ETV Bharat / international

ଗୋଟିଏ ଦିନରେ ପାକିସ୍ତାନରେ ସର୍ବାଧିକ କୋରୋନା ମୃତ୍ୟୁ

author img

By

Published : Jun 9, 2020, 8:33 PM IST

ପାକିସ୍ତାନରେ କୋରୋନା ମାମଲା ସାଙ୍ଘାତିକ ହେବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଗତ 24 ଘଣ୍ଟାରେ ଦେଶରେ 105 ଲୋକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ପାକିସ୍ତାନରେ ସର୍ବାଧିକ କୋରୋନା ମୃତ୍ୟୁ
ଗୋଟିଏ ଦିନରେ ପାକିସ୍ତାନରେ ସର୍ବାଧିକ କୋରୋନା ମୃତ୍ୟୁ

ଇସଲାମାବାଦ: ପାକିସ୍ତାନରେ କୋରୋନା ମାମଲା ସାଙ୍ଘାତିକ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଥିବାବେଳେ ମୃତକଙ୍କ ସଂଖ୍ୟା ବଢିଚାଲିଛି । ମଙ୍ଗଳବାର ଗୋଟିଏ ଦିନରେ ଦେଶରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଗତ 24 ଘଣ୍ଟାରେ ଦେଶରେ 105 ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରଥମ ଥର ମୃତ୍ୟୁସଂଖ୍ୟା ଗୋଟିଏ ଦିନରେ 100 ଉପରେ ରହିଛି । ଫଳରେ ମୋଟ୍ ମୃତ୍ୟୁ 2172 ଥିବା ସୂଚନା ରହିଛି । ଏପର୍ଯ୍ୟନ୍ତ 35 ହଜାର 18 ଲୋକ ଏହି ମହାମାରୀରୁ ସୁସ୍ଥ ହୋଇସାରିଲେଣି ।

ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନାହିଁ । 24 ଘଣ୍ଟାରେ 4646 ନୂଆ ପଜିଟିଭ ମାମଲା ସାମନାକୁ ଆସିଛି । ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 8 ହଜାର 317 ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ପ୍ରକାଶ କରିଛି । ସବୁଠାରୁ ଅଧିକ ମାମଲା ପଞ୍ଜାବ ପ୍ରଦେଶରେ ବାହାରିଛି । କେବଳ ଏଠାରେ 40 ହଜାର 819 ପଜିଟିଭ ସ୍ପଷ୍ଟ ହୋଇଛି ।

ଏହା ପଛକୁ ସିନ୍ଧରେ 39 ହଜାର 555 ମାମଲା ବାହାରିଛି । ଗତ 24 ଘଣ୍ଟାରେ ରେକର୍ଡ 24 ହଜାର 620 ସାମ୍ପଲ ପରୀକ୍ଷା ହୋଇଛି । ଏବେ ସୁଦ୍ଧା ମୋଟ 7 ଲକ୍ଷ 30 ହଜାର 453 ପରୀକ୍ଷା ହୋଇସାରିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.