ETV Bharat / international

ଉଇଗୁର ମୁସଲମାନଙ୍କ ଉପରେ ଚୀନର ଧାର୍ମିକ ପ୍ରହାର, ସିନଜିଆଙ୍ଗରେ 16 ହଜାର ମସଜିଦ ଧ୍ବଂସ

ଚୀନରେ ଉଇଗର ମୁସଲମାନଙ୍କୁ ଦିଆଯାଉଛି ନିର୍ଯ୍ୟାତନା । ସିନଜିଆଙ୍ଗରେ ହଜାର ହଜାର ମସଜିଦ ଭାଙ୍ଗି ଦେଇଛନ୍ତି ବୋଲି ଅଷ୍ଟ୍ରେଲିଆର ଏକ ଥିଙ୍କ ଟ୍ୟାଙ୍କ ରିପୋର୍ଟରୁ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

author img

By

Published : Sep 25, 2020, 4:50 PM IST

ଉଇଗୁର ମୁସଲମାନଙ୍କ ଉପରେ ଚୀନର ଧାର୍ମିକ ପ୍ରହାର, ସିନଜିଆଙ୍ଗ 16,000 ମସଜିଦ ଧ୍ବଂସ

ବେଜିଂ: ଚୀନରେ ଉଇଗର ମୁସଲମାନଙ୍କୁ ଦିଆଯାଉଛି ନିର୍ଯ୍ୟାତନା । ମୁସଲମାନଙ୍କୁ କେବଳ ଟାର୍ଗେଟ୍ କରାଯାଇ ଆକ୍ରମଣ କରାଯାଉ ନାହିଁ ବରଂ ଏମାନେ ଧାର୍ମିକ ଶୋଷଣର ମଧ୍ୟ ଳଶିକାର ହେଉଛନ୍ତି । ଚୀନ କର୍ତ୍ତୃପକ୍ଷ ସିନଜିଆଙ୍ଗରେ ହଜାର ହଜାର ମସଜିଦ ଭାଙ୍ଗି ଦେଇଛନ୍ତି ବୋଲି ଅଷ୍ଟ୍ରେଲିଆର ଏକ ଥିଙ୍କ ଟ୍ୟାଙ୍କ ରିପୋର୍ଟରୁ ସାମ୍ନାକୁ ଆସିଛି । ବ୍ୟାପକ ଭାବରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟ ଅନୁଯାୟୀ ଲକ୍ଷରୁ ଅଧିକ ଉଇଗୁରୁ ଏବଂ ଅନ୍ୟାନ୍ୟ ମୁସଲମାନ ତୁର୍କୀ ଭାଷାଭାଷୀ ଲୋକମାନେ ଉତ୍ତର-ପଶ୍ଚିମ ଅଞ୍ଚଳର ଶିବିରରେ କାରାଗାରରେ ରହିଛନ୍ତି ଏବଂ ଏମାନଙ୍କ ଉପରେ ପାରମ୍ପାରିକ ତଥା ଧାର୍ମିକ କାର୍ଯ୍ୟକଳାପ ଛାଡିବାକୁ ଚାପ ପକାଉଛନ୍ତି। ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍ (ASPI) ରିପୋର୍ଟ ଅନୁଯାୟୀ ଏବେସୁଦ୍ଧା ପ୍ରାୟ 16,000 ମସଜିଦ ନଷ୍ଟ କରାଯାଇଥିବା ଜଣାପଡିଛି । ଗତ ତିନିବର୍ଷ ମଧ୍ୟରେ ସର୍ବାଧିକ 8,500 ମସଜିଦ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।

ଅନେକ ମସଜିଦର ଗମ୍ବୁଜ ଏବଂ ମିନାର ହଟାଇ ଦିଆଯାଇଥିଲା, ଏବେ 15,500 କ୍ଷତିଗ୍ରସ୍ତ ମସଜିଦ ଜିନଜିଆଙ୍ଗରେ ଠିଆ ହୋଇ ରହିଯାଇଛି। 1960 ଦଶକରେ ସାଂସ୍କୃତିକ ବିପ୍ଳବ ଦ୍ବାରା ଆରମ୍ଭ ହୋଇଥିବା ଜାତୀୟ ବିଦ୍ରୋହର ଦଶକ ପରଠାରୁ ଏହା ଏହି ଅଞ୍ଚଳର ସର୍ବନିମ୍ନ ସଂଖ୍ୟକ ମୁସଲମାନ କ୍ଷେତ୍ର ହେବ ।

