ETV Bharat / international

ପାକିସ୍ତାନରେ ଦିନକରେ 6000 ଅତିକ୍ରମ କଲା କୋରୋନା ପଜିଟିଭଙ୍କ ସଂଖ୍ୟା

author img

By

Published : Jun 12, 2020, 9:46 PM IST

ଏସିଆର ଦ୍ବିତୀୟ ରାଷ୍ଟ୍ର ଭାବେ ପାକିସ୍ତାନରେ କୋରୋନା ସ୍ଥିତି ଏକ ଲକ୍ଷ ଉପରେ ରହିଛି । ଶୁକ୍ରବାର ଗୋଟିଏ ଦିନରେ ଏଠାରେ ସର୍ବାଧିକ ଆକ୍ରାନ୍ତ ବାହାରିଛି । ପ୍ରଥମ ଥର ଏଠାରେ 6000 ଉପରେ ଦୈନିକ କେସ ବାହାରିଛି ।

ପାକିସ୍ତାନରେ ରେକର୍ଡ: ଗୋଟିଏ ଦିନରେ 6000 ଉପରେ କୋରୋନା ପଜିଟିଭ

ଇସଲାମାବାଦ: ପଡୋଶୀ ପାକିସ୍ତାନରେ କୋରୋନା ସଂକ୍ରମଣ ଦିନକୁ ଦିନ ସାଙ୍ଘାତିକ ରୂପ ନେଉଛି । ଏସିଆର ଦ୍ବିତୀୟ ରାଷ୍ଟ୍ର ଭାବେ ଏଠାରେ କୋରୋନା ସ୍ଥିତି ଲକ୍ଷେ ଉପରେ ରହିଛି । ଶୁକ୍ରବାର ଗୋଟିଏ ଦିନରେ ଏଠାରେ ସର୍ବାଧିକ ଆକ୍ରାନ୍ତ ବାହାରିଛି । ପ୍ରଥମ ଥର ଏଠାରେ 6000 ଉପରେ ଦୈନିକ କେସ ବାହାରିଛି ।

ଗତ 24 ଘଣ୍ଟାରେ ଏଠାରେ 6397 କୋରୋନା ମାମଲା ବାହାରିଛି । ଫଳରେ ମୋଟ୍ ଆକ୍ରାନ୍ତ 1 ଲକ୍ଷ 25 ହଜାର 933 ପହଞ୍ଚିଛି । ସେହିପରି ଶୁକ୍ରବାର 107 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ 40 ହଜାର 247 ଲୋକ ସୁସ୍ଥ ହୋଇସାରିଛନ୍ତି । ପଞ୍ଜାବରେ ସର୍ବାଧିକ 47 ହଜାର 382 କେସ ବାହାରିଛି । ସିନ୍ଧରେ ଦ୍ବିତୀୟ ସର୍ବାଧିକ 46 ହଜାର 828 ମାମଲା ରହିଛି । ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 28 ହଜାର 344ଟି କୋରୋନା ସାମ୍ପଲ ଟେଷ୍ଟ ହୋଇଛି ।

ଏବେ ଯାଏଁ ପାକିସ୍ତାନ ସରକାର 8 ଲକ୍ଷ 9 ହଜାର 169 ଟେଷ୍ଟ କରିସାରିଛନ୍ତି । ପାକ୍ ସରକାରଙ୍କ ଗୋଟିଏ ଦିନରେ 30 ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ପାକ୍ ସରକାର ଗୁରୁବାର ଆଗାମୀ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । ଅଳ୍ପ ସଂଖ୍ୟକ ସାଂସଦଙ୍କ ଉପସ୍ଥିତିରେ ଏହା ଉପସ୍ଥାପନା ହୋଇଥିଲେ । ସରକାର କୋରୋନା ପରିସ୍ଥିତି ପାଇଁ ଦେଶର ଆର୍ଥିକ ବ୍ୟବସ୍ଥା ଭୁସୁଡିଥିବା ସୂଚନା ଦେଇଛନ୍ତି । ନିକଟରେ ପାକିସ୍ତାନର ବିରୋଧୀ ଦଳ ନେତାଙ୍କ ସମେତ ଅନେକ ରାଜନେତା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.