ଆର୍ମେନିଆ: ଥମୁନି ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଆଞ୍ଚଳିକ ବିବାଦ । ନାଗର୍ଣ୍ଣୋ-କାରାବାକକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗି ରହିଛି ସଂଘର୍ଷ । ତେବେ ଏସବୁ ଭିତରେ ଆର୍ମେନିଆ ସହ ନାଗର୍ଣ୍ଣୋ-କାରାବାକ ସ୍ଥିତି ଉପରେ ଆଲୋଚନା କରିଛି ଫ୍ରାନ୍ସ ।
ଉଭୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ନାଗର୍ଣ୍ଣୋ-କାରାବାକ ସ୍ଥିତି ଉପରେ ଫୋନ ଯୋଗେ ଆଲୋଚନା କରିଛନ୍ତି । ଯୁଦ୍ଧ ବିରାମ ଲାଗୁ ହେବା ପରେ ସେଠାକାର ସ୍ଥିତି ସମ୍ପର୍କରେ ଫ୍ରାନ୍ସ କଥା ହୋଇଥିବା ଆର୍ମେନିଆ ପକ୍ଷରୁ କୁହାଯାଇଛି । ତେବେ ଏହି ବାର୍ତ୍ତାଳପ ସମୟରେ ଅସ୍ତ୍ର ବିରତି ପାଇଁ ଫ୍ରାନ୍ସର ପ୍ରୟାସକୁ ଆର୍ମେନିଆ ପକ୍ଷରୁ ପ୍ରଶଂସା କରାଯାଇଥିଲା ।
ସୂଚନାଥାଉକି, ଗତ ସପ୍ତାହରେ ନାଗର୍ଣ୍ଣୋ-କାରାବାକ ଅଞ୍ଚଳରେ ଅସ୍ତ୍ର ବିରତି ପାଇଁ ଋଷର ମଧ୍ୟସ୍ଥତାରେ ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ବୈଠକ ହୋଇଥିଲା । ଉଭୟ ରାଷ୍ଟ୍ର ମଧ୍ୟ ଏଥିରେ ରାଜି ହୋଇଥିଲେ । ହେଲେ ଏହା ଫଳପ୍ରଦ ହୋଇନଥିବା ଦେଖିବାକୁ ମିଳିଥିଲା ।
ଉଭୟ ରାଷ୍ଟ୍ର ଉଭୟ ରାଷ୍ଟ୍ରଙ୍କ ଉପରେ ମିସାଇଲ ମାଡ କରିଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଯାଇଥିବାବେଳେ ଉଭୟ ରାଷ୍ଟ୍ରର ଅନେକ କ୍ଷୟକ୍ଷତି ହୋଇଛି । ସେପ୍ଟେମ୍ବର 27 ରେ ଆଜେରବାଇଜାନ ଏବଂ ଆର୍ମେନିଆ ମଧ୍ୟରେ ବିବାଦୀୟ ନାଗର୍ଣ୍ଣୋ-କାରାବାକ ଅଞ୍ଚଳକୁ ନେଇ ମୁହାଁମୁହିଁ ସୃଷ୍ଟି ହୋଇଛି।