ETV Bharat / international

ୟୁକେରେ ବିଦେଶୀ ଅପରାଧୀଙ୍କ ପ୍ରବେଶ ଉପରେ କଟକଣା - ୟୁକେ ଗୃହ ସଚିବ ପ୍ରୀତି ପଟେଲ

ୟୁକେରେ ବିଦେଶୀ ଅପରାଧିଙ୍କ ପାଇଁ ଘୋଷଣା ହୋଇଛି ନୂଆ ନିୟମ । ଏନେଇ ଗୃହ ସଚିବ ପ୍ରୀତି ପଟେଲ ସ୍ପଷ୍ଟ କରିଛନ୍ତି । ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ଅପରାଧିମାନଙ୍କୁ ୟୁକେରେ ପ୍ରବେଶ ଉପରେ କଟକଣା ଲଗାଯିବ । ଅଧିକ ପଢନ୍ତୁ...

new immigration law in uk, entry restriction to foreign criminals in uk, new rule for foreign criminals in uk, uk home secretary priti patel, uk latest news, ୟୁକେରେ ନୂଆ ଇମିଗ୍ରେସନ ନିୟମ, ୟୁକେରେ ବିଦେଶୀ ଅପରାଧିଙ୍କୁ ପ୍ରବେଶ କଟକଣା, ୟୁକେରେ ବିଦେଶୀ ଅପରାଧିଙ୍କ ପାଇଁ ନୂଆ ନିୟମ, ୟୁକେ ଗୃହ ସଚିବ ପ୍ରୀତି ପଟେଲ, ୟୁକେ ଲାଟେଷ୍ଟ ନ୍ୟୁଜ୍‌
ୟୁକେରେ ବିଦେଶୀ ଅପରାଧୀଙ୍କ ପାଇଁ ପ୍ରବେଶ ଉପରେ କଟକଣା
author img

By

Published : Jul 14, 2020, 6:43 AM IST

ଲଣ୍ଡନ: ୟୁକେରେ ବିଦେଶୀ ଅପରାଧିଙ୍କ ପାଇଁ ଘୋଷଣା ହୋଇଛି ନୂଆ ନିୟମ । ଏନେଇ ଗୃହ ସଚିବ ପ୍ରୀତି ପଟେଲ ସ୍ପଷ୍ଟ କରିଛନ୍ତି । ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ଅପରାଧିମାନଙ୍କୁ ୟୁକେରେ ପ୍ରବେଶ ଉପରେ କଟକଣା ଲଗାଯିବା ନେଇ ପ୍ରୀତି ସ୍ପଷ୍ଟ କରିଛନ୍ତି । ଇମିଗ୍ରେସନ ନେଇ ୟୁକେରେ କିଛି ନିୟମର ସଂଶୋଧନ କରାଯାଇଥିବା ବେଳେ ଏନେଇ ବିସ୍ତୃତ ଭାବେ ପ୍ରୀତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହି ନୂଆ ଘୋଷଣା ଅନୁଯାୟୀ ଦେଶର ମନ୍ତ୍ରୀମାନଙ୍କୁ ବିଦେଶୀ ଅପରାଧୀଙ୍କୁ ବିଭିନ୍ନ କାର୍ଯ୍ୟକଳାପ ବାଦ ଦେବା ସହ ଦେଶରେ ପ୍ରବେଶ ପାଇଁ କଟକଣା ଲାଗୁ କରିପାରିବାର ଅଧିକାର ପ୍ରଦାନ କରାଯିବ । ସେପଟେ ଅଧିକାରୀମାନେ ଚାହିଁଲେ ଲଗାତାର ଅପରାଧିକ କାର୍ଯ୍ୟ ଯଥା ପକେଟମାର ଓ ଚୋରି ବା ଡକାୟତିରେ ଲିପ୍ତ ରହିଥିବା ଅପରାଧିଙ୍କୁ ଦେଲ ପଠାଇପାରିବାର କ୍ଷମତା ଦିଆଯିବ । ଏଥିପାଇଁ ସମ୍ପୃକ୍ତ ଅପରାଧିମାନେ ଏକ ବର୍ଷରୁ କମ ଜେଲ ଦଣ୍ଡାଦେଶ ପାଇଥିଲେ ସୁଦ୍ଧା ସେମାନଙ୍କୁ ପୁନର୍ବାର ଦଣ୍ଡାଦେଶ ଦିଆଯାଇପାରିବା ନେଇ ସ୍ପଷ୍ଟ ହୋଇଛି ।

ଏହି ନୂଆ ନିୟମ ଅନୁଯାୟୀ ଅନ୍ୟ ଦେଶର ଅପରାଧିମାନଙ୍କ ଭଳି ୟୁରୋପିଆନ ୟୁନିଅନ ଦେଶର ଅପରାଧିମାନଙ୍କୁ ମଧ୍ୟ ଦଣ୍ଡବିଧାନ କରାଯିବ । ବର୍ତ୍ତମାନ ପ୍ରଚଳିତ ନିୟମ ଅନୁଯାୟୀ ମାମଲାର ଗଭୀରତା ଅନୁଯାୟୀ ଅପରାଧୀଙ୍କୁ ଦଣ୍ଡବିଧାନ ହେଉଥିଲା । ହେଲେ ପରିବର୍ତ୍ତିତ ନୂଆ ନିୟମ ଅନୁଯାୟୀ ପ୍ରତ୍ୟେକ ଅପରାଧିଙ୍କୁ ଦଣ୍ଡବିଧାନ ବାଧ୍ୟତାମୂଳକ କରାଯିବ । ଏହି ନୂଆ ନିୟମ ଜାନୁଆରୀ 1, 2021ରୁ କାର୍ଯ୍ୟକାରୀ ହେବ । ଯାହା ଦ୍ବାରା ହୀନ ମନସ୍କ ଅପରାଧୀମାନଙ୍କୁ ଦେଶରେ ପ୍ରବେଶ ଉପରେ ଆସନ୍ତା ବର୍ଷଠାରୁ କଟକଣା ଲଗାଯିବ ।

ସେପଟେ ୟୁକେରେ ପ୍ରବେଶ ପାଇଁ ଭିସା ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ 70 ପଏଣ୍ଟ ହାସଲ କରିବାକୁ ହେବ । ଏନେଇ ବ୍ରିଟିଶ ନାଗରିକମାନେ ମଧ୍ୟ ସହମତି ପ୍ରକାଶ କରିଥିବା ପ୍ରୀତି ପ୍ରକାଶ କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.