ETV Bharat / health

ବାରମ୍ବାର ଦାନ୍ତବିନ୍ଧା ହେଉଛି କି ? ଏମିତି କରନ୍ତୁ ଉପଚାର - Toothache pain

author img

By ETV Bharat Health Team

Published : 2 hours ago

Toothache pain relief: ବାରମ୍ବାର ଦାନ୍ତବିନ୍ଧା ହେଉଛି କି ? ବିଭିନ୍ନ କାରଣରୁ ଏହି ସମସ୍ୟା ଦେଖାଯାଏ । ତେବେ କେମିତି ନିଜ ଦାନ୍ତର ଯତ୍ନ ନେବେ ? ଘରୋଇ ଉପାୟରେ କେମିତି ଯନ୍ତ୍ରଣା କମାଇବେ ସେନେଇ ଜାଣନ୍ତୁ ଦାନ୍ତରୋଗ ବିଶେଷଜ୍ଞଙ୍କଠାରୁ

ବାରମ୍ବାର ଦାନ୍ତବିନ୍ଧା ହେଉଛି କି ? ଏମିତି କରନ୍ତୁ ଉପଚାର
ବାରମ୍ବାର ଦାନ୍ତବିନ୍ଧା ହେଉଛି କି ? ଏମିତି କରନ୍ତୁ ଉପଚାର (ETV Bharat)

ଭୁବନେଶ୍ବର: ଦାନ୍ତ ବିନ୍ଧା ଏକ ସାଧାରଣ ସମସ୍ୟା । ଦାନ୍ତ ପୋକ ଖାଇଲେ, ଅଧିକ ଥଣ୍ଡା ହେଲେ କିମ୍ବା ମାଢି ସଂକ୍ରମଣ ଭଳି ବିଭିନ୍ନ କାରଣରୁ ଦାନ୍ତବିନ୍ଧା ହୋଇଥାଏ । ବିଶେଷକରି ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ମେଡିସିନ୍ ଖାଇଥାନ୍ତି ନଚେତ୍ କେହି କେହି ଘରୋଇ ଉପଚାର କରିଥାନ୍ତି । ତେବେ ଦାନ୍ତବିନ୍ଧା ସମସ୍ୟା ନ ହେବା ପାଇଁ ଏହାର ଠିକ୍ ଭାବେ ଯତ୍ନ ନେବା ଆବଶ୍ୟକ । ଦିନକୁ ଦୁଇ ଥର ବ୍ରସ୍ କରିବା, ଭଲ ଭାବେ କୁଳି କରିବା, କମ୍ ମିଠା ଜାତୀୟ ଖାଦ୍ୟ ଖାଇବା ପ୍ରଭୃତି ସାବଧାନତା ପାଳନ କରିବା ଉଚିତ୍ । ଦାନ୍ତରେ କୌଣସି ସମସ୍ୟା ଦେଖାଦେଲେ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ମୁଖ ଗହ୍ଵର କର୍କଟ ରୋଗର ଶିକାର ହୋଇପାରନ୍ତି । ତେଣୁ କେମିତି ନିଜ ଦାନ୍ତକୁ ସୁସ୍ଥ ରଖିବେ ସେନେଇ ପରାମର୍ଶ ଦେଇଛନ୍ତି ଦାନ୍ତରୋଗ ବିଶେଷଜ୍ଞ ଡାକ୍ତର ହରିଶ ପାଠକ ।

