ETV Bharat / international

ପାକିସ୍ତାନରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ, 50 ହଜାର ପାର ଆକ୍ରାନ୍ତ

author img

By

Published : May 23, 2020, 12:25 AM IST

ପାକିସ୍ତାନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର ପାର କରିଛି । ସେହିପରି ଗତ 24 ଘଣ୍ଟାରେ 50 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ, 50 ହଜାର ପାର ଆକ୍ରାନ୍ତ
ପାକିସ୍ତାନରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ, 50 ହଜାର ପାର ଆକ୍ରାନ୍ତ

ଇସଲାମାବାଦ: ପାକିସ୍ତାନରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ଲଗାତାର କିଛି ଦିନ ଏଠାରେ 2000 ଉପରେ ଆକ୍ରାନ୍ତ ବାହାରିଛନ୍ତି । ଗତ 24 ଘଣ୍ଟାରେ ସର୍ବାଧିକ 2603 କେସ ଚିହ୍ନଟ ହୋଇଛି ।

ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର ପାର କରିଛି । ଏବେ ସୁଦ୍ଧା ମୋଟ 50 ହଜାର 694 ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟାରେ 50 ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମୋଟ ମୃତ୍ୟୁସଂଖ୍ୟା 1067 ଛୁଇଁଛି ବୋଲି ଜାତୀୟ ସ୍ବାସ୍ଥ୍ୟ ସେବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର 1064 ଲୋକ ସୁସ୍ଥ ହୋଇ ଛାଡ ପାଇଛନ୍ତି । ଏବେ ସୁଦ୍ଧା ମୋଟ 15 ହଜାର 201 ଲୋକ ସୁସ୍ଥ ହୋଇସାରିଛନ୍ତି ।

ସେହିପରି ଗୋଟିଏ ଦିନରେ ରେକର୍ଡ 16 ହଜାର 387 ଟେଷ୍ଟ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି । ଏବେ ପର୍ଯ୍ୟନ୍ତ ମୋଟ 4 ଲକ୍ଷ 45 ହଜାର 987 ସାମ୍ପଲ ଟେଷ୍ଟ ହୋଇସାରିଛି । ଆକ୍ରାନ୍ତଙ୍କ ମଧ୍ୟରେ ସିନ୍ଧରେ ସର୍ବାଧିକ 19 ହଜାର 924 ପଜିଟିଭ ଅଛନ୍ତି । ଏହା ପଛକୁ ପଞ୍ଜାବରେ 18 ହଜାର 455 ଆକ୍ରାନ୍ତ ରହିଛନ୍ତି । ପ୍ରକାଶ ଥାଉ କି ଶୁକ୍ରବାର ଦୁବାଇରୁ 251 ପାକିସ୍ତାନୀ ସ୍ବଦେଶ ଫେରିଛନ୍ତି । ପାକ୍ ସରକାର ଫସିଥିବା ପାକିସ୍ତାନୀଙ୍କୁ ଫେରାଇ ଆଣିବା ପାଇଁ ବିମାନ ସେବା ଚଳାଚଳକୁ ଅନୁମତି ଦେବା ପରେ ବିଭିନ୍ନ ଦେଶରୁ ନାଗରିକଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.