ଅପରପକ୍ଷେ, ଥିଙ୍କ ଟ୍ୟାଙ୍କ ଦ୍ବାରା ଅଧ୍ୟୟନ କରାଯାଇଥିବା ଜିନଜିଆଙ୍ଗରେ ଥିବା ଖ୍ରୀଷ୍ଟିଆନ ଚର୍ଚ୍ଚ ଏବଂ ବୌଦ୍ଧସ୍ତୁପ ମଧ୍ୟରୁ କୌଣସିଟି ନଷ୍ଟ ହୋଇନାହିଁ ଏସପିଆଇ ଏହା ମଧ୍ୟ କହିଛି ଯେ ସିନଜିଆଙ୍ଗର ପ୍ରାୟ ଏକ ତୃତୀୟାଂଶ ଇସଲାମ ଧର୍ମର ପବିତ୍ର ସ୍ଥାନ, ଶ୍ମଶାନ ଏବଂ ତୀର୍ଥଯାତ୍ରା ମାର୍ଗ ଧ୍ବଂସ ହୋଇଯାଇଛି। ଗତ ବର୍ଷ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଅଞ୍ଚଳରେ ଅନେକ କବର ସ୍ଥାନ ହୋଇଯାଇଛି ।

ଅନ୍ୟପକ୍ଷେ ସିନଜିଆଙ୍ଗ ବାସିନ୍ଦାମାନେ ସମ୍ପୂର୍ଣ୍ଣ ଧାର୍ମିକ ସ୍ବତନ୍ତ୍ରତା ଉପଭୋଗ କରୁଛନ୍ତି ବୋଲି ଚୀନ ଦାବି କରୁଛି । ଶୁକ୍ରବାର ଏହି ଅନୁସନ୍ଧାନ ବିଷୟରେ ପଚରାଯାଇଥିବା ବେଳେ ଚୀନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଅନୁସନ୍ଧାନ ପ୍ରତିଷ୍ଠାନର କୌଣସି ବିଶ୍ବସନୀୟତା ନାହିଁ ଏବଂ ଏହା ଚୀନ ବିରୋଧୀ ରିପୋର୍ଟ । ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, ଏହି ଅଞ୍ଚଳରେ ପ୍ରାୟ 24,000 ମସଜିଦ ଅଛି ।

ଚୀନର ଏପରି କାର୍ଯ୍ୟକଳାପ ବିରୋଧରେ କଠୋର ହୋଇଥିଲା ଆମେରିକା । ଉଇଗର ମୁସଲମାନ ତଥା ଅନ୍ୟ ମୁସଲମାନ ସଂଖ୍ୟାଲଘୁ ସମ୍ପ୍ରଦାୟର ମାନବାଧିକାର ଉଲ୍ଲଙ୍ଘନ ପାଇଁ ଚୀନକୁ ଉତ୍ତରଦାୟୀ କରିବାକୁ ସିନେଟରେ ପ୍ରସ୍ତାବିତ ବିଲ ବୁଧବାର ପାରିତ କରାଯାଇଥିଲା । 413-1 ଭୋଟ୍ ସହିତ 2020ର ଉଇଗୁର୍ ମାନବ ଅଧିକାର ନୀତି ବିଲ ପାରିତ ହୋଇସାରିଛି । ବିଲ ପାରିତ ହେବା ପରେ ସିନଜିଆଙ୍ଗରେ ମାନବିକ ଅଧିକାରର ଉଲ୍ଲଂଘନ ସମ୍ପର୍କରେ ଏକ ରିପୋର୍ଟ ସଂଗ୍ରହ କରିବାକୁ ଆମେରିକା ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.