ଦାନ୍ତ ବିନ୍ଧାର ମୂଳ କାରଣ:-

ଦନ୍ତ ବିଶେଷଜ୍ଞଙ୍କ କହିବା କଥା, ସାଧାରଣତଃ ଦାନ୍ତ ପୋକ ଖାଇଲେ, ଦାନ୍ତ ଅଧା ଭାଙ୍ଗିଗଲେ, ଠିକ ସମୟରେ ଜ୍ଞାନ ଦାନ୍ତ ଉଠି ନପାରିଲେ, ଏସବୁ କାରଣରୁ ଦାନ୍ତ ବିନ୍ଧା ହୋଇଥାଏ । ଦାନ୍ତ ବିନ୍ଧା କାରଣରୁ ବେକ, କାନ, ମୁଣ୍ଡ ଏବଂ ଗାଲରେ ମଧ୍ୟ ଯନ୍ତ୍ରଣା ଅନୁଭୂତ ହୋଇପାରେ । ବିଶେଷ କରି ଅଧିକ ଥଣ୍ଡା ହେଲେ ଅଥବା ଶୀତ ଦିନରେ ବେଶୀ ବିନ୍ଧା ହୁଏ । ଏଥିସହ ଦାନ୍ତରେ ପୋକ ହୋଇଥିଲେ ଦାନ୍ତରେ ଯନ୍ତ୍ରଣା ହୁଏ । ବିଶେଷ ଭାବେ ଛୋଟ ପିଲାଙ୍କର ଅଧିକ ଦାନ୍ତ ବିନ୍ଧା ହୋଇଥାଏ । ୧୦-୧୨ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଅଧିକ ଦେଖାଯାଏ ।

ପୋକରା ଦାନ୍ତ କ’ଣ ?

ବିସ୍କୁଟ୍‌, ଚକୋଲେଟ୍‌, ମିଠା ଭଳି ଖାଦ୍ୟ ହେଉଛି ଦାନ୍ତ ପୋକରା ହେବାର ମୁଖ୍ୟ କାରଣ । ଏସବୁ ଖାଦ୍ୟ ଖାଇବା ପରେ ଭଲ ଭାବେ ପାଟି ନ ଧୋଇଲେ ଧୀରେ ଧୀରେ ଦାନ୍ତ ଉପରେ ଏକ ପ୍ରକାର ପତଳା ପରସ୍ତ ଲାଗି ରହିଯାଏ । ଯାହାଫଳରେ ଦାନ୍ତ ମଧ୍ୟରେ ଛୋଟ ଛୋଟ ଛିଦ୍ର ସୃଷ୍ଟି ହୋଇଥାଏ । ଏହି ଛିଦ୍ର ହେବା ଫଳରେ ଦାନ୍ତରେ ପୋକ ଲାଗିବା ଆରମ୍ଭ ହୋଇଥାଏ । ଏହାକୁ ଠିକ୍‌ ସମୟରେ ଚିକିତ୍ସା ନକଲେ ଦାନ୍ତ ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ । ଖାଦ୍ୟ ଚୋବାଇବା ବେଳେ ଦାନ୍ତ ଦାନ୍ତ ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ଖାଦ୍ୟଗୁଡ଼ିକ ଜମିଯାଏ । ବିଶେଷ ଭାବେ ଅଠାଳିଆ ଖାଦ୍ୟ ଯଥା ଚକୋଲେଟ, ମହୁ ଭଳି କିଛି ମିଠା ଜାତୀୟ ଖାଦ୍ୟ ଦାନ୍ତର ଫାଙ୍କା ସ୍ଥାନରେ ଜମିଗଲେ ସେଥିରେ ଥିବା ବ୍ୟାକ୍ଟେରିଆ ଲାକ୍ଟିକ୍‌ ଏସିଡ୍‌ ତିଆରି କରେ । ଏହି ଏସିଡ୍‌ ଦାନ୍ତର ମିନେରାଲ୍ସକୁ ନଷ୍ଟ କରିଦିଏ । ଫଳରେ ସେହି ସ୍ଥାନରେ କଣା ହୋଇଯାଏ ବୋଲି କହିଛନ୍ତି ଡାକ୍ତର ହରିଶ୍ ପାଠକ ।

