ETV Bharat / international

ଘରେ ରହିବାକୁ କହିଲା ତାଲିବାନ, ତାତିଲେ ଆଫଗାନି ମହିଳା - ମହିଳାଙ୍କ ଅଧିକାର

ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଘରେ ରହିବାକୁ ତାଲିବାନ ଦେଲା ନିର୍ଦ୍ଦେଶ । ତେବେ ଏହାକୁ ବିରୋଧ କରି ଆଫଗାନି ମହିଳାମାନେ ଆନ୍ଦୋଳନ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ଘରେ ରହିବାକୁ କହିଲା ତାଲିବାନ, ତାତିଲେ ଆଫଗାନି ମହିଳା

author img

By

Published : Sep 19, 2021, 7:49 PM IST

କାବୁଲ: ନିଜ ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଛି ତାଲିବାନ । ଆଫଗାନିସ୍ତାନକୁ କବଜା କରିବା ପରେ ଗୋଟିଏ ପରେ ଗୋଟିଏ କଠୋର ଆଇନ ପ୍ରଣୟନ କରୁଛନ୍ତି ତାଲିବାନ । ଆଫଗାନିସ୍ଥାନରେ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ତାଲିବାନମାନେ ଘରେ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ । କିନ୍ତୁ ଏହାକୁ ବିରୋଧ କରିଛନ୍ତି ଆଫଗାନି ମହିଳା । ଏହା ବିରୋଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

କାବୁଲ ସିଟିରେ ମହିଳା କର୍ମଚାରୀମାନଙ୍କୁ ଘରେ ରହିବାକୁ ତାଲିବାନ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯେଉଁ ମହିଳା କର୍ମଚାରୀଙ୍କ ସ୍ଥାନରେ ପୁରୁଷ କର୍ମଚାରୀ ରହିବା ଅସମ୍ଭବ, ସେଠାରେ କେବଳ ମହିଳା କର୍ମଚାରୀ କାମ କରିବେ ବୋଲି କୁହାଯାଇଛି । ଏ ସମ୍ପର୍କରେ ରବିବାର ଆଫଗାନିସ୍ତାନ ରାଜଧାନୀର ଅନ୍ତରୀଣ ମେୟର ସୂଚନା ଦେଇଛନ୍ତି । ତେବେ ଏହାଦ୍ବାରା ସହରର ଅନେକ ମହିଳା କର୍ମଚାରୀ ନିଜ କର୍ମକ୍ଷେତ୍ରକୁ ଯାଇପାରୁନଥିବା ଦେଖିବାକୁ ମିଳିଛି । ପୂର୍ବରୁ ୧୯୯୦ ମସିହାରେ ତାଲିବାନମାନେ ଆହୁରି କଠୋର ଆଇନ ମହିଳାଙ୍କ ବିରୋଧରେ ପ୍ରଣୟନ କରିଥିଲେ । ଯେଉଁଥିରେ ମହିଳା ଓ ଛୋଟ ଝିଅମାନଙ୍କୁ ବିଦ୍ୟାଳୟ, ଚାକିରି ଓ ଜନଗହଳିପୂର୍ଣ୍ଣ ସ୍ଥାନ କିମ୍ବା ବାହାରକୁ ଯିବାକୁ ଅନୁମତି ନଥିଲା ।

ଏହା ବି ପଢନ୍ତୁ: ଛାତ୍ରୀଙ୍କୁ ସ୍କୁଲଠୁ ଦୂରରେ ରଖୁଛି ତାଲିବାନ, ଚିନ୍ତା ପ୍ରକଟ କଲା UNICEF

ଆଫଗାନିସ୍ତାନକୁ କବଜା କରିବା ସମୟରେ ତାଲିବାନମାନେ ମହିଳାଙ୍କ ବିରୋଧରେ କଠୋର ଆଇନ ପ୍ରଣୟନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେମାନେ ପୁଣି ପୁରୁଣା ଆଇନକୁ ଲାଗୁ କରିବା ଆରମ୍ଭ କରିଛନ୍ତି । ଗତ ଶୁକ୍ରବାରଠାରୁ ହାଇସ୍କୁଲ ଛାତ୍ରଙ୍କୁ ବିଦ୍ୟାଳୟ ଯିବାକୁ ଅନୁମତି ଦିଆଯାଇଥିବା ବେଳେ ଛାତ୍ରୀଙ୍କୁ ମିଳିନାହିଁ । ମହିଳା ବିଶ୍ବବିଦ୍ୟାଳୟଗୁ଼ଡ଼ିକରେ ମଧ୍ୟ ଛାତ୍ର ପଢିବାକୁ ଥିବା ବେଳେ ସେମାନଙ୍କର ଅଲଗା ଅଲଗା କ୍ଲାସ ହେବ । ଏହାସହିତ ସ୍ଥିର କରାଯାଇଥିବା ଡ୍ରେସ କୋଡ ପିନ୍ଧିବାକୁ ସମସ୍ତେ ବାଧ୍ୟ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏହି ସମସ୍ତ ମହିଳା ଆଇନ ବିରୋଧରେ ରବିବାର କିଛି ମହିଳା ବିରୋଧ କରିଛନ୍ତି । ସେମାନେ ହାତରେ ପ୍ଲାକାର୍ଡ ଧରି ପଦଯାତ୍ରା କରିଛନ୍ତି । ତେବେ ଯେଉଁ ସମାଜରେ ମହିଳାଙ୍କୁ ବିଭିନ୍ନ ଅଧିକାର ମିଳୁନାହିଁ, ସେମାନଙ୍କୁ ଅଣଦେଖା କରାଯାଉଛି, ଉକ୍ତ ସମାଜ ମୃତ ସମାଜ ବୋଲି ଆନ୍ଦୋଳନରତ ମହିଳାମାନେ କହିଛନ୍ତି । ଏହି ଆନ୍ଦୋଳନ ମାତ୍ର ୧୦ ମିନିଟ ପର୍ଯ୍ୟନ୍ତ ହୋଇଥିଲା । ଆନ୍ଦୋଳନ ସମୟରେ ଜଣେ ବ୍ୟକ୍ତିଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନରତ ମହିଳାମାନେ କାରରେ ବସି ପଳାଇଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.