ETV Bharat / international

କୋଭାକ୍ସିନକୁ WHOର ଅନୁମୋଦନ ପରେ କଟକଣା ହଟାଇଲା ବ୍ରିଟେନ

author img

By

Published : Nov 9, 2021, 12:16 PM IST

Updated : Nov 9, 2021, 12:34 PM IST

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଜରୁରୀକାଳୀନ ବ୍ୟବହାର ପାଇଁ ସମସ୍ତ ଟିକାକୁ ଅନୁମତି ଦେବା ପରେ କଟକଣା ହଟାଇଲେ ବ୍ରିଟେନ ସରକାର । ଅଧିକ ପଢନ୍ତୁ...

କୋଭାକ୍ସିନକୁ WHOର ଅନୁମୋଦନ ପରେ କଟକଣା ହଟାଇଲା ବ୍ରିଟେନ
କୋଭାକ୍ସିନକୁ WHOର ଅନୁମୋଦନ ପରେ କଟକଣା ହଟାଇଲା ବ୍ରିଟେନ

ଲଣ୍ଡନ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଜରୁରୀକାଳୀନ ବ୍ୟବହାର ପାଇଁ ସମସ୍ତ ଟିକାକୁ ଅନୁମତି ଦେବା ପରେ କଟକଣା ହଟାଇଲେ ବ୍ରିଟେନ ସରକାର । ଆସନ୍ତା ନଭେମ୍ବର ୨୨ ମଧ୍ୟରେ ଟିକା ନେଇଥିବା ଭାରତୀୟ ବ୍ରିଟେନ ଗସ୍ତ କରିପାରିବେ ।

ଭାରତୀୟ ଟିକାକୁ WHOର ଅନୁମତି ପରେ ବ୍ରିଟେନ ଲଗାଇଥିବା ସମସ୍ତ କଟକଣା ପ୍ରତ୍ୟାହାର କରିନେଇଛି । ଏଣିକି ବ୍ରିଟେନ ଯିବାକୁ ଥିବା ଭାରତୀୟଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବନି । ବ୍ରିଟେନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଅନୁଯାୟୀ, ଉଭୟ ଡୋଜ୍ ଟିକା ନେଇଥିବା ୧୮ ବର୍ଷରୁ କମ୍ ବୟସର ପିଲାମାନେ ବ୍ରିଟେନ ଗସ୍ତ କରିପାରିବେ । ସେମାନଙ୍କ ପାଇଁ ମଧ୍ୟ ପୂର୍ବରୁ ଲାଗୁ ହୋଇଥିବା କ୍ବାରେଣ୍ଟାଇନ ବ୍ୟବସ୍ଥା ଉଠାଇ ଦିଆଯାଇଛି ।

ତେବେ ଗତ ୩ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଛନ୍ତି । ତା’ ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୫ଟି କୋରୋନା ଟିକା ଫାଇଜର ବାୟୋଏନଟେକ୍, ମଡର୍ଣ୍ଣା, ଜନସନ ଏଣ୍ଡ ଜନସନ, ଆଷ୍ଟ୍ରାଜେନିକା, ଚୀନର ସିନୋଫାର୍ମକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଧ୍ୟ ଅନୁମତି ଦେଇଥିଲା । ଏହାପରେ ବ୍ରିଟେନ ଭାରତୀୟଙ୍କ ପାଇଁ ଲଗାଇଥିବା ସମସ୍ତ କଟକଣାକୁ ପ୍ରତ୍ୟାହାର କରିନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 9, 2021, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.