ଦାନ୍ତ ପୋକ ଖାଇବାର ମୂଳ କାରଣ:-

୧. ଅତ୍ୟଧିକ ଚିନିଯୁକ୍ତ ଖାଦ୍ୟ ଖାଇବା, ରିଫାଇଣ୍ଡ ଖାଦ୍ୟ, ମଇଦା ଜାତୀୟ ଖାଦ୍ଯ ଖାଇବା ଦ୍ୱାରା ଦାନ୍ତର ଫାଙ୍କା ସ୍ଥାନରେ ଏସବୁ ଜମିଯାଏ । ଫଳରେ ଜମିଯାଇଥିବା ଖାଦ୍ୟଗୁଡ଼ିକ ବ୍ୟାକ୍ଟେରିଆ ସହ ମିଶି ଏସିଡ୍‌ ସୃଷ୍ଟି କରିଥାଏ ।
୨. ଯେଉଁମାନଙ୍କ ଡ୍ରାଏ ମାଉଥ୍‌ ବା ପାଟି ଶୁଖିଲା ରହେ, ସେମାନଙ୍କର ଦାନ୍ତରେ ବ୍ୟାକ୍ଟେରିଆ ଅଂଶ ବଢ଼ିଥାଏ । ଫଳରେ ଦାନ୍ତ ପୋକ ଲାଗିଥାଏ ।
୩. ଠିକ୍ ଭାବେ ଦାନ୍ତ ପରିଷ୍କାର ପରିଚ୍ଛନ୍ନ ରଖିଲେ ପୋକ ଲାଗିଥାଏ ।
୪. ଖାଦ୍ୟ ଖାଇସାରିବା ପରେ ଭଲ ଭାବରେ ବ୍ରସ୍‌ ନକଲେ ବା ପାଣିରେ ଭଲ ଭାବରେ କୁଳି ନକଲେ ଦାନ୍ତ ପୋକ ଲାଗେ ।

ଦାନ୍ତ ପୋକରା ଲକ୍ଷଣ:-

ଦାନ୍ତ ଭଲ ଭାବେ ସଫା ନକଲେ ଧଳା ଦାଗ ସୃଷ୍ଟି ହେବା ପରେ ଧୀରେ ଏହା ବାଦାମୀ ରଙ୍ଗର ହୋଇ କଳା ପଡ଼ିଯାଏ । କିଛି ଗରମ ଜିନିଷ ଖାଇଲେ ଦାନ୍ତ ଝିମଝିମ୍ ହେବା ଭଳି ଲକ୍ଷଣ ଦେଖାଯାଏ । କେତେକ ଲୋକଙ୍କ ଅଧିକ ବିନ୍ଧା ହେଉଥିବା ବେଳେ ଆଉ କେତେ ଲୋକଙ୍କର କମ୍ ବିନ୍ଧା ହୋଇଥାଏ । ବିଶେଷ ଭାବେ ଶୋଇବା ସମୟରେ ଅଧିକ ଦାନ୍ତ ବିନ୍ଧା ହୋଇଥାଏ । ଏହାସହିତ ବେଳେବେଳେ କାନ ବିନ୍ଧା ହୋଇପାରେ । ମାଢ଼ି ଫୁଲିଯିବା, ଆଖି ଫୁଲିଯିବା ଭଳି ମଧ୍ୟ ଲକ୍ଷଣ ଦେଖାଯାଇଥାଏ ବୋଲି କହିଛନ୍ତି ଡାକ୍ତର ହରିଶ୍ ପାଠକ।

