ETV Bharat / international

ଦକ୍ଷିଣ କୋରିଆ ସୀମାରେ ଲାଉଡସ୍ପିକର ଲଗାଇ ପ୍ରଚାର କଲା ଉତ୍ତର କୋରିଆ

author img

By

Published : Jun 22, 2020, 5:07 PM IST

ଉତ୍ତର-ଦକ୍ଷିଣ କୋରିଆ ମଧ୍ୟରେ ତୀବ୍ର ହେବାରେ ଲାଗିଛି ବିରୋଧାଭାସ । ଦକ୍ଷିଣ କୋରିଆର ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ବଣ୍ଟନକୁ ବିରୋଧ କରି ଏବେ ଉଗ୍ର ହେବାରେ ଲାଗିଛି ଉତ୍ତର କୋରିଆ । ଏନେଇ ସୋମବାର ଅନ୍ତଃକୋରିଆନ ସୀମାରେ ଉତ୍ତର କୋରିଆ ଲାଉଡସ୍ପିକର ଲଗାଇ ଦକ୍ଷିଣ କୋରିଆ ବିରୋଧୀ ମତର ପ୍ରଚାର ଆରମ୍ଭ କରିଛି ।

north korea sets loudspeaker on inter-korean border, north-south korea clash, inter-korean issue, north-south korea relation, ଅନ୍ତଃକୋରିଆନ ସୀମାରେ ଉତ୍ତର କୋରିଆର ପ୍ରଚାର, ଉତ୍ତର-ଦକ୍ଷିଣ କୋରିଆ ବିବାଦ, ଅନ୍ତଃକୋରିଆନ ବିବାଦ, ଉତ୍ତର-ଦକ୍ଷିଣ କୋରିଆ ସମ୍ପର୍କ
ଅନ୍ତଃକୋରିଆନ ସୀମାରେ ଚାଲିଛି ଉତ୍ତର କୋରିଆ ପ୍ରଚାର କାର୍ଯ୍ୟକ୍ରମ

ସିଓଲ: ଉତ୍ତର-ଦକ୍ଷିଣ କୋରିଆ ମଧ୍ୟରେ ତୀବ୍ର ହେବାରେ ଲାଗିଛି ବିରୋଧାଭାସ । ଦକ୍ଷିଣ କୋରିଆର ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ବଣ୍ଟନକୁ ବିରୋଧ କରି ଏବେ ଉଗ୍ର ହେବାରେ ଲାଗିଛି ଉତ୍ତର କୋରିଆ । ଏନେଇ ସୋମବାର ଦକ୍ଷିଣ କୋରିଆ ସୀମାରେ ଉତ୍ତର କୋରିଆ ଲାଉଡସ୍ପିକର ଲଗାଇ ଦକ୍ଷିଣ କୋରିଆ ବିରୋଧୀ ମତର ପ୍ରଚାର ଆରମ୍ଭ କରିଛି । ଏହା ପୂର୍ବରୁ ଶନିବାର ଦକ୍ଷିଣ କୋରିଆ ସୀମାରେ ଥିବା ସେନାବିହୀନ ଅଞ୍ଚଳରେ ଉତ୍ତର କୋରିଆ ନିଜ ସେନା ମୁତୟନ ଆରମ୍ଭ କରିସାରିଛି ।

2018 ମସିହା ଏପ୍ରିଲ 27 ତାରିଖରେ ଉତ୍ତର କୋରିଆ ସର୍ବୋଚ୍ଚ ନେଚା କିମ ଜଙ୍ଗ-ଉନ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜୈ-ଇନଙ୍କ ମଧ୍ୟରେ ସ୍ବାକ୍ଷର ହୋଇଥିଲା ପାନମୁଞ୍ଜୋମ ଅନ୍ତଃକୋରିଆନ ଶାନ୍ତି ଚୁକ୍ତି । ଏହି ଚୁକ୍ତି ଅନୁଯାୟୀ ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ହିଂସାତ୍ମକ ବ୍ୟବହାର ଉପରେ ରୋକ ଲଗାଇବା ସହ ଆପୋଷ ବୁଝାମଣାରେ ସ୍ଥିତି ସୁଧାରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିସହ ଉଭୟ ଦେଶରେ ମଧ୍ୟ ବନ୍ଧୁତ୍ବପୂର୍ଣ୍ଣ ପରିବେଶ ସ୍ଥାପନ ପାଇଁ ଲିଫ୍ଲେଟ ଓ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ଯୋଜନା ହୋଇଥିଲା ।

ତେବେ ଏହି ଆଲୋଚନା ଆଧାରରେ ସୋମବାର ଉତ୍ତର କୋରିଆ ଏହି ଅନ୍ତଃକୋରିଆନ ସୀମାରେ ପ୍ରାୟ 40ଟି ସ୍ଥାନରେ ଲାଉଡସ୍ପିକର ଖଞ୍ଜି ପ୍ରଚାର ଆରମ୍ଭ କରିଛି । ଏନେଇ ଦକ୍ଷିଣ କୋରିଆର ସୂଚନା ମୁତାବକ 10ଟି ପ୍ରାନ୍ତରେ ଏହି ସ୍ପିକରମାନ ଖଞ୍ଜାଯାଇଛି । ଏହାର ପ୍ରତିଜବାବରେ ଦକ୍ଷିଣ କୋରିଆ ମଧ୍ୟ ଲାଉଡସ୍ପିକର ଲଗାଇବା ନେଇ ଯୋଜନା ଆରମ୍ଭ କରିଥିବା ପ୍ରକାଶ କରିଛି ।

ସୂଚନା ମୁତାବକ ଗତ ସପ୍ତାହ କୈସଙ୍ଗଠାରେ ଥିବା ଅନ୍ତଃକୋରିଆନ ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ଉତ୍ତର କୋରିଆ ବିସ୍ଫୋରଣରେ ଧ୍ବଂସ କରିଥିଲା । ଏଥିସହ ଆଗକୁ ସିଓଲ ବିରୋଧୀ ଲିଫ୍ଲେଟ ପଠାଇବା ନେଇ ମଧ୍ୟ ଉତ୍ତର କୋରିଆ ଯୋଜନା ରଖିଥିବା ସ୍ପଷ୍ଟ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.