ETV Bharat / international

ପାକିସ୍ତାନର ଅସଲି କାରନାମା: ସାମାନ୍ୟ ଝଡରେ ଭୁଷୁଡିଲା କରତାରପୁର ଗୁରୁଦ୍ବାରର 8ଗମ୍ବୁଜ

ଦୁଇ ବର୍ଷ ପୂର୍ବେ 2018 ରେ ନିର୍ମିତ ହୋଇଥିଲା ଗୁରୁଦ୍ବାର । ସାମାନ୍ୟ ବର୍ଷା ଓ ବଜ୍ରପାତରେ ଶନିବାର ପାକିସ୍ତାନ ସ୍ଥିତ କରତାରପୁର ଗୁରୁଦ୍ବାରର ଆଠଟି ଗମ୍ବୁଜ ଭୁଷୁଡି ପଡିଛି । ଅଧିକ ପଢନ୍ତୁ...

Pakistan
Pakistan
author img

By

Published : Apr 19, 2020, 5:15 PM IST

ଇସଲାମାବାଦ: ସାମାନ୍ୟ ବର୍ଷା ଓ ବଜ୍ରପାତରେ ଶନିବାର ପାକିସ୍ତାନ ସ୍ଥିତ କରତାରପୁର ସାହିବ ଗୁରୁଦ୍ବାରର ଆଠଟି ଗମ୍ବୁଜ ଭୁଷୁଡି ପଡିଛି । ଫଳରେ ଗୁରୁଦ୍ବାର ନିର୍ମାଣର ଗୁଣବତ୍ତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଦୁଇ ବର୍ଷ ପୂର୍ବେ 2018 ରେ ନିର୍ମିତ ହୋଇଥିଲା ଏହି ଗୁରୁଦ୍ବାର । ପାକିସ୍ତାନର ଶିଖ ସମ୍ପ୍ରଦାୟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

ଗମ୍ବୁଜ ନିର୍ମାଣରେ ସିମେଣ୍ଟ, ଲୁହା ଏବଂ କଂକ୍ରିଟ୍ ବ୍ୟବହାର କରାଯାଇ ନାହିଁ | ଏହି ଗମ୍ବୁଜଗୁଡ଼ିକ ଫାଇବରରେ ତିଆରି ହୋଇଥିଲା | ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଫାଇବର ମଧ୍ୟ ଅତ୍ୟନ୍ତ ନିମ୍ନାମାନର ଥିଲା ସାମାନ୍ୟ ଝଡରେ ଖସି ପଡିଥିବା କୁହାଯାଉଛି ।

ପାକିସ୍ତାନର ଶିଖ ସମ୍ପ୍ରଦାୟ ଯେ ଇମ୍ରାନ ଖାନ ସରକାରରେ ଅନ୍ୟ କୌଣସି ଧର୍ମକୁ ସମ୍ମାନ ଦିଆଯାଏ ନାହିଁ। ଅଭିଯୋଗ ହୋଇଛି ଯେ କାରତାରପୁର କେବଳ ଇମ୍ରାନଙ୍କ ପାଇଁ ଏକ ପଲଟିକାଲ ଷ୍ଟଣ୍ଟ ଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବରରେ ଏହାକୁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ଭାରତ-ପାକିସ୍ଥାନ ଆନ୍ତର୍ଜାତୀୟ ସୀମାଠାରୁ କରତାରପୁର କରିଡର 3.80 କିଲୋମିଟର ଦୂରରେ ଅବସ୍ଥିତ । ଗୁରୁ ନାନକ ଦେବ ତାଙ୍କର ଚାରିଟି ପ୍ରସିଦ୍ଧ ଯାତ୍ରା ସମାପ୍ତ କରିବା ପରେ 1522 ମସିହାରେ ପରିବାର ସହିତ କରାତାରପୁରରେ ରହିଥିଲେ ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.