ETV Bharat / international

ୟୁକ୍ରେନରେ ହାଇଜ୍ୟାକ ବସ, 20 ଯାତ୍ରୀ ବନ୍ଧକ

ୟୁକ୍ରେନର ପଶ୍ଚିମାଞ୍ଚଳରେ ଥିବା ଲୁଟସ୍କ ସହରରେ ଏକ ଯାତ୍ରାବାହୀ ବସ ଉପରେ ଆକ୍ରମଣ କରିଛି ଏକ ବନ୍ଧୁକଧାରୀ ବୁର୍ବୃତ୍ତ । ବନ୍ଧୁକ ସମେତ ଅନେତ ମାରଣାସ୍ତ୍ର ଧରି ଏହି ଦୁର୍ବୃତ୍ତ ମଙ୍ଗଳବାର ସକାଳେ ସମ୍ପୃକ୍ତ ବସ୍‌କୁ ପ୍ରଥମେ ଅଟକାଇଥିଲେ । ଏହାପରେ ବସରେ ଥିବା 20 ଯାତ୍ରୀଙ୍କୁ ଅଟକ ରଖିଥିଲା ।

author img

By

Published : Jul 21, 2020, 6:36 PM IST

passenger bus hijacked in ukraine, ukraine latest news, hijack, hijack in ukraine, gunman's rage in ukraine, ୟୁକ୍ରେନରେ ଯାତ୍ରୀବାହୀ ବସ ହାଇଜ୍ୟାକ, ୟୁକ୍ରେନରେ ହାଇଜ୍ୟାକ, ହାଇଜ୍ୟାକ, ୟୁକ୍ରେନରେ ବନ୍ଧୁକଧାରୀର ଆତଙ୍କ, ୟୁକ୍ରେନ ଲାଟେଷ୍ଟ ନ୍ୟୁଜ୍‌
ୟୁକ୍ରେନରେ ହାଇଜ୍ୟାକ ହେଲା ଯାତ୍ରୀବାହୀ ବସ, 20 ଯାତ୍ରୀ ବନ୍ଧକ

କିଏଭ: ୟୁକ୍ରେନର ପଶ୍ଚିମାଞ୍ଚଳରେ ଥିବା ଲୁଟସ୍କ ସହରରେ ଏକ ଯାତ୍ରାବାହୀ ବସ ଉପରେ ଆକ୍ରମଣ କରିଛି ଏକ ବନ୍ଧୁକଧାରୀ ବୁର୍ବୃତ୍ତ । ବନ୍ଧୁକ ସମେତ ଅନେତ ମାରଣାସ୍ତ୍ର ଧରି ଏହି ଦୁର୍ବୃତ୍ତ ମଙ୍ଗଳବାର ସକାଳେ ସମ୍ପୃକ୍ତ ବସ୍‌କୁ ପ୍ରଥମେ ଅଟକାଇଥିଲେ । ଏହାପରେ ବସରେ ଥିବା 20 ଯାତ୍ରୀଙ୍କୁ ଅଟକ ରଖିଥିଲା । ଏନେଇ ଭୋଲିନ ପ୍ରାନ୍ତରେ ଥିବା ୟୁକ୍ରେନ ଡାଇରେକ୍ଟୋରେଟର ସୁରକ୍ଷାବଳ ପାଇଁ କାର୍ଯ୍ୟରତ ପ୍ରେସ ସେବା ସୂଚନା ଦେଇଛି ।

