ETV Bharat / international

ଗିରଫ ହେଲା କାବୁଲ ବିଶ୍ବବିଦ୍ୟାଳୟ ବିସ୍ଫୋରଣର ମାଷ୍ଟରମାଇଣ୍ଡ

author img

By

Published : Nov 14, 2020, 5:14 PM IST

ଗିରଫ ହେଲା କାବୁଲ ବିଶ୍ବବିଦ୍ୟାଳୟ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ । ଅଧିକ ପଢନ୍ତୁ

ଗିରଫ ହେଲା କାବୁଲ ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ ମାଷ୍ଟରମାଇଣ୍ଡ

କାବୁଲ: ଆଫଗାନିସ୍ତାନ କାବୁଲ ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୋଲିସ । ଏନେଇ ଆଫଗାନିସ୍ଥାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ସ୍ପଷ୍ଟ କରିଛନ୍ତି । ଗିରଫ ଆତଙ୍କୀ ଜଣଙ୍କ ନାଁ ଅଦିଲ ଓ ସେ ପଞ୍ଜୀର ପ୍ରଦେଶର ବାସିନ୍ଦା ବୋଲି ଜଣା ପଡିଛି । ସେ ହକ୍କାନି ନେଟୱାର୍କ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଜଣା ପଡିଛି ।

ସେ ଗତ 3 ବର୍ଷ ଧରି ଆଫଗାନସ୍ଥାନରୁ ଫେରାର ଥିବା ବେଳେ ଯୁଦ୍ଧ ପ୍ରଶିକ୍ଷଣ ପାଇ ସେ ବିଦେଶ ଖସି ପଳାଇଥିବା ଆଶଙ୍କା କରିଥିଲେ ଆଫଗାନ ସରକାର । ଆହିରି ମଧ୍ୟ ସେ ସୂଚନା ଦେଇ କହିଛନ୍ତି ଯେ ଆକ୍ରମଣକାରୀ ମାନଙ୍କର ଏକାଧିକ ପରିଚୟ ରହିଛି ଓ ଏମାନେ ହିଜବ ଉତ-ତାହିର କିମ୍ବା ତାଲିବାନ ଏବଂ ଇସଲାମିକ ଷ୍ଟେଟ (ଆଇଏସ) ସହିତ ଜଡିତ ଅଟନ୍ତି।

ସାଲେହଙ୍କ ଅନୁଯାୟୀ, ଖୋଷ୍ଟ ପ୍ରଦେଶର ହକାନୀ ନେଟଓ୍ବାର୍କ ଏହି ଆକ୍ରମଣ ପାଇଁ ସେ ଅସ୍ତ୍ର ଗ୍ରହଣ କରିଥିବା ଆଦିଲ ସ୍ବୀକୀର କରିଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ ନିଜ ଦାୟୀ କରିଥିବା ବେଳେ ଆଫଗାନ ସରକାର ଏଥି ପାଇଁ ତାଲିବାନର ସମ୍ପୃକ୍ତି ଥିବା ସଂଦେହ କରୁଛନ୍ତି ।

କାବୁଲ ବିଶ୍ବବିଦ୍ୟାଳୟରେ ହୋଇଥିବା ଆକ୍ରମଣରେ 20 ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 40 ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.