ETV Bharat / international

R9X Hellfire Missile କଣ ? ଆଫଗାନ ମାଟିରେ ଲହୁଲୁହାଣ ହୋଇଥିଲେ ଆତଙ୍କୀ

author img

By

Published : Aug 30, 2021, 10:50 PM IST

ଚକ୍ର ଭଳି ଘୁରି ଭେଦ କରିଥାଏ ଟାର୍ଗେଟ । ସାମ୍ନାରେ ଶତ୍ରୁକୁ ଦେଖିଲେ ଚିରିଫାଡି ପକାଇବା ଏହାର ଲକ୍ଷ୍ୟ । ଏଭଳି ଅତ୍ୟାଧୁନିକ ଅସ୍ତ୍ରରେ ସୁସଜ୍ଜିତ ମିସାଇଲ ଜରିଆରେ ଆତଙ୍କୀ ଆଡ୍ଡାକୁ ଧ୍ବଂସ ବିଧ୍ବଂସ କରିଦେଇଥିଲା ଆମେରିକା । ଅଧିକ ପଢନ୍ତୁ...

R9X Hellfire Missiles କଣ ? ଆଫଗାନ ମାଟିରେ ଆତଙ୍କୀଙ୍କୁ ଲହୁଲୁହାଣ କରି ଦେଇଥିଲା ମାତ

ନୂଆଦିଲ୍ଲୀ: ବାରୁଦ ବଦଳରେ ଧାତୁରେ ନିର୍ମିତ ଧାରୁଆ ବ୍ଲେଡ । ଚକ୍ର ଭଳି ଘୁରି ଭେଦ କରିଥାଏ ଟାର୍ଗେଟ । ସାମ୍ନାରେ ଶତ୍ରୁକୁ ଦେଖିଲେ ଚିରିଫାଡି ପକାଇବା ଏହାର ଲକ୍ଷ୍ୟ । ଏଭଳି ଅତ୍ୟାଧୁନିକ ଅସ୍ତ୍ରରେ ସୁସଜ୍ଜିତ ମିସାଇଲ ଜରିଆରେ ଆତଙ୍କୀ ଆଡ୍ଡାକୁ ଧ୍ବଂସ ବିଧ୍ବଂସ କରିଦେଇଥିଲା ଆମେରିକା ।

ତାଲିବାନର କବଜା ପରେ ଅସ୍ଥିର ଆଫଗାନିସ୍ତାନର କାବୁଲର ହମିଦ କରଜଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ବାହାରେ ଗୁରୁବାର ହୋଇଥିଲା ଭୟଙ୍କର ବିସ୍ଫୋରଣ । ଆଉ ଏଥିରେ 100ରୁ ଉର୍ଦ୍ଧ୍ବ ପ୍ରାଣ ହରାଇଥିବାବେଳେ ପାଖାପାଖି ଦେଢ ହଜାର ଲୋକ ଗୁରୁତର ଆହତ ହୋଇଥିଲେ । ଆକ୍ରମଣ ନେଇ ନିଜକୁ ଦାୟୀ କରିଥିଲା ଆତଙ୍କୀ ସଂଗଠନ ଆଇଏସଆଇଏସ(ISIS-k) । ବିସ୍ଫୋରଣରେ ନିଜର ୧୩ ଜଣ ଶକ୍ତିଶାଳୀ ସୈନ୍ୟଙ୍କୁ ହରାଇ ନିଆଁ ହୋଇଯାଇଥିଲା ଆମେରିକା ।

କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣର ପ୍ରତିଶୋଧ ଆଉ ସମ୍ଭାବିତ ବିପଦକୁ ଏଡାଇISIS-k ଉପରେ ଏୟାରଷ୍ଟ୍ରାଇକ କରିଥିଲା ଆମେରିକା । ଏହି ଏୟାରଷ୍ଟ୍ରାଇକରେ ଆଇଏସଆଇଏସ ଖୁରାସାନର ଆତଙ୍କୀ ହୋଇଥିଲା ନିପାତ । ଏକ ଖାସ ଖାସ ଅତ୍ୟାଧୁନିକ ମିସାଇଲ ଜରିଆରେ ଆକ୍ରମଣ କରି ଆତଙ୍କୀଙ୍କ ଛାତିରେ ଆମେରିକା ପଶାଇଦେଇଛି ଛନକା ।

ବିସ୍ଫୋରଣ ପରେ ରିପର (Reaper) ଡ୍ରୋନକୁ ପର୍ସିଆନ ଗଲ୍ଫ ଅଞ୍ଚଳରେ ଉଡାଯାଇଥିଲା । ଏହି ଡ୍ରୋନ ଇସଲାମିକ ଷ୍ଟେଟର ୨ କୁଖ୍ୟାତ ଆତଙ୍କୀଙ୍କୁ ଆଫଗାନିସ୍ତାନ ମାଟିରେ ହେଲଫାୟର ମିସାଇଲରେ ଦେଇଥିଲା ମାତ୍‌ । ଏହା ଆତଙ୍କୀଙ୍କ ପାଇଁ ବେଶ ଘାତକ ସାବ୍ୟସ୍ତ ହୋଇଥିଲା ।

