ETV Bharat / bharat

ଏମିତି ଏକ ଗାଁ; କିଚେନ୍‌ ଗୋଟିଏ ଦେଶରେ, ବେଡରୁମ୍‌ ଅନ୍ୟ ଦେଶରେ - Unique village - UNIQUE VILLAGE

Unique Village of Longwa :ଲଙ୍ଗୱା ଏପରି ଏକ ଗାଁ , ଯେଉଁଠାରେ କିଚେନ ଘର ଗୋଟିଏ ଦେଶରେ ରହିଲେ ଅନ୍ୟ ଦେଶରେ ରହିଛି ବେଡ ରୁମ୍‌ । କେଉଁଠି ଏହି ଗାଁ ଆସନ୍ତୁ ଜାଣିବା ।

UNIQUE VILLAGE OF INDIA
UNIQUE VILLAGE OF INDIA (ETV BHARAT ODISHA)
author img

By ETV Bharat Odisha Team

Published : Sep 22, 2024, 1:04 PM IST

Updated : Sep 23, 2024, 6:38 AM IST

ହାଇଦ୍ରାବାଦ: ବିଶ୍ବରେ ଏମିତି ଏକ ଗାଁ ରହିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଅନ୍ୟ ଗାଁ ଅପେକ୍ଷା ଏହି ଗାଁ ଲୋକଙ୍କ ଚାଲିଚଳନ, ଦୈନିକ ଜୀବନଜାପନ ଶୈଳୀ ଟିକିଏ ଭିନ୍ନ । ସବୁଠାରୁ ବଡ କଥା ହେଉଛି ଗ୍ରାମର ଲୋକେ ଗୋଟିଏ ଦେଶରେ ଖାଇଲେ ଅନ୍ୟ ଏକ ଦେଶରେ ଶୁଅନ୍ତି । ଏହି କଥା ଟି ଶୁଣି ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ , କିନ୍ତୁ ଏହା ସତ । ତେବେ କେଉଁ ଦେଶରେ ରହିଛି ଏମିତି ଗାଁ, କାହିଁକି ଗୋଟିଏ ଦେଶରେ ଖାଇଲେ ଅନ୍ୟ ଏକ ଦେଶରେ ସୁଅନ୍ତି ଲୋକେ ? ଏହାର କାରଣ କଣ ?ତାହା ଜାଣିବା ପାଇଁ ପଢନ୍ତୁ ପୁରା ଖବର...

ଦୁଇ ଦେଶ ମଧ୍ୟରେ ଭାଗ ହୋଇଛି ଗୋଟିଏ ଗ୍ରାମ:-

ଭାରତର ଉତ୍ତର ପୂର୍ବରେ ଥିବା ନାଗାଲାଣ୍ଡର ଶେଷ ସୀମାରେ ରହିଛି ସୋମ ଜିଲ୍ଲା । ଜିଲ୍ଲାରେ ରହିଥିବା ଗ୍ରାମ ମଧ୍ୟରୁ ସବୁଠୁ ବଡ ଗ୍ରାମ ହେଉଛି ଲଙ୍ଗୱା । ଏହି ଗ୍ରାମ ସ୍ବତନ୍ତ୍ର, କାରଣ ଏହା ଦୁଇଟି ଦେଶ ଭାରତ ଏବଂ ପଡୋଶୀ ମିଆଁମାର ମଧ୍ୟରେ ରହିଛି । ଏଠାରେ ରହୁଥିବା ଲୋକେ ଗୋଟିଏ ଦେଶରେ ଖାଇଲେ ଅନ୍ୟ ଦେଶରେ ଶୁଅନ୍ତି । ଏକଥା ଶୁଣାଣିବାକୁ ସ୍ବାଭାବିକ ଲାଗୁନଥିଲେ ସୁଦ୍ଧା ଦୁଇ ଦେଶର ଅନ୍ତର୍ଜାତୀୟ ସୀମାରେ ଥିବା ସୀମାନ୍ତ ଗ୍ରାମରେ ଏପରି କିଛି ଚିତ୍ର ଓ ସ୍ଥିତି ରହିଥିବା ଜଣାପଡେ ।

UNIQUE VILLAGE OF INDIA
UNIQUE VILLAGE OF INDIA (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଭାରତ-ମିଆଁମାର ମୁକ୍ତ ଗତିବିଧି ନିୟମ: ଆବଶ୍ୟକତା ଓ ଆହ୍ବାନ

ଏହା ମଧ୍ୟ ପଢନ୍ତୁ-'ଅପରେସନ ସନସାଇନ-୨', ପୂର୍ବାଞ୍ଚଳରେ ଉଗ୍ରବାଦୀଙ୍କୁ ଭାରତ-ମିଆଁମାର ସେନାର ପ୍ରହାର

ଏହା ମଧ୍ୟ ପଢନ୍ତୁ-ଖୁବଶିଘ୍ର ସ୍ବଦେଶ ଫେରିବେ ମିଜୋରାମରେ ପ୍ରବେଶ କରିଥିବା ମିଆଁମାର ସୈନିକ

ଗୋଟିଏ ଦେଶରେ ଖାଆନ୍ତି ଅନ୍ୟ ଦେଶରେ ସୁଅନ୍ତି ଗ୍ରାମବାସୀ:-

ଭାରତ ଓ ମିଆଁମାର ମଝିରେ ଏହି ଗ୍ରାମ ରହିଥିବାରୁ ସେମାନଙ୍କ ଘର ଓ ଜମି ଦୁଇ ଦେଶ ମଧ୍ୟରେ ଭାଗ ହୋଇଛି । ତେଣୁ ସେମାନଙ୍କ ଶୋଇବା ଘର ଭାରତରେ ରହିଥିବା ବେଳେ ରୋଷଇ ଘର ମିଆଁମାରରେ ରହିଥାଏ। ସାଧାରଣତଋ ଏହି କଥା ଶୁଣିଲେ ଅନ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଲଙ୍ଗୱା ଗ୍ରାମବାସୀଙ୍କ ପାଇଁ ଏହା ନିତିଦିନିଆ କଥା । ଆନ୍ତର୍ଜାତୀୟ ସୀମା ଗାଁ ମଧ୍ୟ ଦେଇ ଯାଇଛି । ଫଳରେ ଗ୍ରାମ ଦୁଇ ଦେଶ ମଧ୍ୟରେ ଭାଗ ହୋଇଯାଇଛି ।

