ETV Bharat / international

ହାର ମାନିଲା କୋରୋନା : ବିଶ୍ବର ସବୁଠାରୁ କନିଷ୍ଠ 16 ଦିନର ଶିଶୁ ଆରୋଗ୍ୟ

ଏକ ଭଲ ଓ ଖୁସି ଖବର ହେଲା ଫିଲିପାଇନ୍ସର 16 ଦିନର ଶିଶୁ ଦେଶର COVID-19 ରୁ ସୁସ୍ଥ ହେବା । ଏହାସହ ବିଶ୍ବର ସବୁଠାରୁ କନିଷ୍ଠ ରୋଗୀ ଭାବେ କୋରୋନା କବଳରୁ ରକ୍ଷା ପାଇଛନ୍ତି ସେ । ଗୁରୁବାର ଫିଲିପାଇନ୍ସ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି । ଅଧିକ ପଢନ୍ତୁ...

author img

By

Published : Apr 30, 2020, 7:02 PM IST

Philippines
Philippines

ମାନିଲା: ଚାରିଆଡେ କୋରୋନାର ଡର । ଛୋଟ ଶିଶୁ ଠାରୁ ଆରମ୍ଭ କରି ଶତାୟୁ ସମସ୍ତେ କୋରୋନା ଭାଇରସ ଭୟରେ ଭୟାକ୍ରାନ୍ତ ଓ ସଂକ୍ରମିତ । କୋରୋନା ବିତ୍ପାତ୍ତରେ ମୃତ୍ୟୁ ହାର ଥମୁନାହିଁ । ଏପରିସ୍ଥଳେ ଅନେକ ସକରାତ୍ମକ ଖବର କୋରୋନା ଯୋଦ୍ଧାଙ୍କୁ ବଳ ଯୋଗାଉଛି । ଏମିତି ଖୁସି ଖବର ହେଲା ଫିଲିପାଇନ୍ସର 16 ଦିନର ଶିଶୁ COVID-19 ରୁ ସୁସ୍ଥ ହେବା । ଏହାସହ ବିଶ୍ବର ସବୁଠାରୁ କନିଷ୍ଠ ରୋଗୀ ଭାବେ କୋରୋନା କବଳରୁ ରକ୍ଷା ପାଇଛନ୍ତି ସେ । ଗୁରୁବାର ଫିଲିପାଇନ୍ସ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି ।

ମାତ୍ର ପାଞ୍ଚ ଦିନର କୋବେ ମଞ୍ଜର୍ସଙ୍କୁ ମାନିଲାସ୍ଥିତ ଜାତୀୟ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର କୋରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ପରବର୍ତ୍ତୀ 11 ଦିନ ପାଇଁ ସେ ଚିକିତ୍ସିତ ହୋଇଥିଲେ । ସ୍ବାସ୍ଥ୍ୟ ବିଭାଗ ଏହାର ଫେସବୁକ୍ ପୃଷ୍ଠାରେ କହିଛି ଯେ, ଏହି ସଫଳତା ପାଇଁ DOH ସାହସୀ ସ୍ବାସ୍ଥ୍ୟସେବା ଦଳକୁ ପ୍ରଶଂସା କରୁଛି ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଫଟୋଗ୍ରାଫ ଅନୁଯାୟୀ ଶିଶୁଟି ମଙ୍ଗଳବାର ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲା ଏବଂ ମେଡିକାଲ ଟିମ୍ ତାଙ୍କୁ "କୋବେ ବିଟ୍ସ COVID" ଲେଖାଥିବା ପୋଷ୍ଟର ସହିତ ପଠାଇଥିଲେ । କୋବେ ଏପ୍ରିଲ 12 ରେ ସୁସ୍ଥ ଭାବରେ ଜନ୍ମ ହୋଇଥିଲେ । ମାତ୍ର ପରେ ପରେ କିନ୍ତୁ ଜ୍ବର ଏବଂ କାଶ ଲକ୍ଷଣ ଦେଖାଦେଇଥିଲା । ପରେ ତାଙ୍କ ପିତା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ଶିଶୁ କିପରି ସଂକ୍ରମିତ ହୋଇଛି କିମ୍ବା ମା’ଙ୍କ ସ୍ବାସ୍ଥ୍ୟ ବିଷୟରେ ଅଧିକାରୀମାନେ କୌଣସି ବିବରଣୀ ପ୍ରଦାନ କରିନାହାଁନ୍ତି । ସ୍ବାସ୍ଥ୍ୟ ଅଧିକାରୀ ମାରିଆ ରୋଜାରିଓ ଭର୍ଜାୟର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶରେ 1 ବର୍ଷକୁ କମ 25 ପିଲା COVID-19 ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆରୋଗ୍ୟ ଲାଭ କରିଛନ୍ତି ।

ସୂଚନା ଅନୁସାରେ ଫିଲିପାଇନ୍ସ ଏପର୍ଯ୍ୟନ୍ତ 8,212 କୋରୋନା ମାମଲାରେ ରହିଛି । ସେହିପରି 558 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 1,023ଜଣ ଆରୋଗ୍ୟ ଲାଭ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.