ETV Bharat / international

ସୀମା ପାର କରି ଉତ୍ତର କୋରିଆରେ ପ୍ରବେଶ କରିଥାଇପାରନ୍ତି ବିଦ୍ରୋହୀ ! - କୋରିଆନ ବିଭାଜନ ରେଖା

ନିକଟରେ କୋରୋନା ସଂକ୍ରମଣର ଲକ୍ଷଣ ଥିବା ଜନୈକ ବିଶ୍ବାସଘାତକ ଦକ୍ଷିଣ କୋରିଆରୁ ବିଭାଜନ ରେଖା ଅତିକ୍ରମ କରି ପ୍ୟୋଙ୍ଗ୍ୟାଙ୍ଗ ପହଞ୍ଚିଛି । ଏନେଇ ଅଭିଯୋଗ କରିଛି ଉତ୍ତର କୋରିଆ । ଏନେଇ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ଦକ୍ଷିଣ କୋରିଆ ।

north-south korea relation, interkorean clash, korean demarcation line, defectors entering north korea, ଉତ୍ତର କୋରିଆ-ଦକ୍ଷିଣ କୋରିଆ ସମ୍ପର୍କ, ଅନ୍ତଃକୋରିଆନ ବିବାଦ, କୋରିଆନ ବିଭାଜନ ରେଖା, ବିଶ୍ବାସଘାତକଙ୍କ ଉତ୍ତର କୋରିଆରେ ପ୍ରବେଶ
ସୀମା ପାର କରି ଉତ୍ତର କୋରିଆରେ ପ୍ରବେଶ କରିଥାଇପାରନ୍ତି ବିଶ୍ବାସଘାତକ
author img

By

Published : Jul 26, 2020, 10:22 PM IST

ସିଓଲ: ନିକଟରେ କୋରୋନା ସଂକ୍ରମଣର ଲକ୍ଷଣ ଥିବା ଜନୈକ ଦେଶବିଦ୍ରୋହୀ ଦକ୍ଷିଣ କୋରିଆରୁ ବିଭାଜନ ରେଖା ଅତିକ୍ରମ କରି ପ୍ୟୋଙ୍ଗ୍ୟାଙ୍ଗ ପହଞ୍ଚିଛି । ଏନେଇ ଅଭିଯୋଗ କରିଛି ଉତ୍ତର କୋରିଆ । ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ଦକ୍ଷିଣ କୋରିଆ । ତଦନ୍ତ ପରେ ସିଓଲ ସେନା ଅଧିକାରୀ ରବିବାର ସୂଚନା ଦେଇ କହିଛନ୍ତି କି ବର୍ତ୍ତମାନ ସୁଦ୍ଧା ଏସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ ହୋଇନଥିଲେ ସୁଦ୍ଧା ଉତ୍ତର କୋରିଆର ଅଭିଯୋଗ ସତ ହେବାର ଅଧିକ ସମ୍ଭାବନା ରହିଛି ।

ସରକାରୀ ଭାବେ ଏସମ୍ପର୍କରେ ସୂଚନା ଦେଇ କୁହାଯାଇଛି କି ଉତ୍ତର କୋରିଆର ଅଭିଯୋଗ ମୁତାବକ ତଦନ୍ତ ଜାରି ରହିଛି । ସମସ୍ତ ସମ୍ଭାବ୍ୟ ସୀମାରେ ତଦନ୍ତ ଜୋରଦାର ଜାରି ରହିଛି । ତେବେ ପ୍ରାଥମିକ ତଦନ୍ତରୁ ଜନୈକ ବିଦ୍ରୋହୀ ସୀମା ପାର କରିଥିବାର ସମ୍ଭାବନା ରହିଥିବା ଦେଖାଯାଉଥିବା ପ୍ରକାଶ ପାଇଛି । ସେପଟେ ଉତ୍ତର କୋରିଆର ରିପୋର୍ଟ ମୁତାବକ କେତେକ ସମ୍ପୃକ୍ତ ବିଭାଗ ସହ ମିଳିତ ଉଦ୍ୟମରେ ଘଟଣାର ତଦନ୍ତ ଜାରି ରହିଛି ।

ଏନେଇ ଉଭୟ ସେନାର ମିଳିତ ମୁଖ୍ୟ ପରିସ୍ଥିତିର ମୁକାବିଲା ପାଇଁ ସେନା ବାହିନୀର ପ୍ରସ୍ତୁତି ତଦାରଖ କରିଛନ୍ତି । ଏଥିସହ ସେନା ଦ୍ବାରା ବ୍ୟବହୃତ ମନିଟରିଂ ଯନ୍ତ୍ରପାତି ଓ ଭିଡିଓ ରେକର୍ଡିଂର କ୍ଲିପ ଆଦି ମଧ୍ୟ ସମୀକ୍ଷା କରାଯାଇଛି । ସେପଟେ ଉତ୍ତର କୋରିଆରେ କୋରୋନା ସଂକ୍ରମଣ ରୋକିବା ପାଇଁ ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରୁଥିବା ଦେଖାଯାଇଛି । ଏନେଇ ସେ ଆପାତକାଳୀନ ଭାବେ ଶାସକ ଦଳ ସହ ଏକ ପଲିଟବ୍ୟୁରୋ ବୈଠକ ଡକାଇଛନ୍ତି । ଏଥିରେ ଦେଶର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଆଲୋଚନା ହୋଇଛି ।

ସୂଚନା ମୁତାବକ ଗତ ତିନି ବର୍ଷ ପୂର୍ବେ ଉତ୍ତର କୋରିଆରୁ ବାହାରି ଦକ୍ଷିଣ କୋରିଆର ଶରଣ ନେଇଥିବା ଜନୈକ ବ୍ୟକ୍ତି ବିଭାଜନ ରେଖା ଅତିକ୍ରମ କରି ଉତ୍ତର କୋରିଆରେ ପୁଣି ପ୍ରବେଶ କରିଥିଲା । ହେଲେ କୈସଙ୍ଗଠାରେ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଜରିଆରେ ଜୁଲାଇ 19 ତାରିଖରେ କୋରୋନା ଲକ୍ଷଣ ଥିବା ସମ୍ପୃକ୍ତ ବ୍ୟକ୍ତି ପୁଣି ଦକ୍ଷିଣ କୋରିଆ ଫେରିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.