ETV Bharat / international

ଲକ୍‌ ଡାଉନ ପରିବର୍ତ୍ତେ ସହରରେ ସେନା ନିୟୋଜିତ କଲେ ପାକ୍‌ ପିଏମ

author img

By

Published : Mar 23, 2020, 8:09 PM IST

ପଡୋଶୀ ପାକିସ୍ତାନରେ କୋରୋନା ସଂକ୍ରମଣ ରିପୋର୍ଟ ଭାରତ ଠାରୁ ଦୁଇଗୁଣା ରହିଛି । ପାକିସ୍ତାନରେ COVID-19 ମାମଲା 800 ଅତିକ୍ରମ କରିଛି | ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ଇସଲାମାବାଦ: ବିଶ୍ବର 192 ଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳରେ COVID-19ର ପ୍ରକୋପ । ଇଟାଲୀ, ଇରାନ, ସ୍ପେନ ସ୍ଥିତି ଖରାପରୁ ଖରାପ ଆଡକୁ ଗତି କରୁଛି । ସଂକ୍ରମିତଙ୍କ ସଂଖ୍ୟା ଥମିବାରେ ନାଁ ନେଉ ନାହିଁ, ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢୁଛି । ଭାରତରେ ମଧ୍ୟ କୋରୋନା ରିପୋର୍ଟ କ୍ରମଶଃ ନକରାତ୍ମକ ଆସୁଛି । ଏପରିସ୍ଥଳେ ପଡୋଶୀ ପାକିସ୍ତାନରେ କୋରୋନା ସଂକ୍ରମଣ ରିପୋର୍ଟ ଭାରତ ଠାରୁ ଦୁଇଗୁଣା ରହିଛି । ପାକିସ୍ତାନରେ COVID-19 ମାମଲା 800 ଅତିକ୍ରମ କରିଛି |

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ସୋମବାର ରାଜଧାନୀ ଇସଲାମାବାଦରେ ଚାରୋଟି ତାଜା କୋରୋନା ଭାଇରସ୍ ରିପୋର୍ଟ ଆସିଥିଲା । ଏବେ ପାକିସ୍ତାନରେ ମୋଟ ସଂକ୍ରମଣ ସଂଖ୍ୟା 803 କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍‌ କହିଛି ଯେ ଏହି ଚାରୋଟି ନୂତନ ମାମଲାକୁ ମିଶାଇ ଇସଲାମାବାଦର ମୋଟ ରିପୋର୍ଟ 15 କୁ ବୃଦ୍ଧି ପାଇଛି । ଦେଶରେ ମୋଟ 803 ସଂକ୍ରମଣର 352 ଟି ରିପୋର୍ଟ ସହିତ ସିନ୍ଧ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏବେ ସିନ୍ଧ ପ୍ରଦେଶ 15 ଦିନିଆ ଲକ୍‌ ଡାଉନରେ ରହିଛି ।

ଅନ୍ୟପଟେ କୋରୋନା ମୁକାବିଲା ପାଇଁ ପିଏମ ଇମ୍ରାନ ଖାନ ଅଦ୍ଭୁତ ପ୍ରକାର ପଦକ୍ଷେପ ନେଇଛନ୍ତି । ଯେଉଁ ସ୍ଥାନରେ ସାରା ବିଶ୍ବରେ କୋରୋନା ଲଢେଇ ପାଇଁ ଲକ୍‌ ଡାଉନ କରାଯାଉଛି, ସେହି ସ୍ଥାନରେ ଇମ୍ରାନ ଖାନ ଲକ୍‌ ଡାଉନ ପରିବର୍ତ୍ତେ ସହରରେ ସେନା ନିୟୋଜିତ କରିଛନ୍ତି ।

ଇସଲାମାବାଦ, ପଞ୍ଜାବ ପ୍ରଦେଶ, ସିନ୍ଧ ପ୍ରଦେଶ, ଖାଇବର ପାଖତୁନ ପ୍ରଦେଶ, ବାଲୁଚିସ୍ତାନ ପ୍ରଦେଶ, ଗିଲଗିଟ ବାଲୁଚିସ୍ତାନ ପ୍ରଦେଶରେ କୋରୋନା ରୋକିବା ପାଇଁ ସରକାର ସେନା ମୁତୟନ କରିଛନ୍ତି।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.