ETV Bharat / international

ଜୀବନକୁ ବାଜି ଲଗାଇ ଆକ୍ରମଣକାରୀ ସହ ଲଢିଥିଲେ ‘ହିରୋ’ - ନ୍ୟୁଜିଲାଣ୍ଡ ଗୁଳିକାଣ୍ଡ

ଯେତେବେଳେ ଆକ୍ରମଣକାରୀ ଆଖିବୁଜା ଗୁଳିବର୍ଷଣ କରୁଥିଲା ସେତେବେଳେ ସମସ୍ତେ ପ୍ରାଣ ବିକଳରେ ଏପଟସେପଟ ଦୌଡିବାକୁ ଲାଗିଥିଲେ। କେତେକ ଲୁଚିବା ପାଇଁ ଜାଗା ଖୋଜୁଥିଲେ। ସମସ୍ତେ ଜୀବନ ବଞ୍ଚାଇବାରେ ଲାଗି ପଡିଥିଲେ। ଏହି ସମୟରେ ଜଣେ ଯୁବକ ହଠାତ୍‌ ମସଜିଦ ଭିତରୁ ବାହାରି ଉକ୍ତ ଆକ୍ରମଣକାରୀକୁ ଏକ ଶକ୍ତ ମୁଥା ମାରିଥିଲା ।

ଫାଇଲ ଫଟୋ
author img

By

Published : Mar 25, 2019, 3:15 PM IST

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ମସଜିଦ ଆକ୍ରମଣ ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିଲା। ଆତତାୟୀର ଅନ୍ଧାଧୁନ ଗୁଳିରେ 50 ଲୋକଙ୍କ ଜୀବନ ଯାଇଥିଲା । ତେବେ ଏହି ଘଟଣାରେ ହିରୋ ପାଲଟିଥିଲେ ମସଜିଦ କେୟାରଟେକର। ଗୁଳିମାଡ ସତ୍ତ୍ବେ ସାହସ ଦେଖାଇ ସେ ଆତତାୟୀକୁ ମୁକାବିଲା କରିଥିଲେ । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଘଟଣାରେ ବଞ୍ଚିଯାଇଥିବା ଲୋକେ ଏବେ ଏହା ଉପରେ ପ୍ରତିକ୍ରିୟା ଦେଉଛନ୍ତି। ଗତ ମାର୍ଚ୍ଚ 15ରେ ଘଟିଥିବା ଏହି ଭୟଙ୍କର ଘଟଣାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଯେତେବେଳେ ଆକ୍ରମଣକାରୀ ଆଖିବୁଜା ଗୁଳିବର୍ଷଣ କରୁଥିଲା ସେତେବେଳେ ସମସ୍ତେ ପ୍ରାଣ ବିକଳରେ ଏପଟସେପଟ ଦୌଡିବାକୁ ଲାଗିଥିଲେ । କେତେକ ଲୁଚିବା ପାଇଁ ଜାଗା ଖୋଜୁଥିଲେ । ସମସ୍ତେ ଜୀବନ ବଞ୍ଚାଇବାରେ ଲାଗି ପଡିଥିଲେ।

ତେବେ ଏହି ସମୟରେ ଜଣେ ଯୁବକ ହଠାତ୍‌ ମସଜିଦ ଭିତରୁ ବାହାରି ଉକ୍ତ ଆକ୍ରମଣକାରୀକୁ ଏକ ଶକ୍ତ ମୁଥା ମାରିଥିଲା । ଏହି ମାଡ ଏତେ ଶକ୍ତିଶାଳୀ ଥିଲା ଯେ ଆକ୍ରମଣକାରୀ ହାତରୁ ବନ୍ଧୁକ ଖସି ପଡିଥିଲା ଏବଂ ସେ ତଳେ ପଡିଯାଇଥିଲା । ଏହାପରେ ଉକ୍ତ ଯୁବକ ତାହା ହାତରୁ ସେ ବନ୍ଧୁକ ନେଇଯାଇଥିଲା । ହାତରୁ ବନ୍ଧୁକ ଯିବା ପରେ ଆତତାୟୀ ଦୌଡି ପଳାଇଥିଲା । ଯୁବକ ଜଣକ ତାହାର ପିଛା କରିଥିଲେ ମଧ୍ୟ ବାହାରେ ଏକ ଗାଡିରେ ଆତତାୟୀ ବସି ପଳାଇଥିଲା ।

