ନୂଆଦିଲ୍ଲୀ: ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଦୁବାଇରୁ ଭାରତ ଆସୁଥିବା ୨ଟି ବିମାନର ଶତାଧିକ ଯାତ୍ରୀ । ଟେକ୍ ଅପ୍ ସମୟରେ ବର୍ତ୍ତିଲା ବଡ ଧରଣର ଦୁର୍ଘଟଣା । କ୍ରୁ ମେମ୍ବରଙ୍କ ପାଇଁ ଦୁର୍ଘଟଣାରୁ ବର୍ତ୍ତିଲା ୨ ବିମାନ ।
ସୂଚନା ଅନୁଯାୟୀ, ଆଜି(ଶୁକ୍ରବାର) ଦୁବାଇ ବିମାନବନ୍ଦରରୁ ହାଇଦ୍ରାବାଦ ଓ ବେଙ୍ଗାଲୁରୁକୁ ୨ ଟି ବିମାନ ଉଡାଣ ଭରିବାର ଥିଲା । କୌଣସି କାରଣରୁ ସମାନ ସମୟରେ ଗୋଟିଏ ରନ-ୱେରେ ଦୁଇଟି ଯାକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବିମାନର କ୍ରୁ ସଦସ୍ୟମାନେ ହଠାତ୍ ଆଉ ଏକ ବିମାନ ସମାନ ରନୱେରେ ଟେକଅପ୍ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ ।
ଫଳରେ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲ(ATC)କୁ ଯୋଗାଯୋଗ କରିଥିଲେ । ATC ପରେ ବେଙ୍ଗାଲୁରୁକୁ ଯିବାକୁ ଥିବା ବିମାନକୁ ଟେକଅପ ପାଇଁ ଅନୁମତି ଦେଇଥିଲା । ଏହାର କିଛି ସମୟ ପରେ ହାଇଦ୍ରାବାଦ ଆସୁଥିବା ବିମାନ ଉଡାଣ ଆରମ୍ଭ କରିଥିଲା । ଅନ୍ୟପଟେ ଦୁବାଇ ବିମାନବନ୍ଦରକୁ ରିପୋର୍ଟ ତଲବ କରିଛି DGCA ।