ଦାନ୍ତବିନ୍ଧାର ଚିକିତ୍ସା:-

ପ୍ରଥମେ ଦାନ୍ତର ଏକ୍ସରେ କରିବା ଆବଶ୍ୟକ, ଯଦ୍ବାରା ଜଣାପଡିବ କେଉଁ ସ୍ଥାନରେ ଦାନ୍ତ ପୋକ ଲାଗିଛି ବା ସମସ୍ଯା ରହିଛି । ଏହାପରେ ଫିଲିଂ, ରୁଟ୍‌ କେନାଲ କିମ୍ବା ଦାନ୍ତ ଓପାଡ଼ାଯିବ ତାହା ଦେଖାଯାଏ । ଯଦି ଦାନ୍ତର ଏନାମେଲ୍‌ ସ୍ତରରେ କ୍ୟାଭିଟି ହୋଇଛି, ତା’ହେଲେ କେବଳ ଫିଲିଂ କରାଯାଏ । ଯଦି ମଝି ସ୍ତର ଯାଏଁ କ୍ୟାଭିଟି ମାଡ଼ିଯାଇଛି, ତା’ ହେଲେ ରୁଟ୍‌ କେନାଲ ଚିକିତ୍ସା କରିବାକୁ ପଡ଼ିଥାଏ । ଦନ୍ତ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦାନ୍ତ ବିନ୍ଧା ରୋକିବା ପାଇଁ ଠିକ୍ ଭାବରେ ବ୍ରସ୍‌ କରିବା ଉଚିତ୍ । ବ୍ରସ୍‌କୁ ଭଲ ଭାବରେ ଦାନ୍ତର ଉପରୁ ତଳକୁ ଏବଂ ତଳୁ ଉପରକୁ କରି ସଫା କରନ୍ତୁ । ଦିନକୁ ଦୁଇ ଥର, ସକାଳେ ଏବଂ ରାତିରେ ଶୋଇବା ପୂର୍ବରୁ ବ୍ରସ୍‌ କରନ୍ତୁ । ଚିନି, ମିଠା, ମଇଦା ଭଳି ଖାଦ୍ୟ କମ୍ ଖାଆନ୍ତୁ । ମିଠା ଜାତୀୟ ଖାଦ୍ୟ ଖାଇସାରିବା ପରେ ଭଲ ଭାବରେ ବ୍ରସ୍‌ ଓ କୁଳକୁଜା କରିବା ଆବଶ୍ୟକ ।

ଦାନ୍ତ ବିନ୍ଧାର ଘରୋଇ ଚିକିତ୍ସା:-

ଘରୋଇ ପଦ୍ଧତିରେ ଦାନ୍ତବିନ୍ଧା କମ୍ କରାଯାଇପାରିବ । ଯେମିତିକି...

୧. ଲବଙ୍ଗ ତେଲ ଦାନ୍ତ ମୂଳରେ ଲଗାଇବା । ଏହାଦ୍ବାରା କିଛି ମାତ୍ରାରେ ଦାନ୍ତ ବିନ୍ଧା କମିଯାଏ ।
୨. ହଳଦୀ ପାଣି କୁଳୁକୁଳୁ କରିବା । ଟିକେ ନଖ ଉଷୁମ ପାଣିରେ ହଳଦି ମିଶାନ୍ତୁ ।
୩. ଅଦା ଦାନ୍ତ ବିନ୍ଧା ପାଇଁ ଏକ ଉତ୍ତମ ଚିକିତ୍ସା । ଅଦାକୁ ଦାନ୍ତ ଉପରେ ରଖି ଧୀରେ ଧୀରେ ରସକୁ ବାହାର କରିବେ । ଏଥିରେ କିଛି ମାତ୍ରାରେ ଦାନ୍ତବିନ୍ଧା କମିଯାଇଥାଏ ।
୪. ଦାନ୍ତ ବିନ୍ଧୁଥିଲେ ଅତ୍ୟଧିକ ଗରମ ଖାଦ୍ୟ ଓ ଥଣ୍ଡା ଖାଦ୍ୟ ଖାଆନ୍ତୁ ନାହିଁ।
୫. ବାରମ୍ବାର ଉଷୁମ ପାଣିରେ କୁଳୁକୁଜା କରନ୍ତୁ । ଏହାଦ୍ବାରା ଆରାମ ମିଳିଥାଏ ।

ବାରମ୍ବାର ଦାନ୍ତ ବିନ୍ଧିବା ଏବଂ ଅତ୍ୟଧିକ ଯନ୍ତ୍ରଣା ହେବା ଦ୍ବାରା ଅନେକ ସମସ୍ୟା ଉପୁଜିପାରେ । ଦାନ୍ତ ମାଢିରେ ପିମ୍ପଲ୍ ଭଳି ଉଠିବା ସହ ହାଡରେ ଯେଉଁ ଶିରା ରହିଛି ସେଇଟା ମଧ୍ୟ ସଂକ୍ରମଣ ହୋଇପାରେ । ଯାହା ଭବିଷ୍ୟତରେ ସାଂଘାତିକ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି କହିଛନ୍ତି ଦାନ୍ତରୋଗ ବିଶେଷଜ୍ଞ ହରିଶ ପାଠକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.