ETV Bharat / international

କିଶୋରଙ୍କୁ ମିଳିବ ଫାଇଜର ଭ୍ୟାକ୍ସିନ, ଗ୍ରୀନ ସିଗନାଲ୍ ଦେଲେ ବ୍ରିଟେନ୍ ସରକାର

author img

By

Published : Jun 4, 2021, 5:45 PM IST

ଇଜର ବାୟୋଏନଟେକ ପକ୍ଷରୁ ବିକଶିତ କୋରୋନା ଭ୍ୟାକ୍ସିନକୁ 12ରୁ 15 ବର୍ଷର କିଶୋର ଆୟୁ ବର୍ଗଙ୍କ ଟୀକାକରଣ ପାଇଁ ଦେଇଛି ମଞ୍ଜୁରୀ । ଅଧିକ ପଢନ୍ତୁ...

ବ୍ରିଟେନରେ କିଶୋରଙ୍କୁ ମିଳିବ ଫାଇଜର ଭ୍ୟାକ୍ସିନ

ଲଣ୍ଡନ: ବ୍ରିଟେନର ରେଗୁଲେଟର ଫାଇଜର ବାୟୋଏନଟେକ ପକ୍ଷରୁ ବିକଶିତ କୋରୋନା ଭ୍ୟାକ୍ସିନକୁ 12ରୁ 15 ବର୍ଷର କିଶୋର ଆୟୁ ବର୍ଗଙ୍କ ଟୀକାକରଣ ପାଇଁ ଦେଇଛି ମଞ୍ଜୁରୀ । ବ୍ରିଟେନର ଔଷଧ ନିୟନ୍ତ୍ରକ ଶୁକ୍ରବାର ସୂଚନା ଦେଇଛି ଯେ ଅନେକ ସମୀକ୍ଷା ପରେ ଫାଇଜର-ବାୟୋଏନଟେକ ଭ୍ୟାକ୍ସିନ 12ରୁ 15 ବର୍ଷର ପିଲାଙ୍କ ପାଇଁ ସୁରକ୍ଷିତ । ଏଭଳି ଆକଳନ କରିଛି ଆମେରିକା ଓ ୟୁରୋପୀୟ ୟୁନିୟନ ମଧ୍ୟ ଫାଇଜରକୁ ନେଇ କରିଛି ।

ୟୁରୋପୀୟ ମେଡିସିନ ଏଜେନ୍ସି(ଇଏମଏ) ଫାଇଜର ଓ ବାୟୋଏନଟେକ ପକ୍ଷରୁ ବିକଶିତ ଆଣ୍ଟି କୋଭିଡ ଟିକାକୁ 12ରୁ 15 ବର୍ଷର ପିଲାଙ୍କୁ ଦେବାକୁ ଗତ 1 ମାସରୁ ସୁପାରିଶ କରାଯାଇଥିଲା । ଫାଇଜର ବାୟୋଏନଟେକ ଟିକାକୁ 27 ଦେଶର ୟୁରୋପୀୟ ସଂଘରେ ସର୍ବପ୍ରଥମେ ମଞ୍ଜୁରୀ ମିଳିଥିଲା ଓ 16 ବର୍ଷ କିମ୍ବା ଏହାଠାରୁ ଅଧିକ ବୟସ୍କଙ୍କୁ ଲଗାଇବା ପାଇଁ ଏହାକୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା ।

ଟିକାର ସମୀକ୍ଷା କରୁଥିବା ଇଏମଏ ମୁଖ୍ୟ ମାର୍କ କାୱଲେରୀ କହିଛନ୍ତି, ଏକ ସୁରକ୍ଷିତ ଓ ପ୍ରଭାବୀ ଟିକାର ସୁରକ୍ଷା କିଶୋର ସୁମଦାୟଙ୍କୁ ପ୍ରଦାନ କରିବା ମହାମାରୀ ବିରୋଧରେ ଲଢେଇରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ । ସେ କହିଛନ୍ତି, ୟୁରୋପୀୟ ସଂଘର ନିୟନ୍ତ୍ରକକୁ ଶିଶୁ ଓ କିଶୋରଙ୍କ ପାଇଁ ଟିକାର ବ୍ୟବହାରକୁ ମଞ୍ଜୁରୀ ଦେବା ନେଇ ଆବଶ୍ୟକ ତଥ୍ୟ ମିଳିଥିଲା । ଆଉ କୋଭିଡ ବିରୋଧରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଛି ।

ଆମେରିକାର 2,000 କିଶୋରଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା । ଟିକା ଅତ୍ୟନ୍ତ ସୁରକ୍ଷିତ ଥିବା ଦେଖିବାକୁ ମିଳିଛି ​​ଏବଂ ଏହି ବୟସ ଶ୍ରେଣୀରେ ମଧ୍ୟ ଟୀକାକରଣର ପାର୍ଶ୍ବ ପ୍ରତିକ୍ରିୟା ଛୋଟ ବୟସ୍କମାନଙ୍କଠାରେ ଦେଖାଯାଉଥିଲା ଏବଂ ଚିନ୍ତାର କାରଣ ନଥିଲା।” ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ନିଆଯାଇଛି। ଇଉରୋପୀୟ କମିଶନ ଷ୍ଟାମ୍ପ୍ କରିବା ଆବଶ୍ୟକ ଏବଂ 16 ବର୍ଷରୁ କମ୍ ପିଲାମାନଙ୍କୁ ଟୀକାକରଣ କରାଯିବ କି ନାହିଁ ତାହା ସ୍ଥିର କରିବାକୁ ପଡିବ।

ଏହାପୂର୍ବରୁ ଗତ ଏପ୍ରିଲରେ କାନାଡା ଏବଂ ଆମେରିକାର ଔଷଧ ନିୟନ୍ତ୍ରକ ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲେ। ବିକଶିତ ଦେଶଗୁଡିକ ଅଧିକରୁ ଅଧିକ ଜନସମୁଦାୟଙ୍କ ଟୀକାକରଣ ଦିଗରେ କାର୍ଯ୍ୟ କରୁଛନ୍ତି । ଅନୁସନ୍ଧାନକାରୀମାନେ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କଠାରେ ଏହି ଟୀକାକରଣର ଦୀର୍ଘମିଆଦି ପ୍ରଭାବ ଉପରେ ନଜର ରଖିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.