ETV Bharat / international

ରେସ୍ତୋରାଁରେ ପାଣ୍ଡା ସହ ମିଳିବ ଖାଦ୍ୟର ମଜା, ଜାଣନ୍ତୁ କେଉଁଠି ? - thailand restaurant

ଥାଇଲ୍ୟାଣ୍ଡର ଏକ ରେସ୍ତୋରାଁ ପାଣ୍ଡା ସହିତ ଏହାର ଗ୍ରାହକମାନଙ୍କୁ ବସାଉଛି । ସାମାଜିକ ଦୂରତାକୁ କାର୍ଯ୍ୟକାରୀ କରିବା ଏବଂ ଲୋକଙ୍କ ବିରକ୍ତିକୁ ଦୂର କରିବା ପାଇଁ ସେ ଏପରି କରିଛନ୍ତି । ଅଧିକ ପଢନ୍ତୁ...

ସୋସିଆଲ ଡିସଟାନ୍ସ
ସୋସିଆଲ ଡିସଟାନ୍ସ
author img

By

Published : May 23, 2020, 5:46 PM IST

ବ୍ୟାଙ୍ଗକକ୍:ଥାଇଲ୍ୟାଣ୍ଡରେ ସାମାଜିକ ଦୂରତା ଅନୁସରଣ କରିବା ପାଇଁ, ଏକ ରେସ୍ତୋରାଁରେ ସ୍ୱତନ୍ତ୍ର କୌଶଳ ଆପଣାଇଥିବା ଦେଖିବାକୁ ମିଳିଛି । ସଂକ୍ରମଣର ଆଶଙ୍କା କମାଇବା ପାଇଁ ଶକ୍ତ ନିୟମ ସହ ରେସ୍ତୋରାଁ ଗୁଡିକ ଖୋଲାଯାଇଛି । ରେସ୍ତୋରାଁକୁ ଆସୁଥିବା ଗ୍ରାହକ ମାନେ ପାଣ୍ଡା ନାମକ ଟେଡି ସହ ବସି ଖାଦ୍ୟ ପରସା ଯାଉଛି ।

ଥାଇଲ୍ୟାଣ୍ଡର ଏକ ରେସ୍ତୋରାଁ ପାଣ୍ଡା ସହିତ ଏହାର ଗ୍ରାହକମାନଙ୍କୁ ବସାଉଛି । ସାମାଜିକ ଦୂରତାକୁ କାର୍ଯ୍ୟକାରୀ କରିବା ଏବଂ ଲୋକଙ୍କ ବିରକ୍ତିକୁ ଦୂର କରିବା ପାଇଁ ସେ ଏପରି କରିଛନ୍ତି । ବ୍ୟାଙ୍ଗକକରେ ମାଇସନ ସାଇଗନ ନାମକ ଏକ ଭିଏତନାମି ରେସ୍ତୋରାଁ ଲକଡାଉନ ପରେ ଖୋଲିଛି । ରେସ୍ତୋଁରା ମାଲିକ ଚିନ୍ତାରେ ଥିଲେ ଯେ, ସୋସିଆଲ ଡିସଟାନ୍ସ ପାଇଁ ଗ୍ରାହକ ମାନେ ଖାଇବା ସମୟରେ ଏକୁଟିଆ ଅନୁଭବ କରିବେ । ତେଣୁ ସେ ଏକ ନୂତନ ଧାରଣାକୁ ଗ୍ରହଣ କରି ଏଭଳି ଏକ ପଦକ୍ଷେପ ନେଇଛନ୍ତି । ଯାହାଦ୍ୱାରା ରେସ୍ତୋରାଁ ସାମାନ୍ୟ ସ୍ଥିତି ଫେରିପାରିବ । ସେ କହିଛନ୍ତିଯେ, ଗୋଟିଏ ଟେବୁଲରେ ଜଣେ ମାତ୍ର ଗ୍ରାହକ ବସିବାର ବ୍ୟବସ୍ଥା କରାଯାଇଥିଲା । ସେହି ସ୍ଥିତିରେ ଗ୍ରାହକ ନିଜକୁ ଏକୁଟିଆ ଅନୁଭବ କଲେ ।

ତେଣୁ ସେମାନେ ଗ୍ରାହକଙ୍କୁ କାହାର ସାଥୀ କରିବାକୁ ସ୍ଥିର କଲେ । ଯାହା ଦ୍ବାରା ସେମାନଙ୍କର ବିରକ୍ତି ଦୂର ହୋଇପାରିବ ଏବଂ ସାମାଜିକ ଦୂରତା ମଧ୍ୟ ଅନୁସରଣ କରାଯାଇପାରିବ । ସେ କହିଛନ୍ତି ଅନ୍ୟ ରେସ୍ତୋରାଁରେ ଲୋକମାନେ ଯେଉଁଠାରେ ବସିବା ପାଇଁ ଦ୍ବନ୍ଦରେ ପଡିଯାଉଥିବା ବେଳେ, ଏହିପରି ଗ୍ରାହକମାନେ ପରସ୍ପରର ନିକଟତର ହୁଅନ୍ତି । ଗ୍ରାହକଙ୍କ ସାମ୍ନାରେ ପାଣ୍ଡା ରଖିବା ପାଇଁ ତାଙ୍କର ପଦକ୍ଷେପକୁ ବୁଝିବା ବହୁତ ସହଜ । ଏହି ଟେଡି ପାଣ୍ଡା ପ୍ରତ୍ୟେକ ଟେବୁଲରେ ରଖାଯାଇଛି । ଏହା ଗ୍ରାହକଙ୍କ ମଧ୍ୟରେ ଦୂରତା ବଜାୟ ରଖିବାରେ ସାହାଯ୍ୟ କରିବ । ତେବେ ଗ୍ରାହକମାନେ ମଧ୍ୟ ଏହି ନୂତନ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

ତେବେ ମାର୍ଚ୍ଚ ଠାରୁ ଥାଇଲ୍ୟାଣ୍ଡରେ କୌଣସି କୋରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.