ଆମେରିକା ଯେଉଁ ହେଲଫାୟର ମିସାଇଲ ଉପଯୋଗ କରିଥିଲା ତାକୁ R9X କୁହାଯାଏ । ଏଥିରେ ବାରୁଦର ମାତ୍ରା କମ ରହିଥିବାବେଳେ ଧାରୁଆ ଧାତୁର ବ୍ଲେଡ୍‌ ଥାଏ । ଅଲଗା ଅଲଗା ସ୍ତରରେ ରହିଥାଏ ଏହି ବ୍ଲେଡ । ବାରୁଦ କେବଳ ଏହି ବ୍ଲେଡକୁଡିକୁ ଦ୍ରୁତ ଗତିରେ ଆଗକୁ ବଢିବାକୁ ସାହାଯ୍ୟ କରିଥାଏ ।

ବିସ୍ଫୋରଣ ପରେ ୬ଟି ବ୍ଲେଡର ଏକ ସେଟ ବାହାରିଥାଏ । ଯାହା ସାମ୍ନାରେ ଆସୁଥିବା କୌଣସି ବ୍ୟକ୍ତିକୁ କାଟି କରିଦିଏ ଖଣ୍ଡଖଣ୍ଡ । ଏହା ଆଖପାଖ ସ୍ଥାନ ପରିବର୍ତ୍ତେ କେବଳ ଟାର୍ଗେଟକୁ ହିଁ କ୍ଷତି ପହଁଞ୍ଚାଇଥାଏ ।

ହେଲଫାୟର ମିସାଇଲ ଅନେକ ପ୍ରକାରର ରହିଥାଏ । ଏଥିମଧ୍ୟରୁ R9X ଗୋଟିଏ ପ୍ରକାର । ଏହାର ଓଜନ ୪୫ କିଲୋଗ୍ରାମ । ଏହି ମିସାଇଲକୁ ନିଞ୍ଜା ବୋମା ଓ ଫ୍ଲାଇଙ୍ଗ ଗିଂସୁ ମଧ୍ୟ କୁହାଯାଏ । ୨୦୧୭ରେ ରହସମୟ ଭାବରେ R9X ହେଲଫାୟର ମିସାଇଲର ଉପଯୋଗ କରିଥିଲା ଆମେରିକା । ହେଲେ ୨୦୧୯ରେ ସାମ୍ନାକୁ ଆସିଥିଲା ଏହି ମିସାଇଲ ।

ଆମେରିକା ଏହି ମିସାଇଲର ଉପଯୋଗ କରି ୨୦୦୦ରେ ୟୁଏସଏସ କୋଲେ ବୋମାବିସ୍ଫୋରଣର ମାଷ୍ଟରମାଇଣ୍ଡ ଜମାଲ ଅହମ ମହମ୍ମଦ ଅଲ ବଦାୱୀ ଓ ଅଲକାୟଦାର ଟପ ଆତଙ୍କୀ ଅବୁଖାର ଅଲ ମସରୀକୁ ମାରିଥିଲା । ଏ ସିରିଆ ଓ ଆଫଗାନିସ୍ତାନରେ ତାଲିବାନ ବିରୋଧରେ ମଧ୍ୟ ଏହି ମିସାଇଲର ଉପଯୋଗ କରାଯାଇସାରିଛି ।

ସିରିଆରେ ଅଲକାଏଦା କମାଣ୍ଡରଙ୍କୁ ମାରିବା ପାଇଁ ୨୦୨୦ରେ ୨ ଥର R9X ହେଲଫାୟର ମିସାଇଲର ଉପଯୋଗ କରିଥିଲା ଆମେରିକା । ସେହିପରି ଲେପ୍ଟେମ୍ବର ୨୦୨୦ ଯୁଦ୍ଧ ସମୟରେ ୬ ଥର ହୋଇଥିଲା ଏହି ମିସାଇଲର ଉପଯୋଗ । ଏହା ୭ଟି ଭିନ୍ନଭିନ୍ନ ପ୍ରକାର ବିମାନ, ପେଟ୍ରୋଲ ବୋଟରୁ ମଧ୍ୟ ଲଞ୍ଚ କରାଯାଇପାରେ । ଏହି ମିସାଇଲରୁ ସବୁଠୁ ବଡ ବିଶେଷତ୍ବ ହେଉଛି, ଏହାକୁ ବଙ୍କର, ଟ୍ୟାଙ୍କ୍‌ ଓ ମୋଟା କଂକ୍ରିଟ ପାଚେରୀ ଭେଦ କରି ବିସ୍ଫୋରଣ କରିବାରେ ସକ୍ଷମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.