ETV Bharat / international

ଲକଡାଉନ୍ ଉଲ୍ଲଂଘନକାରୀଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ ଫିଲିପାଇନ୍ସ ରାଷ୍ଟ୍ରପତି

ଫିଲିପାଇନ୍ସରେ ଲକଡାଉନ୍ ଉଲ୍ଲଂଘନକାରୀଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟ ହିଂସାତ୍ମକ ପ୍ରଦର୍ଶନକାରୀଙ୍କ ମୁକାବିଲା ପାଇଁ ଲକଡାଉନ ସମୟରେ ପୋଲିସ ଏବଂ ସୈନ୍ୟବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତେ ସହଯୋଗ ଆବଶ୍ୟକ ରହିଛି ବୋଲି କହିଛନ୍ତି ଡୁଟର୍ଟେ । ଅଧିକ ପଢନ୍ତୁ...

author img

By

Published : Apr 2, 2020, 7:36 PM IST

Philippine President
Philippine President

ମାନିଲା: ମହାମାରୀ କୋରୋନା ଭାଇରସକୁ (COVID-19) ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶରେ ଲକଡାଉନ୍ ଜାରି ରହିଛି | ଯେଉଁମାନେ ଲକଡାଉନ୍ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେପଟେ ଫିଲିପାଇନ୍ସରେ ଲକଡାଉନ୍ ଉଲ୍ଲଂଘନକାରୀଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟ ହିଂସାତ୍ମକ ପ୍ରଦର୍ଶନକାରୀଙ୍କ ମୁକାବିଲା ପାଇଁ ଲକଡାଉନ ସମୟରେ ପୋଲିସ ଏବଂ ସୈନ୍ୟବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତେ ସହଯୋଗ ଆବଶ୍ୟକ ରହିଛି ବୋଲି କହିଛନ୍ତି ଡୁଟର୍ଟେ ।

ପ୍ରକୃତରେ, କିଛି ପ୍ରଦର୍ଶନକାରୀ ମନିଲାରେ ଖାଦ୍ୟ ବାଣ୍ଟିବାବେଳେ ଅନିୟନ୍ତ୍ରିତ ହୋଇ ହିଂସାକୁ ଓହ୍ଲାଇଥିଲେ । ଏହା ପରେ ରାଷ୍ଟ୍ରପତି ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଲକଡାଉନ୍ ଉଲ୍ଲଂଘନ କରିଛନ୍ତି ସେମାନଙ୍କୁ ଗୁଳି କରାଯାଇପାରେ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ କୌଣସି ଅସଦାଚରଣକୁ ବରଦାସ୍ତ କରାଯିବ ନାହିଁ।

ବର୍ତ୍ତମାନ ପର୍ଯ୍ୟନ୍ତ ଫିଲିପାଇନ୍ସରେ 2,311 ଲୋକ କରୋନା ଭାଇରସ ସଂକ୍ରମଣରେ ନିଶ୍ଚିତ ହୋଇଛନ୍ତି ଏବଂ 96 ଜଣଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନ ହେବ ପ୍ରତିଦିନ ଏଠାରେ 100ରୁ ଅଧିକ ମାମଲା ରିପୋର୍ଟ କରାଯାଉଛି।

ଡୁଟର୍ଟେ ତାଙ୍କ ଭାଷଣ ସମୟରେ ଏହିସବୁ କହିଥିଲେ । ବୁଧବାର ଡୁଟେର୍ଟ ତାଙ୍କ ଅଭିଭାଷଣରେ କହିଛନ୍ତି, ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ତେଣୁ ପୁଣିଥରେ ଏହି ସମସ୍ୟାର ଗମ୍ଭୀରତା କହୁଛି ଏବଂ ତୁମେ ଏହାକୁ ଶୁଣିବାକୁ ପଡ଼ିବ। ପୋଲିସ ଏବଂ ସେନାକୁ ଆଦେଶ ଦେଉଛି ଯେ ଯଦି କେହି ଅଛନ୍ତି ଯଦି କୌଣସି ଅସୁବିଧା ଥାଏ ଏବଂ କେହି ଆପଣଙ୍କ ଜୀବନକୁ ବିପଦରେ ପକାନ୍ତି, ତେବେ ଗୁଳି ଚଳାନ୍ତୁ । ଏହାଛଡା ଡୁଟର୍ଟେ କହିଛନ୍ତି ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଟାର୍ଗେଟ କରାଯାଉଛି । ଏହା ତୁରନ୍ତ ବନ୍ଦ ହେବା ଆବଶ୍ୟକ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.