ହାଇଦ୍ରାବାଦ: ଜୀବନରେ ଆମକୁ ପ୍ରତ୍ୟେକ ଅବସ୍ଥା (ବାଲ୍ୟାବସ୍ଥା, ଶୈଶବ, ଯୁବାବସ୍ଥା ଓ ବାର୍ଦ୍ଧକ୍ୟ) ଦେଇ ଗତି କରିବାକୁ ହୋଇଥାଏ । କିଏ ବାର୍ଦ୍ଧକ୍ୟ ଅବସ୍ଥାରେ ମୃତ୍ୟୁବରଣ କରିଥାଏ ତ କିଏ ବାଲ୍ୟାବସ୍ଥାରେ । ହେଲେ ବାଲ୍ୟାବସ୍ଥାରେ ବାର୍ଦ୍ଧକ୍ୟ ଜନିତ ରୋଗରେ ମୃତ୍ୟୁ ହେବା କଥା କେବେ ଆପଣ ଶୁଣିଛନ୍ତି କି ? ତେବେ ଏ କଥା ଟି ସତ । ଏମିତି ଘଟଣା ଦେଖିବାକୁ ମିଳିଛି ୟୁକ୍ରେନରେ ।
ଜଣେ 8 ବର୍ଷର ଶିଶୁ ବାର୍ଦ୍ଧକ୍ୟ ଜନିତ ରୋଗ ବା (ଜେନେଟିକ ପ୍ରୋଜେରିଆ ରୋଗ)ରେ ପିଡୀତ ହୋଇ ମୃତ୍ୟୁବରଣ କରିଛନ୍ତି । ସମଗ୍ର ବିଶ୍ବରେ ଏହି ରୋଗରେ ମୋଟ 160 ଜଣ ଆକ୍ରାନ୍ତ ହୋଇଛନ୍ତି । ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ଏହି ଶିଶୁଟିର ନା ଆନ୍ନା ସାକିଡନ । ଆଉ ଶିଶୁର ବାସ୍ତବିକ ବୟସ 80 ବର୍ଷ । ସମୟ ପୂର୍ବରୁ ଶିଶୁର ବୟସ ବଢିବା ହେତୁ ଶିଶୁର ଅଙ୍ଗପ୍ରତ୍ୟେଙ୍ଗ ଗୁଡିକ ସ୍ବାଭାବିକ ଭାବରେ କାର୍ଯ୍ୟ କରିବା ବନ୍ଦ କରିଥିବା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଆନ୍ନାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ, ପ୍ରୋଜେରିଆ ରୋଗ ଦ୍ବାରା ଶିଶୁଙ୍କ ବୟସ 8-10 ବର୍ଷ ହୋଇଥିବାବେଳେ ପ୍ରକୃତରେ ତାଙ୍କ ବୟସ 70 ରୁ 80 ବର୍ଷ ଭଳି ଲାଗିଥାଏ । ଏହି ରୋଗ ଦ୍ବାରା ବୟସ ଖୁବ ଶୀଘ୍ର ବୃଦ୍ଧି ହୋଇଥାଏ ଓ ହାଡର ବିକାଶ ଖୁବ ଧିରେ ଧିରେ ହୋଇଥାଏ । ଯେତେବେଳେ କି ଅନ୍ୟ ଅଙ୍ଗ ଗୁଡିକ ଶୀଘ୍ର ବଢିଥାଏ ।
ତେବେ ଆନ୍ନା ମାତ୍ର ଦୁଇ ମାସ ବୟସରେ ଭଲ ଭାବରେ ଚାଲିପାରୁଥିବା କହିଛନ୍ତି ତାଙ୍କ ମାଆ । ଆଉ 11 ମାସରେ ସେ ତାଙ୍କ ମାଆଙ୍କ ସହ ଖୁବ ଭଲଭାବରେ ଖେଳୁଥିଲେ । ହେଲେ ଦିନରେ ବାହାରୁକୁ ବାହାରୁନଥିଲେ । ସୂର୍ଯ୍ୟ କିରଣ ସହି ପାରୁନଥିବା ବେଳେ ସନ୍ଧ୍ୟା ସମୟରେ ହିଁ ସେ ବାହାରକୁ ବାହାରୁଥିଲେ ।