସାଧାରଣ ଦୋକାନ
author img

By

Published : May 27, 2020, 12:31 AM IST

ଲଣ୍ଡନ: ଦେଶରେ କୋରୋନା ବିପତ୍ତି ସତ୍ତ୍ବେ ଲକଡାଉନ ନିୟମ କୋହଳ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନସନ । ଏନେଇ ମଙ୍ଗଳବାର ସେ ଘୋଷଣା କରିଛନ୍ତି କି ଆସନ୍ତା ଜୁନ 15ରୁ ଦେଶରେ ଥିବା ସମସ୍ତ ସାଧାରଣ ଦୋକାନ ଖୋଲାଯିବ । ପୂର୍ବରୁ ଲକଡାଉନ ନିୟମ କୋହଳ କରି କେବଳ ଜରୁରୀ ସେବା ଦୋକାନ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ଏବେ ସମସ୍ତ ଦୋକାନ ବଜାର ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ଡାଉନିଂ ଷ୍ଟ୍ରିଟରେ ହେଉଥିବା କୋରୋନା ଦୈନିକ ବିବରଣୀରେ ବୋରିଶ କହିଛନ୍ତି କି ଦେଶରେ କୋରୋନା ଲଢେଇରେ ଏହା ଆଗାମୀ ପଦକ୍ଷେପ ହେବ । ଏନେଇ ସମସ୍ତ ଦୋକାନ ବଜାର ଖୋଲିବାକୁ ଥିବା ବେଳେ ସମସ୍ତଙ୍କୁ ମାନିବାକୁ ହେବ କିଛି ନୂଆ ନିୟମ । ସେପଟେ ଆଉଟଡୋର ମାର୍କେଟ ଓ କାର ଶୋ’ରୁମ ଆଦି ଜୁନ 1ରୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ବୋରିଶ । ଅନ୍ୟପଟେ ଖୋଲିବାକୁ ଥିବା ଦୋକାନମାନଙ୍କ ପାଇଁ ଏକ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସମସ୍ତ ନୂଆ ନିୟମ ଓ ଏହାକୁ ପାଳନ କରିବାର ବିଧି ଉଲ୍ଲେଖ ରହିଛି ।

ଏହି ସମସ୍ତ ନିୟମ ପାଳନ କରି ଦୋକାନରେ ସ୍ବଚ୍ଛତା ପାଳନ କରିବା ପାଇଁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ବୋରିଶ । ତେବେ ଏହି ପଦକ୍ଷେପରେ ପ୍ରତିକ୍ରିୟା ପ୍ରକାଶ କରି ବ୍ୟବସାୟିକ ସଚିବ ଆଲୋକ ଶର୍ମା କହିଛନ୍ତି ଏହା ଏକ କଠୋର ପଦକ୍ଷେପ । ମହାମାରୀ ସମୟରେ ଏପରି କଡା ପଦକ୍ଷେପ ବିପଦପୂର୍ଣ୍ଣ ହେଲେ ବି ଏହାର ଆବଶ୍ୟକତା ରହିଛି । ଗତ ଦୁଇ ମାସ ହେବ ଦେଶରେ ଲକଡାଉନ ପାଇଁ ଅର୍ଥନୀତିରେ ହୋଇଥିବା କ୍ଷତିକୁ ରୋକିବାକୁ ହେଲେ ଏହି ପଦକ୍ଷେପର ଆବଶ୍ୟକତା ରହିଛି । ସେପଟେ ବେରୋଜଗାର ସମସ୍ୟାର ଏହା ସମାଧାନ କରିବ ବୋଲି ସେ ଆଶା ରଖିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.