ETV Bharat / international

ଦକ୍ଷିଣ କୋରିଆ ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

author img

By

Published : Mar 11, 2022, 9:12 AM IST

ଦକ୍ଷିଣ କୋରିଆର ନୂତନ ରାଷ୍ଟ୍ରପତି ୟୋନ୍ ସୁକ୍-ୟୋଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଦକ୍ଷିଣ କୋରିଆର ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ୟୋନ୍ ସୁକ୍-ୟୋଲ । ଏନେଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି କି, ଭାରତ-ରୋକ୍ ସ୍ପେଶାଲ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ ଆହୁରି ବିସ୍ତାର ଏବଂ ମଜବୁତ ହେବ । ଏଥି ପାଇଁ ମୁଁ ନୂତନ ରାଷ୍ଟ୍ରପତିଙ୍କ ସହ କାମ କରିବାକୁ ଆଗ୍ରହୀ ଅଛି । ଦକ୍ଷିଣ କୋରିଆର ନୂଆ ରାଷ୍ଟ୍ରପତି ୟୋନ୍ ସୁକ୍-ୟୋଲଙ୍କୁ ମୋର ଶୁଭେଚ୍ଛା ।

ୟୋନ୍ ସୁକ୍-ୟୋଲ ଦେଶର ନୂତନ ରାଷ୍ଟ୍ରପତି ହୋଇଥିବା ଦକ୍ଷିଣ କୋରିଆର ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ମିଳିଛି । ମାର୍ଚ୍ଚ ୯ରେ ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପିପୁଲ ପାଓ୍ବାର ପାର୍ଟି ତରଫରୁ ୟୋନ୍ ସୁକ୍-ୟୋଲ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଲି ଜେ-ମ୍ୟୁଙ୍ଗ ଥିଲେ । ୟୋନ ୪୮.୫୬ ପ୍ରତିଶତ ଭୋଟ ପାଇଥିବା ବେଳେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ୪୭.୮୩ ପ୍ରତିଶତ ଭୋଟ ପାଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.