ETV Bharat / international

ଆଫଗାନିସ୍ତାନରୁ ହଟିଲେ ଆମେରିକା ସେନା, ଚୀନର ହେବ ଫାଇଦା - ଆଫଗାନିସ୍ତାନ

ଆମେରିକା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ପରେ ଏହି ଅଞ୍ଚଳରେ ଚୀନ ନିଜର ପ୍ରଭାବ ସୃଷ୍ଟି କରିବ ବୋଲି ଆମେରିକାର ନ୍ୟୁଜ୍ ରିପୋର୍ଟରେ ଦର୍ଶାଯାଇଛି ।

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ଚୀନକୁ ଲାଭ ପହଞ୍ଚାଇବ

author img

By

Published : Aug 7, 2020, 4:17 PM IST

ୱାଶିଂଟନ: ଦୀର୍ଘ 20 ବର୍ଷ ହେଲା ଆଫାଗାନିସ୍ତାନରେ ଲାଗି ରହିଥିବା ଅରାଜକତା ଓ ରକ୍ତାକ୍ତ ସଂଘର୍ଷରେ ଜବନିକା ପକାଇ ତାଲିବାନ ଓ ଆମେରିକା ଶାନ୍ତି ଚୁକ୍ତି ସ୍ବାକ୍ଷର କରିଛନ୍ତି । ଚୁକ୍ତି ଅନୁସାରେ ଆମେରିକା ପର୍ଯ୍ୟାୟକ୍ରମରେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରୁଛି । ତେବେ ଆମେରିକା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ପରେ ଏହି ଅଞ୍ଚଳରେ ଚୀନ ନିଜର ପ୍ରଭାବ ସୃଷ୍ଟି କରିବ ବୋଲି ଆମେରିକାର ନ୍ୟୁଜ୍ ରିପୋର୍ଟରେ ଦର୍ଶାଯାଇଛି ।

ଆଫଗାନିସ୍ତାନରେ ବେଜିଂର ପ୍ରଭାବକୁ ସୁରକ୍ଷିତ ରଖିବା ପାଇଁ ଚୀନ ଏବଂ ପାକିସ୍ତାନ ଏକ ଯୋଜନା ଆରମ୍ଭ କରିଥିବା ଜଣାଯାଇଛି। ଏନେଇ ଆମେରିକାର ଏକ ବିଶେଷ ସୂତ୍ରରୁ ଜଣାପଡିଛି । ସୂତ୍ର ଅନୁଯାୟୀ, ଚୀନ ଆଫଗାନିସ୍ତାନରେ ପାକିସ୍ତାନର ଅଭିଜ୍ଞତା ତଥା ସେଠାରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ସହ ଇସଲାମାବାଦର ସଂଯୋଗ ଆବଶ୍ୟକ କରୁଛି । ଯେଉଁଥିପାଇଁ ବେଜିଂ ଜଣେ ପାକିସ୍ତାନୀ ଜେନେରାଲଙ୍କୁ ପର୍ଯ୍ୟବେକ୍ଷକ ଭାବରେ ଅତ୍ୟଧିକ ସୀମିତ ବୈଠକରେ ବସିବାକୁ ନିମନ୍ତ୍ରଣ କରିଛି। ତେବେ ବେଜିଂ ଯୁଦ୍ଧ ଦ୍ବାରା ଦେଶର ଭାଗ୍ୟ ନିର୍ଣ୍ଣୟ କରିବା ପାଇଁ ଚାହୁଁଥିବା ସୂତ୍ରରୁ ପ୍ରକାଶ ପାଇଛି । ସେପଟେ ଚୀନ ଏବଂ ପାକିସ୍ତାନ ଉଇଗୁରୁ ମୁସଲମାନମାନଙ୍କୁ ସମର୍ଥନ ନକରିବାକୁ ତାଲିବାନ ନେତାଙ୍କଠାରୁ ପ୍ରତିଶ୍ରୁତି ନେଇଛନ୍ତି।

ବର୍ତ୍ତମାନର ଆମେରିକା ସରକାର ଏବଂ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ, ପାକିସ୍ତାନ ଏହାର ଦକ୍ଷିଣ ଏବଂ ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳ ପାଇଁ ଚୀନ ସହ ମିଶି କାର୍ଯ୍ୟ କରୁଛି । ଏହା ସହିତ ପାକିସ୍ତାନ ବେଜିଂର କହିବା ଅନୁଯାୟୀ, ସୀମିତ ସଂଖ୍ୟକ ବାହ୍ୟ ଦେଶ ସହ ସମ୍ପର୍କ ରଖୁଛି ।

ସେପଟେ ଆମେରିକା-ପାକିସ୍ତାନ ତିକ୍ତତା ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଗତ କିଛି ବର୍ଷ ମଧ୍ୟରେ ଆଫଗାନିସ୍ତାନରେ ଚୀନର ପୁଞ୍ଜି ବିନିଯୋଗ ଉପରେ ବିଶେଷ ଚାପର ସମ୍ମୁଖୀନ ହୋଇଥିଲେ । ବିଶେଷ କରି ଖଣିଜ ସମ୍ପଦକୁ ନେଇ । ଏହା ବ୍ୟତୀତ ପଶ୍ଚିମ ଚୀନର ଜିନଜିଆଙ୍ଗ୍ ପ୍ରଦେଶର ଉଇଗୁରୁ ମାନଙ୍କ ପ୍ରତି ଅତ୍ୟାଚାର ଯୋଗୁଁ ବେଜିଂ ବ୍ୟାପକ ସମାଲୋଚନାର ସମ୍ମୁଖୀନ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.