ETV Bharat / international

ଯମଜ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଲେ ଋଷ ରାଷ୍ଟ୍ରପତିଙ୍କ ପ୍ରେମିକା

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରେମିକା ଭାବରେ ଚର୍ଚ୍ଚିତ ଆଲିନା କାବାଏଭା ଜାଆଁଳା ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇ ମାତୃତ୍ବ ଲାଭ କରିଛନ୍ତି ।

author img

By

Published : May 30, 2019, 9:20 AM IST

ଫାଇଲ ଫଟୋ

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରେମିକା ଭାବରେ ଚର୍ଚ୍ଚିତ ଆଲିନା କାବାଏଭା ଜାଆଁଳା ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇ ମାତୃତ୍ବ ଲାଭ କରିଛନ୍ତି । ଦେଶରେ 'ସିକ୍ରେଟ୍‌ ଫାଷ୍ଟ ଲେଡି'(ଗୋପନୀୟ ପ୍ରଥମ ମହିଳା) ନାମରେ ପୁଟିନ୍‌ଙ୍କ ପ୍ରେମିକା ପରିଚିତ ।

ସୂଚନା ଅନୁସାରେ ୩୬ ବର୍ଷିଆ ଆଲିନା କାବାଏଭା ଜଣେ ପୂର୍ବତନ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟନୀ ତଥା ସାଂସଦ । ସେ ଅନେକ ଦିନ ଧରି ପୁଟିନ୍‌ଙ୍କ ପ୍ରେମିକା ଭାବରେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରରେ ରହିଥିଲେ । ମାତ୍ର ଏହି କଥାକୁ ବାରମ୍ବାର ଅସ୍ବୀକାର କରି ଆସୁଛନ୍ତି ପୁଟିନ୍‌ ।

ଋଷର ଏକ ପ୍ରମୁଖ ଗଣମାଧ୍ୟମର ସୂଚନା ଅନୁସାରେ ଆଲିନା ପ୍ରସବ ପାଇଁ ସ୍ଥାନୀୟ କୁଲା​‌​‌କୋଭ ପ୍ରସୂତି ଓ ସ୍ତ୍ରୀ ରୋଗ ଗବେଷଣା କେନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହାପରଠାରୁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ସମସ୍ତ ରୋଗୀମାନଙ୍କୁ ମାସ ଆରମ୍ଭରୁ ହସ୍ପିଟାଲ ଛାଡିବା ପାଇଁ କୁହାଯାଇଥିଲା । ଜଣେ ଇଟାଲୀୟ ଡାକ୍ତର ଅ​‌​‌ସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ପ୍ରସବ କରାଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଆଲିନା କାବାଏଭା ଭ୍ଲାଦିମିର୍‌ ପୁଟିନଙ୍କଠାରୁ ପ୍ରାୟ ୩୦ବର୍ଷ ସାନ । ୨୦୧୩ ରେ ପୁଟି୍‌ନ, ପତ୍ନୀ ଲ୍ୟୁଡମିଲା ସେର୍ବନେଭାଙ୍କ ସହିତ 30ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ଏହାପରେ ସେ 2014ରୁ ଆଲିନା କାବାଏଭାଙ୍କ ସହ ରିଲେସନସିପ୍‌ରେ ଥିବା ଖବର ଶୁଣାଯାଇଥିଲା । ଲ୍ୟୁଡମିଲା ଓ ପୁଟିନ୍‌ଙ୍କର ଦୁଇଟି ଝିଅ ଅଛନ୍ତି ।

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.