ETV Bharat / international

କୋଭିଡ-19 ବାହାନାରେ ବାହାରେ ବୁଲୁଛନ୍ତି ପାକ୍ ଆତଙ୍କବାଦୀ - ପାକିସ୍ତାନ ଖବର

କୋଭିଡ-19 ଏକପ୍ରକାର ପାକିସ୍ତାନ ଆତଙ୍କବାଦୀ ଗ୍ରୁପ ପାଇଁ ଅପ୍ରତ୍ୟାଶିତ ଖୁସି ଖବର ଆଣି ଦେଇଛି । ଆଶା କରିନଥିବା ଉପହାର ସେମାନେ ପାଇଛନ୍ତି । ଅଧିକ ପଢନ୍ତୁ...

କୋଭିଡ 19 ବାହାନାରେ ବାହାରେ ବୁଲୁଛନ୍ତି ପାକ୍ ଆତଙ୍କବାଦୀ

author img

By

Published : May 2, 2020, 11:35 PM IST

ଇସଲାମାବାଦ: କୋଭିଡ-19 ଯୋଗୁଁ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । ସମସ୍ତେ ଏହି ମହାମାରୀ ସଂକ୍ରମଣ ଡରରେ ଘରେ ରହୁଛନ୍ତି । ଅନେକ ଦେଶରେ ଲକଡାଉନ ଘୋଷଣା ହୋଇଛି । କେହି ବାହାରକୁ ବାହାରୁନାହାନ୍ତି । ବିଶ୍ବ ସାରା ଲକ୍ଷାଧିକ ଲୋକ ଏଥିରେ ମୃତ୍ୟୁବରଣ କଲେଣି ।

ହେଲେ ଏସବୁ ଭିତରେ ଯିଏ ବିନ୍ଦାସ ଓ ବେଫିକର ଜୀବନ ଜିଉଁଛି ସେମାନେ ହେଉଛନ୍ତି ପାକିସ୍ତାନ ଆତଙ୍କବାଦୀ । କୋରୋନା ସଂକ୍ରମଣ ଡରରେ ଏମାନଙ୍କୁ ଜେଲରୁ ମୁକ୍ତି କରି ଦେଇଛନ୍ତି ପାକ ସରକାର । ବଡ ବଡ ଆତଙ୍କୀ ନେତାଙ୍କ ସମେତ ଅନ୍ତର୍ଜାତୀୟ ଅପରାଧୀ ତାଲିକାରେ ନାମ ଥିବା କୁଖ୍ୟାତ ଆତଙ୍କବାଦୀ ମଧ୍ୟ ବାହାରେ ବୁଲୁଛନ୍ତି । ନା ପୋଲିସ ନା ପ୍ରଶାସନ କାହାରି ଡର ନାହିଁ । ନିଜ ଇଚ୍ଛାରେ ଘରେ ରହିବା ସହ ବାହାରେ ବୁଲିବା ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କୋଭିଡ-19 ଏକପ୍ରକାର ପାକିସ୍ତାନ ଆତଙ୍କବାଦୀ ଗ୍ରୁପ ପାଇଁ ଅପ୍ରତ୍ୟାଶିତ ଖୁସି ଖବର ଆଣି ଦେଇଛି । ଆଶା କରିନଥିବା ଉପହାର ସେମାନେ ପାଇଛନ୍ତି । ପାକିସ୍ତାନକୁ ଏଫଏଟିଏଫର କଳା ତାଲିକାରେ ସାମିଲ କରିବାରୁ ବଞ୍ଚିତ କରିବା ସର୍ତ୍ତରେ ଅନେକ ମୁଣ୍ଡି ନେତାଙ୍କୁ ଏହା ଜେଲରେ ଭର୍ତ୍ତି କରିଥିଲା । ଅନ୍ତର୍ଜାତୀୟ ଦରବାରରେ ନିଜର ସ୍ବଚ୍ଛ ଭାବମୂର୍ତ୍ତି ଦେଖାଇଥିଲେ ପାକ୍ ସରକାର । ହେଲେ ନିକଟରେ ପୁଣି ନିଜର ଅସଲ ଚେହେରା ଦେଖାଇଛନ୍ତି ସରକାର । କୋରୋନା ବାହାନାରେ ସମସ୍ତ ବନ୍ଦୀ ନେତାଙ୍କୁ ଜେଲରୁ ମୁକ୍ତ କରିଦେଇଛନ୍ତି । ଏମାନେ ସମସ୍ତେ ଏବେ ନିଜ ଘରେ ରହିବା ସହ ଆରାମରେ ବଜାରରେ ବୁଲୁଛନ୍ତି । ଏମାନଙ୍କ ଉପରେ କୌଣସି ପ୍ରକାର କଟକଣା ନଥିବା ଜଣାପଡିଛି ।

ଏହି ଆତଙ୍କବାଦୀଙ୍କ ମଧ୍ୟରେ ଅଛି ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ ସୟିଦ । ଗତମାସରେ ପାକିସ୍ତାନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଲାହୋରର ଏକ ଜେଲରେ 50 ଜଣ କଏଦୀ କୋରୋନା ସଂକ୍ରମିତ ଥିଲେ । ଦେଶରେ କୋରୋନା ସ୍ଥିତି ଖରାପ ଥିବାବେଳେ ଏପରି ସମସ୍ୟା ଆହୁରି ଅଧିକ ବିପଦ ଡାକିପାରେ । ଏଥିପାଇଁ ସମସ୍ତ ଜେଲରୁ କଏଦୀଙ୍କୁ ମୁକ୍ତ କରିବାର ନିଷ୍ପତ୍ତି ନେଇଥିଲେ ସରକାର । ତେବେ ଏମାନଙ୍କ ମଧ୍ୟରେ ସମସ୍ତ ବଡ ବଡ ଆତଙ୍କବାଦୀ ଓ ଅନ୍ତର୍ଜାତୀୟ ଆତଙ୍କୀଙ୍କୁ ମଧ୍ୟ ଛାଡିବାକୁ ସ୍ଥିର କରିଥିଲେ । ଯାହାର ପରିଣାମ ସ୍ବରୂପ ଶନିବାର ଏମାନେ ସମସ୍ତେ ବିନ୍ଦାସ ପାକିସ୍ତାନର ବିଭିନ୍ନ ରାଜରାସ୍ତାରେ ବୁଲୁଛନ୍ତି ।

ସେପଟେ କୋରୋନା ସ୍ଥିତିର ଫାଇଦା ଉଠାଇ ସୀମାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି । ଏପରିକି କାଶ୍ମୀରରେ ପାକ ସମର୍ଥିତ ଅନେକ ଆତଙ୍କବାଦୀ ଏପ୍ରିଲ ମାସରେ 2 ଥର ଆକ୍ରମଣ କରିଛନ୍ତି । ପାକ ପକ୍ଷରୁ ଏହା ଏକ ନୂଆ ଚାଲ ବୋଲି ଗୁଇନ୍ଦା ସୂଚନା ଦେଇଛି । ବର୍ତ୍ତମାନ ଏହି ଆତଙ୍କୀ ନେତା ପାକିସ୍ତାନରେ ମୁକ୍ତ ହୋଇଥିବାବେଳେ ଭାରତ ପାଇଁ ବିପଦ ଆସିବାର ଅନୁମାନ କରାଯାଉଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.