ETV Bharat / international

ସ୍ବାସ୍ଥ୍ୟ ଚେତାବନୀ କୋହଳ ପରେ ଟୋକିଓରେ ସ୍ବାଭାବିକ ଜୀବନଯାତ୍ରା

author img

By

Published : May 26, 2020, 10:38 PM IST

ମଙ୍ଗଳବାଠାରୁ ଟୋକିଓରେ ଆରମ୍ଭ ହୋଇଛି ନୂଆ ଜୀବନଯାତ୍ରା । ଦେଶରେ ସ୍ବାସ୍ଥ୍ୟଗତ ଚେତାବନୀ କୋହଳ ହେବା ପରେ ଜୀବନଯାତ୍ରା ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି ।

health alerts lifted in japan, corona in japan, state of emergency in japan, coronavirus news, ଜାପାନରେ ସ୍ବାସ୍ଥ୍ୟ ଚେତାବନୀ କୋହଳ, ଜାପାନରେ ଆପାତକାଳୀନ ପରିସ୍ଥିତି, ଜାପାନରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌
ସ୍ବାସ୍ଥ୍ୟ ଚେତାବନୀ କୋହଳ ପରେ ଟୋକିଓରେ ସ୍ବାଭାବିକ ଜୀବନଯାତ୍ରା

ଟୋକିଓ: ମଙ୍ଗଳବାରଠାରୁ ଟୋକିଓରେ ଆରମ୍ଭ ହୋଇଛି ନୂଆ ଜୀବନଯାତ୍ରା । ଦେଶରେ ସ୍ବାସ୍ଥ୍ୟଗତ ଚେତାବନୀ କୋହଳ ହେବା ପରେ ଜୀବନଯାତ୍ରା ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି । ସହରରେ ଅନେକ ଦୋକାନ ବଜାର ଓ କାର୍ଯ୍ୟାଳୟ ମଧ୍ୟ ଖୋଲିଛି । ହେଲେ ଏହି ସବୁ ସ୍ଥାନମାନଙ୍କରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଉଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଘୋଷଣା ମୁତାବକ ଟୋକିଓ ସମେତ 4ଟି ପ୍ରାନ୍ତରେ ସ୍ବାସ୍ଥ୍ୟଗତ ଚେତାବନୀ କୋହଳ କରାଯିବା ସହ ଅନ୍ୟ ସାଧାରଣ ନିୟମ ବଳବତ୍ତର ରହିବ । ତେବେ ଏହି ପଦକ୍ଷେପ ସହ ସାରା ଦେଶ ଲକଡାଉନରୁ ମୁକ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି । ସେପଟେ ଦେଶରେ ଜାରି ହୋଇଥିବା ଆପାତକାଳୀନ ପରିସ୍ଥିତି ଯୋଗୁଁ ଲୋକେ ଘରୁ ବାହାରୁ ନଥିଲେ । କେବଳ ଅତ୍ୟାବଶ୍ୟକୀୟ ସ୍ଥଳରେ ଲୋକଙ୍କୁ ବାହାରକୁ ଯିବାର ଅନୁମତି ରହିଥିଲା ।

ହେଲେ ଦେଶରେ କଟକଣା କୋହଳ ହେବା ସହ ଲୋକଙ୍କ ପାଇଁ ନୂଆ ଜୀବନଯାତ୍ରାର ନିୟମ ପ୍ରସ୍ତୁତ କରାଯାଇଛି । ଲୋକେ ସାଧାରଣ ଜୀବନ ଯାପନ କରିବା ସହ ସତର୍କତାମୂଳକ ପଦକ୍ଷେପ କିପରି ଗ୍ରହଣ କରିପାରିବେ, ସେନେଇ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଦେଶରେ କୋରୋନା ସ୍ଥିତି ଯେପରି ପୁଣି ନ ଉପୁଜେ ସେଥିପାଇଁ ଲୋକଙ୍କ ସତର୍କ ରହିବା ପାଇଁ ନିର୍ଦ୍ଦେଶ ରହିଛି । ଦେଶରେ ପର୍ଯ୍ୟାୟକ୍ରମେ ଦୋକାନ ବଜାର ଖୋଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାଳୟ, ସପିଂ ସେଣ୍ଟର, ଛୋଟ ଦୋକାନ, ମ୍ୟୁଜିୟମ, ଲାଇବ୍ରେରୀ, ପାର୍କ, ବାର ଓ ରେସ୍ତୋରାଁ ଖୋଲିବାର ଯୋଜନା ରହିଛି ।

ବାର ଓ ରେସ୍ତୋରାଁ ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲିବାକୁ ଥିବା ବେଳେ ଆଗାମୀ ଦିନରେ ଏହାର ସମୟ ସୀମା ବୃଦ୍ଧି କରାଯିବାର ଯୋଜନା ରହିଛି । ଏଥିସହ ପ୍ରତ୍ୟେକ ସ୍ଥାନରେ ମାସ୍କର ବ୍ୟବହାର ପାଇଁ ଲୋକଙ୍କ ଚେତେଇବାକୁ ଯାଇ ବିଭିନ୍ନ ପୋଷ୍ଟର ଓ ଦୋକାନର ସାମ୍ନା ଭାଗରେ ସଚେତନତା ବାର୍ତ୍ତା ଦିଆଯିବାର ବ୍ୟବସ୍ଥା ହୋଇଛି । ପ୍ରାୟ 2 ମାସ ହେବ ଦେଶର ସ୍ଥିତି ସୁଧାରିବାରେ ନାଗରିକଙ୍କ ସହଯୋଗ ପାଇଁ ସେମାନଙ୍କ ଧନ୍ୟବାଦ ଜଣାଇଛନ୍ତି କ୍ୟାବିନେଟ ମୁଖ୍ୟ ସଚିବ ୟୋସିହିଦେ ସୁଗା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.