ବସ୍‌ଟି ବେରେଷ୍ଟେସସ୍କୋରୁ କ୍ରାସିଲୋଭକାକୁ ଯାତ୍ରା କରୁଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜଣା ପଡିଛି । ସେପଟେ ଆକ୍ରମଣକାରୀ କିଏ ଓ ତାହାର ଉଦ୍ଦେଶ୍ୟ କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଦୁର୍ବୃତ୍ତ ଜଣଙ୍କ କୌଣସି ଯାତ୍ରୀ ସହ କଥାବାର୍ତ୍ତା ହୋଇ ନଥିବା ବେଳେ ସେ କିଛି ଦୂରତାରୁ ବାରମ୍ବାର ଗୁଳି ଚାଳନା କରିଥିବା ଦେଖାଯାଇଥିଲା । କେବଳ ସେତିକି ନୁହେଁ ଦୁର୍ବୃତ୍ତ ଜଣଙ୍କ ବସ୍‌ରେ କିଛି ବିସ୍ଫୋରକ ସାମଗ୍ରୀ ଖଞ୍ଜିଥିବା ସନ୍ଦେହ କରାଯାଉଛି ।

ସମ୍ପୃକ୍ତ ଘଟଣାରେ ବନ୍ଧକ ଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ପୋଲିସ ବନ୍ଧକ ରଖାଯାଇଥିବା ଅଞ୍ଚଳକୁ ସିଲ କରିବା ସହ ସେଠାକୁ ସମସ୍ତ ପ୍ରକାର ଯାତାୟତ ବନ୍ଦ କରିଛି । ଦୁର୍ବୃତ୍ତ ଯାତ୍ରୀମାନଙ୍କୁ ରାଜଧାନୀ କିଏଭଠାରୁ 250 ଦୂରରେ ସ୍ଥିତ ସହରର ମଧ୍ୟଭାଗରେ ବନ୍ଧକ ରଖିଥିବା ଜଣା ପଡିଛି । ସେପଟେ ଦେଶର ଅପରାଧୀକ ଯାଞ୍ଚ ବିଭାଗ ସ୍ପଷ୍ଟ କରିଛି ଦୁର୍ବୃତ୍ତ ପାଖତରେ ଏକାଧିକ ମାରଣାସ୍ତ୍ର ମହଜୁଦ ରହିଛି । ଏଥିରେ ଗ୍ରେନେଡ ସମେତ ଆହୁରି ଅନେକ ଅଟୋମେଟିକ ମାରଣାସ୍ତ୍ର ରହିଥିବା ଜଣା ପଡିଛି । ଅନ୍ୟପଟେ ଦୁର୍ବୃତ୍ତ ସହରର ଅନ୍ୟ ଏକ ସ୍ଥାନରେ ମଧ୍ୟ ବୋମା ଖଞ୍ଜିଥିବା ଜଣା ପଡିଛି ।

ଇତି ମଧ୍ୟରେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କାଏ ଏହି ଘଟଣାକୁ ସ୍ବୀକାର କରିବା ସହ ଗୁଳି ଚାଳନା ଓ ଯାତ୍ରୀଙ୍କ ବନ୍ଧକ କଥାକୁ ମଧ୍ୟ ସ୍ବୀକାର କରିଛନ୍ତି । ଏଥିସହ ସୁରକ୍ଷା ଦୃଷ୍ଟିରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏନେଇ ସେ ଫେସବୁକରେ ଦେଇଥିବା ଏକ ମତରୁ ଜଣା ପଡିଛି କି ଗୁଳିଚାଳନାରେ ବସଟି କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି । ସେପଟେ ଅନ୍ତରୀଣ ଡେପୁଟି ମନ୍ତ୍ରୀ ଆଣ୍ଟନ ହେରାସ୍କେଙ୍କୋଙ୍କ ସୂଚନା ମୁତାବକ ଦୁର୍ବୃତ୍ତ ଜଣଙ୍କ ନିଜେ ପୋଲିସକୁ ଫୋନ କରି ଏବିଷୟରେ ସୂଚନା ଦେଇଥିଲା । ଅନ୍ୟପଟେ ପ୍ରତିକ୍ରିୟାରେ ଅନ୍ତରୀଣ ମନ୍ତ୍ରୀ ଆର୍ସେନ ଆଭାକୋଭ ଘଟଣାସ୍ଥଳକୁ ଯାତ୍ରା ଆରମ୍ଭ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.