ବେରୁଟ: ଚାହୁଁ ଚାହୁଁ ଘଟଣାକୁ ମାସେ ବିତିବାକୁ ବସିଛି । ତଥାପି ମନରୁ ଲିଭିନି ଅଗଷ୍ଟ 4ରେ ହୋଇଥିବା ବେରୁଟ ବିସ୍ଫୋରଣର ଛାତିଥରା ଦୃଶ୍ୟ । ଆଖି ପିଛୁଳାକେ ଛାରଖାର ହୋଇଯାଇଥିଲା ସ୍ଥାନୀୟ ଅଞ୍ଚଳର ହଜାର ହଜାର ହୋଟେଲ ଓ ରେସ୍ତୋରାଁ । ଏଥିରେ 181 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 6 ହଜାର ଲୋକେ ଆହତ ହୋଇଥିଲେ । ଲକ୍ଷାଧିକ ସମ୍ପତ୍ତି ମଧ୍ୟ ଏହି ବିସ୍ଫୋରଣରେ ନଷ୍ଟ ହୋଇଥିଲା । ତେବେ ଏଥିରେ ଅନେକ ଐତିହ୍ୟ ସ୍ଥଳ ମଧ୍ୟ ନଷ୍ଟ ହୋଇଥିବା ବେଳେ ଏବେ ଏହାର ପୁନଃସ୍ଥାପନା ଦାୟିତ୍ବ ନେଇଛି ୟୁନେସ୍କୋ ।
ଏନେଇ ୟୁନେସ୍କୋ ସାଧାରଣ ନିର୍ଦ୍ଦେଶକ ଅଡ୍ରେ ଅଜୌଲେଙ୍କ କହିବା ଅନୁଯାୟୀ ସଂସ୍ଥା ବେରୁଟ ନାମରେ ଏକ ଫଣ୍ଡ ଆରମ୍ଭ କରିବାକୁ ଯାଉଛି । ଏହି ଫଣ୍ଡ ଦ୍ବାରା ସଂଗୃହିତ ଅର୍ଥ ଦ୍ବାରା ବିସ୍ଫୋରଣରେ ନଷ୍ଟ ହୋଇଥିବା ଐତିହ୍ୟସ୍ଥଳର ପୁନଃ ମରାମତି କରାଯିବ ବୋଲି ଜଣା ପଡିଛି । ଏନେଇ ଖୁବଶୀଘ୍ର ଏକ ବୈଠକର ଆୟୋଜନ ହେବା ନେଇ ମଧ୍ୟ ଜଣା ପଡିଛି । ଯାହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଆୟୋଜନ ହେବା ନେଇ ଜଣା ପଡିଛି ।
ଏହାପୂର୍ବରୁ ୟୁନେସ୍କୋ ସୂଚନା ଦେଇ କହିଥିଲା କି ବିସ୍ଫୋରଣରେ 640ଟି ଐହିହ୍ୟସ୍ଥଳ ନଷ୍ଟ ହୋଇଥିଲା । ଏଥିରୁ 60ଟି ଅତି ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।
@IANS