ମାନିଲା: ଫିଲିପାଇନ୍ସରେ ଲଗାତାର କୋରୋନା ଆକ୍ରାନ୍ତ ବଢିବାରେ ଲାଗିଛି । ଗତ 24 ଘଣ୍ଟାରେ ନୂଆ 539 ମାମଲା ବାହାରିଛି । ଏହାସହ 17 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଏହି ଏସିଆ ରାଷ୍ଟ୍ରରେ କୋରୋନା ଆକ୍ରାନ୍ତ 15 ହଜାର ପାର କରିଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗୋଟିଏ ଦିନରେ ଆକ୍ରାନ୍ତ ବାହାରିବାରେ ଏହା ସର୍ବାଧିକ ସଂଖ୍ୟା । ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 15 ହଜାର 588 ପହଞ୍ଚିଛି । ମୃତ୍ୟୁସଂଖ୍ୟା 921 ଛୁଇଁଛି । ସେହିପରି 3598 ଜଣ ସୁସ୍ଥ ହୋଇସାରିଛନ୍ତି । ତେବେ ରାଜଧାନୀରେ ଲକଡାଉନ କୋହଳ କରିବାକୁ ସବୁ ମହଲରେ ଦାବି ହୋଇଛି ।
ଏଠାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ସ୍ପଷ୍ଟ ହୋଇଛି । ହେଲେ ଦେଶରେ ଆର୍ଥିକ ସ୍ଥିତି ଭୁସୁଡି ପଡିଛି । ଏପରି ସମୟରେ ଲକଡାଉନ କୋହଳ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ବିଶେଷଜ୍ଞମାନ ପରାମର୍ଶ ଦେଇଛନ୍ତି । ନଚେତ ଆଗାମୀ ଦିନରେ ପରିସ୍ଥିତି ଖରାପ ହେବ ବୋଲି ସେମାନେ କହିଛନ୍ତି ।