ETV Bharat / international

ଟୋକିଓରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ କୋହଳ, ଖୋଲିଲା ସ୍କୁଲ ଓ ଦୋକାନ

author img

By

Published : Jun 1, 2020, 10:09 PM IST

ପାଖାପାଖି ତିନି ମାସରେ ବିରତି ପରେ ପୁଣି ସ୍ବାଭାବିକ ହେଉଛି ଟୋକିଓ । ଧିରେ ଧିରେ ପର୍ଯ୍ୟାୟକ୍ରମେ ଲକଡାଉନ କୋହଳ ହେଉଥିବା ବେଳେ ସୋମବାର ଠାରୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି ଟୋକିଓ । ଏହି କ୍ରମରେ ସୋମବାରଠାରୁ ଟୋକିୟୋରେ ସ୍କୁଲ ଖୋଲିବା ପାଇଁ ଅନୁମତି ମିଳିଛି ।

corona in tokyo, lockdown ease in tokyo, lockdown update in tokyo, schools reopen in tokyo, ଟୋକିୟୋରେ କୋରୋନା, ଟୋକିୟୋରେ ଲକଡାଉନ କୋହଳ, ଟୋକିୟୋରେ ଲକଡାଉନ ଅପଡେଟ, ଟୋକିୟୋରେ ଖୋଲିଲା ସ୍କୁଲ
ଟୋକିୟୋରେ ଦ୍ବିତୀୟସ୍ତର ଲକଡାଉନ କୋହଳ, ଖୋଲିଲା ସ୍କୁଲ ଓ ଦୋକାନ

ଟୋକିଓ: ପାଖାପାଖି ତିନି ମାସରେ ବିରତି ପରେ ପୁଣି ସ୍ବାଭାବିକ ହେଉଛି ଟୋକିୟୋ । ଧିରେ ଧିରେ ପର୍ଯ୍ୟାୟକ୍ରମେ ଲକଡାଉନ କୋହଳ ହେଉଥିବା ବେଳେ ସୋମବାରଠାରୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି ଟୋକିଓ । ଏହି କ୍ରମରେ ସୋମବାର ଠାରୁ ଟୋକିଓରେ ସ୍କୁଲ ଖୋଲିବା ପାଇଁ ଅନୁମତି ମିଳିଛି । ଏଥିସହ ଅଧିକ ସଂଖ୍ୟକ ଦୋକାନ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏହି ଲକଡାଉନ କଟକଣା କୋହଳ ପ୍ରକ୍ରିୟାରେ ବର୍ତ୍ତମାନ 100 ଜଣ ପର୍ଯ୍ୟନ୍ତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ । ତେବେ ଟୋକିୟୋ ଅଧିକାରୀଙ୍କ ଯୋଜନା ଅନୁଯାୟୀ ପ୍ରତି ଦୁଇ ସପ୍ତାହ ଅନ୍ତରରେ ଲକଡାଉନ କୋହଳ ପ୍ରକ୍ରିୟାର ସ୍ତର ବୃଦ୍ଧି କରାଯିବ । କିନ୍ତୁ ଯଦି ଏହି ଦୁଇ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟେ ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ତୃତୀୟ ପର୍ଯ୍ୟାୟ ଲକଡାଉନ କୋହଳ ପ୍ରକ୍ରିୟା ଲାଗୁ ହେବ ବୋଲି ସୂଚନା ରହିଛି ।

ରବିବାର ଟୋକିଓରେ ମାତ୍ର 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଛଅ ଦିନ ମଧ୍ୟରେ ସବୁଠାରୁ ଭଲ ଖବର ବୋଲି ପ୍ରକାଶିତ । ଏହା ପୂର୍ବରୁ ଟୋକିଓରେ କୋରୋନାର ପ୍ରଭାବ ଅଧିକ ରହିଥିବା ବେଳେ ସମୟ ସହ ଏହି ପ୍ରଭାବ କମ ହେଉଥିବା ଦେଖାଯାଇଛି । ହେଲେ ଏଥିରେ ସତର୍କତା କମ ନନେଇ ଅଧିକ ସଚେତନ ଓ ସତର୍କ ରହିବା ପାଇଁ ଟୋକିଓବାସୀଙ୍କୁ ଅନୁରୋଧ କରିଛନ୍ତି ଅଧିକାରୀ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.