ETV Bharat / international

ନେପାଳ ସଂସଦ ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କଲା ଓଲି କ୍ୟାବିନେଟ - ନେପାଳ ସଂସଦ

ନେପାଳ ଜରୁରୀକାଳୀନ କ୍ୟାବିନେଟ ବୈଠକରେ ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତି ପରାମର୍ଶ ଲୋଡି ସୁପାରିଶ କରିବାକୁ ନିଆଯାଇଛି ନିଷ୍ପତ୍ତି । ଭାଙ୍ଗିପାରେ ଓଲି ସରକାର । ଅଧିକ ପଢନ୍ତୁ...

ନେପାଳ ସଂସଦ ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କଲା ଓଲି କ୍ୟାବିନେଟ

author img

By

Published : Dec 20, 2020, 4:02 PM IST

କାଠମାଣ୍ଡୁ: ନେପାଳ ରାଜନୀତିରେ ଘନେଇବାରେ ଲାଗିଛି ସଙ୍କଟର କଳା ବାଦଲ । ରବିବାର ସକାଳେ ଆରମ୍ଭ ହୋଇଥିବା ଜରୁରୀକାଳୀନ କ୍ୟାବିନେଟ ବୈଠକରେ ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତି ପରାମର୍ଶ ଲୋଡି ସୁପାରିଶ କରିବାକୁ ନିଆଯାଇଥିଲା ନିଷ୍ପତ୍ତି । ଏହାପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସଂସଦ ଭଙ୍ଗର ସୁପାରିଶ ନେଇ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏବେ ରାଷ୍ଟ୍ରପତି ସଂସଦ ଭଙ୍ଗକୁ ନେଇ ନିଜର ରାୟ ଦେବେ ।

ସଂସଦ ଭଙ୍ଗର ନିଷ୍ପତ୍ତିକୁ ନେଇ କ୍ଷମତାସୀନ ଶାସକଦଳର ଅନେକ ସଦସ୍ୟ ଖୁସି ନାହାଁନ୍ତି । ଓଲି କ୍ୟାବିଟେନରେ ଶକ୍ତିମନ୍ତ୍ରୀ ରହିଥିବା ବରଷମନ ପୁନଙ୍କ ଅନୁଯାୟୀ କ୍ୟାବିନେଟର ଜରୁରୀକାଳୀନ ବୈଠକରେ ସଂସଦ ଭଙ୍ଗ କରିବା ନେଇ ସୁପାରିଶ ରାଷ୍ଟ୍ରପତିଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କ୍ଷମତାସୀନ ସରକାରର ଅନେକ ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପର କଡା ସମାଲୋଚନା କରିଛନ୍ତି ।

ସମ୍ବିଧାନିକ ପରିଷଦ ଅଧିନିୟମ ସହ ସମ୍ବନ୍ଧିତ ମଙ୍ଗଳବାର ଜାରି କରାଯାଇଥିବା ଏକ ଅଧ୍ୟାଦେଶ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ଓଲିଙ୍କ ଉପରେ ରାଜନୈତିକ ଚାପ ପଡୁଥିଲା । ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ମଧ୍ୟ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ତେବେ ଯେତେବେଳେ ପ୍ରଧାନମନ୍ତ୍ରୀ ଓଲିଙ୍କ ପକ୍ଷରୁ ରବିବାର ସକାଳେ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଗଲା, ସେତେବେଳେ ଅନୁମାନ କରାଯାଉଥିଲା ଯେ ଅଧ୍ୟାଦେଶ ବଦଳାଇବା ପାଇଁ ସୁପାରିଶ କରାଯିବ । ହେଲେ ଓଲି ସରକାର ସଂସଦକୁ ହିଁ ଭଙ୍ଗ କରିବାର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଯଦି ରାଷ୍ଟ୍ରପତି ସରକାରଙ୍କ ସୁପାରିଶ ସ୍ବୀକାର କରିନିଅନ୍ତ, ତାହେଲେ ସଂସଦକୁ ଭଙ୍ଗ କରିଦିଆଯିବ । ନେପାଳ ସଂସଦରେ ଦୁଇଟି ଗୃହ ରହିଛି । ଗୋଟିଏ ପ୍ରତିନିଧି ସଭା ଓ ଅନ୍ୟଟି ରାଷ୍ଟ୍ରୀୟ ସଭା । ସରକାର ଗଠନ ପାଇଁ ପ୍ରତିନିଧି ସଭାରେ ବହୁମତର ଆବଶ୍ୟକତା ପଡିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.