ETV Bharat / sports

ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କଲା BCCI, ଷ୍ଟାର ଅଲରାଉଣ୍ଡରଙ୍କୁ ମିଳିଲାନି ସୁଯୋଗ - IND VS BAN

author img

By ETV Bharat Sports Team

Published : 2 hours ago

India Squad For Kanpur Test : ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ସ୍କ୍ବାଡ୍‌ ଘୋଷଣା କରିଛି ବିସିସିଆଇ । ହେଲେ ଷ୍ଟାର ଅଲରାଉଣ୍ଡରଙ୍କୁ ମିଳିଲାନି ସୁଯୋଗ । ଅଧିକ ପଢ଼ନ୍ତୁ

India Squad For Kanpur Test
India Squad For Kanpur Test (IANS Photos)

ମୁମ୍ବାଇ : ଭାରତ ବନାମ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ହାସ କରିଛି ଭାରତ । ଏବେ କାନପୁରରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରିଛି ବିସିସିଆଇ । ପ୍ରଥମ ମ୍ୟାଚ୍‌ର ଫଳାଫଳ ଆସିବା ମାତ୍ରେ ହିଁ ବିସିସିଆଇ ଦ୍ବିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି ।

ଏହି ଖେଳାଳିଙ୍କୁ 2ୟ ଟେଷ୍ଟରେ ମିଳିଲାନି ସୁଯୋଗ :-

ବିସିସିଆଇ ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ 'X'ରେ ପୋଷ୍ଟ କରି ଲେଖିଛି ଯେ, କାନପୁରରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ପାଇଁ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଭାରତୀୟ କ୍ରିକେଟ ଦଳ ସମାନ ସ୍କ୍ବାଡ୍‌ ସହିତ କାନପୁର ଅଭିମୁଖେ ଯାତ୍ରା କରିବେ । ଅର୍ଥାତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦ୍ବିତୀୟ ଟେଷ୍ଟରେ ସୁଯୋଗ ମିଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ବିସିସିଆଇ ବିରାମ ଲଗାଇଛି ।

ପ୍ରଥମ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ :-

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଛି । ମ୍ୟାଚର ଚତୁର୍ଥ ଦିନରେ ହିଁ ଭାରତୀୟ ଦଳ ବାଂଲାଦେଶକୁ 280 ରନରେ ଅଲ୍‌ ଆଉଟ୍‌ କରି ସିରିଜ୍‌ରେ 1-0 ଲିଡ୍‌ ହାସଲ କରିଛି । ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ରବିନ୍ଦ୍ର ଜାଡେଜା (86) ଓ ରବିଚନ୍ଦ୍ରନ ଅଶ୍ବିନ (113)ଙ୍କ ଚମତ୍କାର ଇନିଂସ୍‌ ବଳରେ 376 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ବାଂଲାଦେଶ ଦଳ କେବଳ 149 ରନ୍‌ରେ ସମସ୍ତ ୱିକେଟ ହରାଇଥିଲା । ଏହାପରେ ପ୍ରଥମ ଇନିଂସ୍‌ରେ 227 ରନ ଲିଡ୍‌ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରିଥିଲା ଭାରତ । ଏହି ଇନିଂସରେ ଯୁବ ତାରକା ଋଷଭ ପନ୍ତ ଓ ଶୁବମନ ଗିଲ୍‌ ଉଭୟଙ୍କ ଶତକୀୟ ପାଳି ବଳରେ ବାଂଲାଦେଶକୁ ଭାରତ 515 ରନର ବିଜୟଲକ୍ଷ୍ୟ ଦେଇଥିଲା ଭାରତ । ହେଲେ ଅଶ୍ବିନ ଓ ଜାଡେଜାଙ୍କ ସ୍ପିନ ଆଟାକ୍‌ର ଜବାବ ଦେଇନପାରି କେବଳ 234 ରନ୍‌ରେ ହିଁ ଅଲ୍‌ ଆଉଟ୍‌ ହୋଇଛି ବାଂଲାଦେଶ ।

ଦ୍ବିତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କ୍ବାଡ :-

ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ୍‌ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ର ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଜସପ୍ରୀତ ବୁମ୍‌ରା, ୟଶ ଦୟାଲ

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.