ବିନା ଭିସାରେ ଦୁଇ ଦେଶ ବୁଲନ୍ତି ଗ୍ରାମବାସୀ:-

ଲଙ୍ଗୱାକୁ ଆହୁରି ସ୍ବତନ୍ତ୍ର କରିବାର ବିଷୟ ହେଉଛି ଏଠାକାର ବାସିନ୍ଦା ଦୈତ ନାଗରିକତା ରହିଛି । ବିନା ଭିସାରେ ସେମାନେ ଦୁଇ ଦେଶକୁ ଯାତାୟତ କରିପାରନ୍ତି । ଲଙ୍ଗଓ୍ବା ଗ୍ରାମବାସୀ ବିନା କୌଣସି ଦ୍ବନ୍ଦରେ ଭାରତ ଏବଂ ମିଆଁମାର ମଧ୍ୟରେ ବୁଲାବୁଲି କରିପାରିବେ ।

ମିଆଁମାର ସେନାରେ କାମ କରନ୍ତି ଭାରତୀୟ:-

ଏଠାକାର ଗ୍ରାମବାସୀ ମିଆଁମାର ସେନାରେ କାର୍ଯ୍ୟରତ ମଧ୍ୟ ଅଛନ୍ତି । ଯାହା ଦୁଇ ଦେଶର ଘନିଷ୍ଠ ସମ୍ପର୍କକୁ ଦର୍ଶାଇଥାଏ । ଲଙ୍ଗୱାର ଲୋକମାନେ କୋନିଆକ୍ ଜନଜାତିର ଅଟନ୍ତି, ସେମାନଙ୍କର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରା ପାଇଁ ଜଣାଶୁଣା । ଭାରତ ଏବଂ ମିଆଁମାର ମଧ୍ୟରେ ମୋଟ 1,643 କିଲୋମିଟର ଅନ୍ତର୍ଜାତୀୟ ସୀମା ରହିଛି । ବିଶେଷ ଭାବେ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମ, ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ସହ ମିଆଁମାର ତାର ସୀମା ସେୟାର କରିଛି । ସୀମାର ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କ ମଧ୍ୟରେ ଥିବା ଆବଶ୍ୟକତା ଓ ପାରସ୍ପାରିକ ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ମିଆଁମାର ସରକାରଙ୍କ ଦ୍ବାରା ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ସୀମାନ୍ତ ଏରିଆରେ ଲୋକଙ୍କୁ ନିର୍ବିଘ୍ନରେ ପ୍ରବେଶ ଓ ଚଳପ୍ରଚଳ ପାଇଁ ଏହି ନିୟମ ଅନୌପଚାରିକ ଭାବେ ସ୍ବାଧୀନତା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରାଯାଇଥିଲା ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଲଙ୍ଗଓ୍ବା:-

ଲଙ୍ଗୱା ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଛି । ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ । ଏଠାକାର ପରିବେଶ ବେଶ ଶାନ୍ତ, ସବୁଜ ଓ ଏହାର ସୌନ୍ଦର୍ଯ୍ୟ ମନଲୋଭା । ଯାହା ପର୍ଯ୍ୟଟକଙ୍କୁ ହାତଠାରି ଡାକେ ।

ଭାରତ ଏବଂ ମିଆଁମାର ମଧ୍ୟରେ ମୋଟ 1,643 କିଲୋମିଟର ଅନ୍ତର୍ଜାତୀୟ ସୀମା ରହିଛି । ବିଶେଷ ଭାବେ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମ, ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ସହ ମିଆଁମାର ତାର ସୀମା ଭାଗ କରିଛି । ସୀମାର ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କ ମଧ୍ୟରେ ଥିବା ଆବଶ୍ୟକତା ଓ ପାରସ୍ପାରିକ ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ମିଆଁମାର ସରକାରଙ୍କ ଦ୍ବାରା ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ସୀମାନ୍ତ ଏରିଆରେ ଲୋକଙ୍କୁ ନିର୍ବିଘ୍ନରେ ପ୍ରବେଶ ଓ ଚଳପ୍ରଚଳ ପାଇଁ FMR ନିୟମ ଅନୌପଚାରିକ ଭାବେ ସ୍ବାଧୀନତା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରାଯାଇଥିଲା । ଏହି ବ୍ୟବସ୍ଥା 2018 ରେ ଆନୁଷ୍ଠାନିକ ଆକାର ପାଇଥିଲା । ଉଭୟ ଭାରତ ଏବଂ ମିଆଁମାର ମୁକ୍ତ ଗତିବିଧି ନିୟମ (FMR) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ନିୟମ ଭାରତର ଅଖଣ୍ଡତା, ସ୍ଥିରତା ଓ ଜାତୀୟ ସୁରକ୍ଷା ପ୍ରତି ବଡ ଆହ୍ବାନ ସୃଷ୍ଟି କରିଥିଲା ।

Last Updated : Sep 23, 2024, 6:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.