ETV Bharat / international

ଜାପାନର 39 ପ୍ରାନ୍ତରେ କୋହଳ ହେବ ଆପାତକାଳୀନ ପରିସ୍ଥିତି - ଜାପାନରେ କୋରୋନା ଅପଡେଟ

ଜାପାନରେ ଧିରେ ଧିରେ କୋହଳ ହେଉଛି ଲକଡାଉନ କଟକଣା । ଦେଶର 47ଟି ପ୍ରାନ୍ତରେ କୋରୋନା ପ୍ରକୋପ କମ ରହିଥିବା ବେଳେ ଏଥିମଧ୍ୟରୁ 39 ପ୍ରାନ୍ତରେ ଆଗାମୀ କିଛି ଦିନ ଭିତରେ କୋହଳ ହେବ ଲକଡାଉନ କଟକଣା ।

corona in japan, state of emergency in japan, corona update in japan, coronavirus news, ଜାପାନରେ କୋରୋନା, ଜାପାନରେ ଆପାତକାଳୀନ ପରିସ୍ଥିତି, ଜାପାନରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ଜାପାନର 39 ପ୍ରାନ୍ତରେ କୋହଳ ହେବ ଆପାତକାଳୀନ ପରିସ୍ଥିତି
author img

By

Published : May 14, 2020, 8:37 PM IST

ଟୋକିୟୋ: ଜାପାନରେ ଧିରେ ଧିରେ କୋହଳ ହେଉଛି ଲକଡାଉନ କଟକଣା । ଦେଶର 47ଟି ପ୍ରାନ୍ତରେ କୋରୋନା ପ୍ରକୋପ କମ ରହିଥିବା ବେଳେ ଏଥିମଧ୍ୟରୁ 39 ପ୍ରାନ୍ତରେ ଆଗାମୀ କିଛି ଦିନ ଭିତରେ କୋହଳ ହେବ ଲକଡାଉନ କଟକଣା । ସେପଟେ ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ ଆଗାମୀ ମେ 31ରେ ଶେଷ ହେବ ବୋଲି ସୂଚନା ରହିଛି ।

ଏନେଇ ଗୁରୁବାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ସେ କହିଛନ୍ତି କି କିଛି ଦିନ ମଧ୍ୟରେ ଦେଶରେ କୋରୋନାର ପ୍ରକୋପ କମ ଥିବା 39 ପ୍ରାନ୍ତରେ ଲାଗୁ ହୋଇଥିବା ଲକଡାଉନ କଟକଣା କୋହଳ ହେବ । ଏଥିସହ ମାସ ଶେଷ ସୁଦ୍ଧା ଦେଶବ୍ୟାପୀ ଲକଡାଉନ କଟକଣା କୋହଳ ହେବ । ଏଥିପାଇଁ ଏହି ସମସ୍ତ ଅଞ୍ଚଳଗୁଡିକରେ କୋରୋନା ସଂକ୍ରମଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏହାକୁ ରୋକିବା ଦିଗରେ ମଧ୍ୟ କଡାକଡି ପଦକ୍ଷେପ ଗ୍ରହଣ କରାଯାଉଛି ।

ସେପଟେ ଆପାତକାଳୀନ ପରିସ୍ଥିତି ବା ଲକଡାଉନ ଘୋଷଣା ହୋଇଥିବା ମୁଖ୍ୟ ସହରଗୁଡିକ ମଧ୍ୟରେ ଟୋକିୟୋ ଓ ଓସାକା ଭଳି ପ୍ରାନ୍ତ ରହିଛି । ଯେଉଁଠାରେ କୋରୋନା ଭୟଙ୍କର ବିତ୍ପାତ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଏନେଇ ଟୋକିୟୋ ଓ 6ଟି ଅନ୍ୟ ପ୍ରାନ୍ତରେ ଏପ୍ରିଲ 7ରୁ ଆପାତକାଳୀନ ସ୍ଥିତି ଘୋଷଣା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ସଂକ୍ରମଣର ମାତ୍ରା ବଢିବାରୁ ଏପ୍ରିଲ 16ରେ ଦେଶବ୍ୟାପୀ ଆପାତକାଳୀନ ପରିସ୍ଥିତି ଘୋଷଣା ହୋଇଥିଲା ।

ଜାପାନରେ ଆପାତକାଳୀନ ପରିସ୍ଥିତି ପ୍ରଥମେ ମେ 6ରେ ସରିବା ନେଇ ଘୋଷଣା ହୋଇଥିଲା ମାତ୍ରା ପରିସ୍ଥିତିକୁ ନଜରରେ ରଖି ଏହାକୁ ମେ 31 ଯାଏଁ ବଢାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ 16,049 ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 687ରେ ପହଞ୍ଚିଥିବା ଜଣାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.