ETV Bharat / international

ବିଶ୍ବର ବୃହତ୍ତମ ଆଣବିକ ବୋମା ପରୀକ୍ଷଣର ଭିଡ଼ିଓ ଜାରି କଲା ଋଷ - most powerful nuclear bomb blast ever

ଋଷ ବିଶ୍ୱର ସର୍ବବୃହତ ପରମାଣୁ ବୋମା (ଟାର୍ ବମ୍ବା ନ୍ୟୁକ୍ ଟେଷ୍ଟ) ର ଭିଡିଓ ଜାରି କରିଛି । ଏହି ପରମାଣୁ ବୋମା ବିସ୍ଫୋରଣ ଦୁନିଆର ସବୁଠାରୁ ଶକ୍ତିଶାଳୀ ପରମାଣୁ ବିସ୍ଫୋରଣ ମଧ୍ୟରୁ ଅନ୍ୟତମ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଋଷ ବିଶ୍ୱର ସର୍ବବୃହତ ପରମାଣୁ ବୋମା
ଋଷ ବିଶ୍ୱର ସର୍ବବୃହତ ପରମାଣୁ ବୋମା
author img

By

Published : Aug 27, 2020, 4:04 PM IST

ମସ୍କୋ: ସାରା ବିଶ୍ବ ବର୍ତ୍ତମାନ କୋଭିଡ ସଙ୍କଟ ସହ ମୁକାବିଲା କରୁଛି । ଇତିମଧ୍ୟରେ ଋଷ ବିଶ୍ୱର ସର୍ବବୃହତ ପରମାଣୁ ବୋମା (ଟାର୍ ବମ୍ବା ନ୍ୟୁକ୍ ଟେଷ୍ଟ) ର ଭିଡିଓ ଜାରି କରିଛି । ଏହି ପରମାଣୁ ବୋମା ବିସ୍ଫୋରଣ ଦୁନିଆର ସବୁଠାରୁ ଶକ୍ତିଶାଳୀ ପରମାଣୁ ବିସ୍ଫୋରଣ ମଧ୍ୟରୁ ଅନ୍ୟତମ । ତେବେ ଏହାକୁ ଯଦି ଆମେରିକାର ବୋମା ସହ ତୁଳନା କରିବା ତେବେ ଏଯାବତ ଆମେରିକା ଏତେ ବଡ଼ ପରମାଣୁ ବୋମା ତିଆରି କରିବାରେ ସକ୍ଷମ ହୋଇନାହିଁ ।

'ଇଭାନ୍' ନାମକ ଏହି ପରମାଣୁ ବୋମାର ଶକ୍ତି ଏତେ ଯେ ଜାପାନର ହିରୋସୀମାରେ ପକାଯାଇଥିବା ପରମାଣୁ ବୋମା ଠାରୁ 3333 ଗୁଣ ଅଧିକ ଶକ୍ତିଶାଳୀ ହେବ । ଭିଡିଓରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଶୀତଳ ଯୁଦ୍ଧ ସମୟରେ ଋଷିଆ 30 ଅକ୍ଟୋବର 1961 ରେ ବାରେଣ୍ଟ ସାଗରରେ ଏହାର ଜାର ବାମ୍ବା (ଟାର୍ ବମ୍ବା) ଉପକରଣ ପରୀକ୍ଷା କରିଥିଲା । ଏହା ପ୍ରାୟ 50 ମେଗାଟନ୍ ଥିଲା ଏବଂ ଏହା 50 ମିଲିୟନ୍ ଟନ୍ ପାରମ୍ପାରିକ ବିସ୍ଫୋରକ ସାମଗ୍ରୀ ସହିତ ବିସ୍ଫୋରଣ ହୋଇଥିଲା ।

ଏହି ପରମାଣୁ ବୋମା ଋଷର ବିମାନ ଦ୍ୱାରା ଆର୍କଟିକ୍ ସମୁଦ୍ରର ନୋଭାୟା ଜେମାଲାୟା ଉପରେ ଥିବା ବରଫରେ ପକାଯାଇଥିଲା । ଯେତେବେଳେ ଏହି ବୋମା ସମ୍ପର୍କରେ ପାଶ୍ଚିମ ବିଶ୍ବକୁ ଜଣାପଡିଲା ସେତେବେଳେ ଏହି ପରମାଣୁ ବୋମାର ନାମ ଦିଆଗଲା 'ଟାର୍ ବମ୍ବା' । ଅଗଷ୍ଟ 20 ରେ, ଋଷର ରୋଷ୍ଟମ୍ ଷ୍ଟେଟ୍ ଆଣବିକ ଶକ୍ତି ନିଗମ ଏହାର ୟୁଟ୍ୟୁବ୍ ଚ୍ୟାନେଲରେ 30 ମିନିଟର ଡକ୍ୟୁମେଣ୍ଟାରୀ ଜାରି କରିଥିଲା ​। ବିଶେଷଜ୍ଞମାନେ କହିଛନ୍ତି ଯେ ଋଷ ଏହାର ପରୀକ୍ଷଣ ମାଧ୍ୟମରେ ମହାନ ବୈଷୟିକ ସଫଳତା ହାସଲ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.