ତେବେ ଭିଡିଓ ଭାଇରାଲ ହେବା ପରେ ଉକ୍ତ ଯୁବକକୁ ସମସ୍ତେ ପ୍ରଶଂସା କରିଥିଲେ । ପରେ ସେ ମସଜିଦର କେୟାରଟେକର ବୋଲି ଜଣାପଡିଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯୁବକ କହିଥିଲେ ଯେ ଉପଯୁକ୍ତ ସମୟ ଦେଖି ସେ ଲୁଚିଥିବା ସ୍ଥାନରୁ ବାହାରିପଡି ଆତତାୟୀର ମୁକାବିଲା କରିଥିଲା । ସେ ଜାଣିଥିଲା ଯେ ବାସ କେବଳ ଗୋଟିଏ ମୂହୁର୍ତ୍ତକୁ ଅପେକ୍ଷା । ଥରେ ହାତରୁ ବନ୍ଧୁକ ଖସିଗଲେ ଆତତାୟୀକୁ କାବୁ କରିବା ସହଜ ହେବ ।

ସେ ଜାଣିଥିଲେ ହାତରେ ବନ୍ଧୁକ ଧରିଥିବା ଲୋକର ସାମନା କରିବା କଷ୍ଟକର ହୋଇପଡିବ । କାରଣ କେତେବେଳେ ମଧ୍ୟ ଗୁଳି ବାଜିବାର ଭୟ ରହିଛି । ତଥାପି ସେ ନିଜ ଜୀବନକୁ ବାଜି ଲଗାଇ ଏହି କାମ କରିଥିଲେ । ତେବେ ତାଙ୍କ କାର୍ଯ୍ୟ ପାଇଁ ସେ ଏବେ ସାରା ଦେଶରେ ହିରୋ ପାଲଟିଛନ୍ତି । ଯଦି ସେ ଆକ୍ରମଣକାରୀକୁ ଅଟକାଇନଥାନ୍ତେ ହୁଏତ ଆହୁରି ଅନେକ ଲୋକଙ୍କ ଜୀବନ ଯାଇଥାନ୍ତା ।

କଂଗ୍ରେସ ରେ ଯୋଗଦେଲେ ଡାକ୍ତର ଅଶ୍ଵିନ ପୂଜାରୀ
ପୂର୍ବତନ ଭିମସାର ନିର୍ଦ୍ଦେଶକ ଅଶ୍ଵିନ ଆଜି ବିଧିବଦ୍ଧ ଭାବେ କଂଗ୍ରେସ ରେ ଯୋଗ ଦେଇଛନ୍ତି ।କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଆୟୋଜନ କରାଯାଇଛି ।ମିଶ୍ରଣ ପର୍ବରେ ଓଡ଼ିଶାର ଅସ୍ତାୟୀ ପ୍ରଭାରୀ ଟି.ଏସ ସିଂଦେଓ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପମୁଖ ଉପସ୍ଥିତ ଥିଲେ ।ପୂଜାହାରୀ ସମ୍ବଲପୁର ଲୋକସଭା  ରେ ପାର୍ଥୀ କରିପାରେ ଦଳ ।ପିସିସି ସଭାପତି କହିଛନ୍ତି ଯେ ଅଶ୍ଵିନ ବାବୁ ଜଣେ କ୍ଷତି ସମ୍ପନ ଡାକ୍ତର ।ଦଳ କୁ ଯୋଗଦେଇଥିବା ହେତୁ ଦଳ ମଜବୁତ ହେବ ।ଡାକ୍ତର ଅଶ୍ଵିନ ପୂଜାରୀ କହିଛନ୍ତି ଯେ ସେ ନିଷ୍ପତ୍ତି ନେଇ ନାହାଁନ୍ତି ଦଳ ଯେଉଁ ନିଷ୍ପତ୍ତି ଦେବ ତାହା ପାଳନ କରିବେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.